ଗଣ ଆନ୍ଦୋଳନ ପାଇଁ ସିପିଆଇର ନିଷ୍ପତ୍ତି: ଜାତୀୟ-ରାଜ୍ୟ ରାଜନୈତିକ ପରିସ୍ଥିତିକୁ ନେଇ ଆଗାମୀ ଦିନରେ…

ଦିଗପହଣ୍ଡି,୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ବଡ଼ଖେମୁଣ୍ଡି ଜୋନାଲ କମିଟି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ପ୍ରାରମ୍ଭରେ ବରିଷ୍ଠ କମ୍ୟୁନିଷ୍ଟ ନେତା କମ୍ରେଡ୍‌ ବୃନ୍ଦାବନ ପଣ୍ଡା ପାର୍ଟି ପତାକା ଉତ୍ତୋଳନ କରିଥିଲେ। ଶହୀଦ ବେଦୀରେ ସାମୂହିକ ପୁଷ୍ପମାଲ୍ୟାର୍ପଣ ପରେ କମ୍ରେଡ଼ ତପନ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀକୁ ସିପିଆଇ ର ଗଞ୍ଜାମ ଜିଲା ସମ୍ପାଦକ କମ୍ରେଡ଼ ପ୍ରକାଶ ପାତ୍ର […] The post ଗଣ ଆନ୍ଦୋଳନ ପାଇଁ ସିପିଆଇର ନିଷ୍ପତ୍ତି: ଜାତୀୟ-ରାଜ୍ୟ ରାଜନୈତିକ ପରିସ୍ଥିତିକୁ ନେଇ ଆଗାମୀ ଦିନରେ… appeared first on Dharitri Odia News.

ଗଣ ଆନ୍ଦୋଳନ ପାଇଁ ସିପିଆଇର ନିଷ୍ପତ୍ତି: ଜାତୀୟ-ରାଜ୍ୟ ରାଜନୈତିକ ପରିସ୍ଥିତିକୁ ନେଇ ଆଗାମୀ ଦିନରେ…

ଦିଗପହଣ୍ଡି,୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ବଡ଼ଖେମୁଣ୍ଡି ଜୋନାଲ କମିଟି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ପ୍ରାରମ୍ଭରେ ବରିଷ୍ଠ କମ୍ୟୁନିଷ୍ଟ ନେତା କମ୍ରେଡ୍‌ ବୃନ୍ଦାବନ ପଣ୍ଡା ପାର୍ଟି ପତାକା ଉତ୍ତୋଳନ କରିଥିଲେ। ଶହୀଦ ବେଦୀରେ ସାମୂହିକ ପୁଷ୍ପମାଲ୍ୟାର୍ପଣ ପରେ କମ୍ରେଡ଼ ତପନ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀକୁ ସିପିଆଇ ର ଗଞ୍ଜାମ ଜିଲା ସମ୍ପାଦକ କମ୍ରେଡ଼ ପ୍ରକାଶ ପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସାମ୍ପ୍ରତିକ ଜାତୀୟ ଓ ରାଜ୍ୟର ରାଜନୈତିକ ପରିସ୍ଥିତିରେ ପାର୍ଟିର ସଙ୍ଗଠନକୁ ସୁଦୃଢ କରି ଐକ୍ୟବଦ୍ଧ କମ୍ୟୁନିଷ୍ଟ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆହ୍ବାନ ଦେଇଥିଲେ। ସିପିଆଇ ଜିଲା ସହ ସମ୍ପାଦକ କମ୍ରେଡ୍‌ ପ୍ରଦୀପ କୁମାର ସେଠୀ ପାର୍ଟିର ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ଉଦବୋଧନ ଦେଇଥିଲେ। ଜୋନାଲ କମିଟି ସମ୍ପାଦକ କମ୍ରେଡ୍‌ କିଶୋର ଶତପଥୀ ପାର୍ଟିର ରାଜନୈତିକ ଚିଠା ଓ ସାଙ୍ଗଠନିକ ଚିଠା ରିପୋର୍ଟ ଉପସ୍ଥାପନ କରିଥିଲେ। ଶ୍ରମିକ ସଙ୍ଗଠନ ଏଆଇଟିୟୁସିର ଜିଲା ସମ୍ପାଦକ କମ୍ରେଡ ଅଳକ ନାଥ ମିଶ୍ର, କମ୍ରେଡ୍‌ ବୃନ୍ଦାବନ ପଣ୍ଡା, କମ୍ରେଡ ଦୀନବନ୍ଧୁ ଦୈତାରି ରେଡ୍ଡୀ, କମ୍ରେଡ ପୁରୁଷୋତ୍ତମ ବେହେରା, କମ୍ରେଡ ଅଶୋକ କୁମାର ସେଠୀ ପ୍ରମୁଖ ସାଙ୍ଗଠନିକ ରିପୋର୍ଟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନରେ ପାର୍ଟି ପକ୍ଷରୁ ଦିଗପହଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରାର୍ଥୀ ଦେବା ପାଇଁ ସଭାରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବିଭିନ୍ନ ଜନ ସମସ୍ୟାକୁ ନେଇ ଆଗାମୀ ଦିନରେ ପାର୍ଟି ପକ୍ଷରୁ ସ୍ଥାନୀୟ ତହସିଲ ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଆନ୍ଦୋଳନ ପାଇଁ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଗ୍ରାମାଞ୍ଚଳରେ କମ୍ୟୁନିଷ୍ଟ ପାର୍ଟିର ପ୍ରଚାର ପ୍ରସାର, ଗଣସଙ୍ଗଠନ ଶାଖା, ପାଣ୍ଠି ସଂଗ୍ରହ ସହ ପାର୍ଟିର ଆଭିମୁଖ୍ୟ ନେଇ ରାଜନୈତିକ ଶିକ୍ଷା ଶିବିର କରାଯିବା
ଓ ପାର୍ଟିର ମୁଖପତ୍ର ନୂଆ ଦୁନିଆର ଗ୍ରାହକ ସଂଗ୍ରହ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସମ୍ମିଳନୀରେ ଜିଲା ସହ ସମ୍ପାଦକ କମ୍ରେଡ ପ୍ରଦୀପ ସେଠୀଙ୍କୁ ଅଖିଳ ଭାରତ ଯୁବସଂଘ ଏଆଇଓ୍ବାଇଏଫ୍‌୍‌ର ଜାତୀୟ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମିଳନୀରେ ଆଗାମୀ ଦିନ ପାଇଁ ଜୋନାଲ କମିଟି ସମ୍ପାଦକ ଭାବେ କମ୍ରେଡ୍‌ କିଶୋର ଶତପଥୀ, ସହ ସମ୍ପାଦକ ରୂପେ କମ୍ରେଡ୍‌ ତପନ କୁମାର ମିଶ୍ର ଓ କମ୍ରେଡ୍‌ ଦୀନବନ୍ଧୁ ଦୈତାରୀ ରେଡ୍ଡୀ ଏବଂ ୧୯ ଜଣଙ୍କୁ କମିଟି ସଦସ୍ୟ ଭାବେ ନିର୍ବାଚିତ କରାଯାଇଛି।

The post ଗଣ ଆନ୍ଦୋଳନ ପାଇଁ ସିପିଆଇର ନିଷ୍ପତ୍ତି: ଜାତୀୟ-ରାଜ୍ୟ ରାଜନୈତିକ ପରିସ୍ଥିତିକୁ ନେଇ ଆଗାମୀ ଦିନରେ… appeared first on Dharitri Odia News.