ଲାଞ୍ଜିଗଡ DAV ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ

ଲାଞ୍ଜିଗଡ, ୩୧।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ସ୍ଥିତ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ବାର୍ଷିକୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛିI ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଦାନନ୍ଦ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଦାନ୍ତ ଲିମିଟେଡ଼ ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଦାନ୍ତ ଲିମିଟେଡ଼ ସିଏଫଓ ଏସ. ସୁରେଶ ଓ ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଇଞ୍ଜିନେରିଙ୍ଗ […] The post ଲାଞ୍ଜିଗଡ DAV ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ appeared first on Dharitri Odia News.

ଲାଞ୍ଜିଗଡ DAV ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ

ଲାଞ୍ଜିଗଡ, ୩୧।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ସ୍ଥିତ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ବାର୍ଷିକୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛିI ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଦାନନ୍ଦ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଦାନ୍ତ ଲିମିଟେଡ଼ ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଦାନ୍ତ ଲିମିଟେଡ଼ ସିଏଫଓ ଏସ. ସୁରେଶ ଓ ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଇଞ୍ଜିନେରିଙ୍ଗ କଲେଜ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଶୁଭ୍ରାଂଶୁ ଶେଖର ଦାସ ଯୋଗଯୋଗ ଦେଇଥିଲେ l

କାର୍ଯ୍ୟକ୍ରମର ସର୍ବପ୍ରଥମେ ମୁଖ୍ୟ ଅତିଥି ଦୀପ ପ୍ରଜ୍ଜ୍ୱଳନ କରି ବାର୍ଷିକୋତ୍ସବର ଶୁଭାରମ୍ଭ କରିଥିଲେ l ବିଦ୍ୟାଳୟ ଅଧ୍ୟକ୍ଷ ସଦାନନ୍ଦ ହୋତା ସ୍ୱାଗତ ଅଭିଭାଷଣ ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ l ଉକ୍ତ ମହୋତ୍ସବରେ ମୁଖ୍ୟ ଅତିଥି ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ବିକାଶ ସହ ଚାରିତ୍ରିକ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ ତା ସହିତ କଠିନ ପରିଶ୍ରମ ଓ ଦୁର୍ବାର ଇଚ୍ଛାଶକ୍ତି ହିଁ ଛାତ୍ରଛାତ୍ରୀମାନଙ୍କ ଉନ୍ନତିର ମୂଳ କାରଣ ଅଟେ ବୋଲି ମତବ୍ୟକ୍ତ କରିଥିଲେ l “ଯେଉଁ ସ୍ବପ୍ନ ନିଦରେ ଦେଖାଯାଏ ତାହା ସ୍ବପ୍ନ ନୁହେଁ “ଏବଂ “ଯେଉଁ ସ୍ବପ୍ନ ନିଦ ଛଡ଼ାଇନିଏ ସେ ହେଉଛି ବିଦ୍ୟାର୍ଥୀଙ୍କ ପ୍ରକୁତ ସ୍ୱପ୍ନ ” ବୋଲି ଅତିଥି ମତ ବ୍ୟକ୍ତ କରିଥିଲେ I

ସେହିପରି ମୁଖ୍ୟବକ୍ତା ଡକ୍ଟର ଶୁଭ୍ରାଂଶୁ ଶେଖର ଦାସ ବିଦ୍ୟାଳୟ ଓ ଛାତ୍ରୀଛାତ୍ରୀମାନଙ୍କର ଉଚ୍ଚ ପ୍ରଶଂସା ସହ ଭବିଷ୍ୟତ ମଙ୍ଗଳ କାମନା କରିଥିଲେ l ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ବିଦ୍ୟାଳୟର ଛାତ୍ରୀ ରମଣ ପୃଷ୍ଟି , ସମ୍ପର୍ଣ୍ଣI ପ୍ରଧାନ, ସୁଶ୍ରୀ ସୌମ୍ୟା, ପ୍ରିୟଦର୍ଶିନୀ ପାଠୀ, ମେହେକ ସ୍ୱାଇଁ, ତମନ୍ନା ମୋହିନୀ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ I ଶେଷରେ ଆନୁଷ୍ଠାନିକ ଭାବରେ ଶିକ୍ଷକ ଜିତେନ୍ଦ୍ର କୁମାର ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସାରିବା ପରେ ସାମୁହିକ ଜାତୀୟ ସଂଗୀତ ଗାନ କରି ମହୋତ୍ସବଟିର ପରି ସମାପ୍ତି ଘୋଷଣା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ସହଯୋଗ କରିଥିଲେ I

The post ଲାଞ୍ଜିଗଡ DAV ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ appeared first on Dharitri Odia News.