ଚାନ୍ଦିପୁରରୁ ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇଲ
ବାଲେଶ୍ୱର: ଗୁରୁବାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ନ-୩ ଲଞ୍ଚ କମ୍ପ୍ଲେକ୍ସ ରୁ ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇଲ । ପୂର୍ବାହ୍ନରେ ତିନି ନମ୍ବର ଲଞ୍ଚପ୍ୟାଡରୁ ଏହାକୁ ପରୀକ୍ଷଣ କରିବାକୁ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଲଞ୍ଚ ପ୍ୟାଡ଼ର ଅଢେଇ କିଲୋମିଟର ପରିଧି ଅଞ୍ଚଳର ୬ଟି ଗ୍ରାମର ୩୧ଶହ ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ପ୍ରଶାସନ। ଚାନ୍ଦିପୁର ଡିଆରଡିଓ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗୁରୁବାର ଅପରାହ୍ନରେ ଏହି ପରିକ୍ଷଣ କରାଯିବ […]

ବାଲେଶ୍ୱର: ଗୁରୁବାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ନ-୩ ଲଞ୍ଚ କମ୍ପ୍ଲେକ୍ସ ରୁ ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇଲ । ପୂର୍ବାହ୍ନରେ ତିନି ନମ୍ବର ଲଞ୍ଚପ୍ୟାଡରୁ ଏହାକୁ ପରୀକ୍ଷଣ କରିବାକୁ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଲଞ୍ଚ ପ୍ୟାଡ଼ର ଅଢେଇ କିଲୋମିଟର ପରିଧି ଅଞ୍ଚଳର ୬ଟି ଗ୍ରାମର ୩୧ଶହ ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ପ୍ରଶାସନ।
ଚାନ୍ଦିପୁର ଡିଆରଡିଓ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗୁରୁବାର ଅପରାହ୍ନରେ ଏହି ପରିକ୍ଷଣ କରାଯିବ । କ୍ଷେପଣାସ୍ତ୍ର ପରୀକ୍ଷାର ସୁଚାରୁ ପରିଚାଳନା ସହ ସୁରକ୍ଷା ପାଇଁ ପ୍ରତିରକ୍ଷା ବିଭାଗ,ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯାଉଁଛି । ଜୟଦେବକସବା ପାହି ଓ ସାହାଜାନଗର ପାହି ଅଞ୍ଚଳର ୧ ହଜାର ୯୩, ଭୀମପୁର ପାହି ଓ ତୁଣ୍ଡରା ପାହି ଅଞ୍ଚଳରୁ ୮୯୫ ଏବଂ ଖଡ଼ୁପାହି ଓ କୁସୁମୁଳୀ ଅଞ୍ଚଳରୁ ୧୧ଶହ ୧୨ଙ୍କୁ ମିଶାଇ ମୋଟ ୬ଟି ଗାଁର ୩୧ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ସମସ୍ତଙ୍କ ପାଇଁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ଟେଣ୍ଟରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ପରୀକ୍ଷଣ ସରିବା ପର୍ଯ୍ୟନ୍ତ ସମସ୍ତେ ଅସ୍ଥାୟୀ ଶିବିରରେ ରହିବେ। ସ୍ଥାନାନ୍ତରିତ ଲୋକଙ୍କ ପାଇଁ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ଏଥିସହିତ କ୍ଷତିପୂରଣ ବାବଦକୁ ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ।