‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ କରିବା ତଥା ମ୍ୟାଚ୍‌ ଅପ୍‌ କରିବାରେ ଏଆଇ ଟେକ୍ନୋଲୋଜି ସହାୟତା କରିଥିବା କହିଛନ୍ତି ଜନ୍‌। ଏହି କୌଶଳ ସହାୟତାରେ ହିଁ ଇଂଲଣ୍ଡ ମହିଳା ଦଳ ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ବିଜୟୀ ହୋଇଥିଲା ବୋଲି ସେ କହିଛନ୍ତି। ଲଣ୍ଡନସ୍ଥିତ କମ୍ପାନୀ ପିଏସ୍‌ଆଇ ପକ୍ଷରୁ ଏହି ବୈଷୟିକ କୌଶଳ ପ୍ରଦାନ […] The post ‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’ appeared first on Dharitri Odia News.

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ କରିବା ତଥା ମ୍ୟାଚ୍‌ ଅପ୍‌ କରିବାରେ ଏଆଇ ଟେକ୍ନୋଲୋଜି ସହାୟତା କରିଥିବା କହିଛନ୍ତି ଜନ୍‌। ଏହି କୌଶଳ ସହାୟତାରେ ହିଁ ଇଂଲଣ୍ଡ ମହିଳା ଦଳ ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ବିଜୟୀ ହୋଇଥିଲା ବୋଲି ସେ କହିଛନ୍ତି। ଲଣ୍ଡନସ୍ଥିତ କମ୍ପାନୀ ପିଏସ୍‌ଆଇ ପକ୍ଷରୁ ଏହି ବୈଷୟିକ କୌଶଳ ପ୍ରଦାନ କରାଯାଉଛି। ଓମେନ୍ସ ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣରେ ୟୁପି ଓ୍ବାରିୟର୍ଜର କୋଚ୍‌ ରହିଥିବା ସମୟରେ ସେ ଏହି କୌଶଳ ବିଷୟରେ ଜାଣିବାକୁ ପାଇଥିଲେ। ତେବେ କ୍ରୀଡ଼ାରେ ଏଆଇ ବ୍ୟବହାର କରିବାରେ ଜନ୍‌ ପ୍ରଥମ ବ୍ୟକ୍ତି ନୁହନ୍ତି, ଇଂଲଣ୍ଡ ରଗ୍‌ବୀ ୟୁନିୟନର କୋଚ୍‌ ଷ୍ଟିଭ୍‌ ବର୍ଥଓ୍ବିକ ପୂର୍ବରୁ ଏହି କୌଶଳ ବ୍ୟବହାର କରିଛନ୍ତି। ସେ ମ୍ୟାନେଜର ଥିବା ରଗ୍‌ବୀ କ୍ଲବ ଓ୍ବିଗାନ୍‌ ଓ୍ବାରିୟର୍ସ ଓ ଫୁଟ୍‌ବଲ କ୍ଲବ୍‌ ଓ୍ବିଗାନ୍‌ ଆଥ୍‌ଲେଟିକ୍ସରେ ଏହି କୌଶଳ ବ୍ୟବହାର କରିଛନ୍ତି। ଯେତେବେଳେ ସମାନ ଦକ୍ଷତା ବିଶିଷ୍ଟ ଦୁଇ ଜଣ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାକୁ ପଡ଼ିଥାଏ ସେତେବେଳେ ଏଆଇ ବେଶ୍‌ ସହାୟକ ହୋଇଥାଏ। ପ୍ରତି ମ୍ୟାଚ୍‌ ପୂର୍ବରୁ ୨ ଲକ୍ଷ ୫୦ ହଜାର ସିମୁଲେସନ୍‌ କମ୍ପାନୀ ନିକଟକୁ ପଠାଯାଇଥାଏ।

The post ‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’ appeared first on Dharitri Odia News.