ଟ୍ରମ୍ପଙ୍କ ଫୋନ୍‌ ଉଠାଇବାକୁ କାର୍ଯ୍ୟକ୍ରମ ଅଧାରୁ ଉଠିଆସିଲେ ପୁଟିନ

ମ‌ସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଆମେରିକା ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ୍‌କଲ୍‌ ଉଠାଇବା ପାଇଁ ଏକ ସାଧାରଣ କାର୍ଯ୍ୟକ୍ରମରୁ ଉଠି ଆସିଥିଲେ। ମସ୍କୋରେ ‘ଷ୍ଟ୍ରଙ୍ଗ ଆଇଡିଆଜ୍‌ ଫର୍‌ ଏ ନ୍ୟୁ ଟାଇମ୍’ ମଞ୍ଚରେ ଭାଷଣ ଦେବା ସମୟରେ ପୁଟିନ ମଝିରୁ ଉଠି ଆସିଥିଲେ ଏବଂ ଦର୍ଶକମାନଙ୍କୁ ଏଥିପାଇଁ କ୍ଷମା ମାଗିଥିଲେ। ଦର୍ଶକମାନଙ୍କୁ ପୁଟିନ କହିଥିଲେ, ‘ଦୟାକରି କେହି ରାଗନା। ମୁଁ ବୁଝୁଛି ଯେ ଆମ‌େ ଅଧିକ କଥା ହୋଇପାରିବା। ‌କିନ୍ତୁ ଟ୍ରମ୍ପଙ୍କୁ ଅପେକ୍ଷା କରାଇ […]

ଟ୍ରମ୍ପଙ୍କ ଫୋନ୍‌ ଉଠାଇବାକୁ କାର୍ଯ୍ୟକ୍ରମ ଅଧାରୁ ଉଠିଆସିଲେ ପୁଟିନ

ମ‌ସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଆମେରିକା ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ୍‌କଲ୍‌ ଉଠାଇବା ପାଇଁ ଏକ ସାଧାରଣ କାର୍ଯ୍ୟକ୍ରମରୁ ଉଠି ଆସିଥିଲେ। ମସ୍କୋରେ ‘ଷ୍ଟ୍ରଙ୍ଗ ଆଇଡିଆଜ୍‌ ଫର୍‌ ଏ ନ୍ୟୁ ଟାଇମ୍’ ମଞ୍ଚରେ ଭାଷଣ ଦେବା ସମୟରେ ପୁଟିନ ମଝିରୁ ଉଠି ଆସିଥିଲେ ଏବଂ ଦର୍ଶକମାନଙ୍କୁ ଏଥିପାଇଁ କ୍ଷମା ମାଗିଥିଲେ। ଦର୍ଶକମାନଙ୍କୁ ପୁଟିନ କହିଥିଲେ, ‘ଦୟାକରି କେହି ରାଗନା। ମୁଁ ବୁଝୁଛି ଯେ ଆମ‌େ ଅଧିକ କଥା ହୋଇପାରିବା। ‌କିନ୍ତୁ ଟ୍ରମ୍ପଙ୍କୁ ଅପେକ୍ଷା କରାଇ ହେବନାହିଁ। ଏହାଦ୍ବାରା ସେ ଅପମାନିତ ହୋଇପାରନ୍ତି। ଉଲ୍ଳେଖଯୋଗ୍ୟ ଯେ, ଟ୍ରମ୍ପ ହ୍ବାଇଟ୍ ହାଉସ୍‌କୁ ଫେରିବା ପରେ ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ଏହା ଷଷ୍ଠ କଥାବାର୍ତ୍ତା ଏବଂ ୬ ସପ୍ତାହ ମଧ୍ୟରେ ଏହା ଦ୍ବିତୀୟ କଥାବାର୍ତ୍ତା। କିନ୍ତୁ ରୁଷ୍‌ ୟୁକ୍ରେନ୍‌ରେ ଏହାର ମୂଳ ଲକ୍ଷ୍ୟରୁ ଓହରିବାକୁ ପ୍ରସ୍ତୁତ ନ ଥିବାରୁ ୨ ରାଷ୍ଟ୍ରନେତାଙ୍କ ମଧ୍ୟରେ କଥାବାର୍ତ୍ତା ଫଳପ୍ରଦ ହୋଇନାହିଁ। ପୁଟିନ ଓ ଟ୍ରମ୍ପ କଥାବାର୍ତ୍ତା ସମୟରେ ୟୁକ୍ରେନ୍ ସଂଘର୍ଷ, ମଧ୍ୟପ୍ରାଚ୍ୟ ଉତ୍ତେଜନା, ଇରାନ ସ୍ଥିତି ଓ ଆମେରିକା-ରୁଷ୍‌ ସମ୍ପର୍କ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି।