ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ
କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସେ ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିବା ସହିତ ସମସ୍ତ କ୍ରୀଡାବିତଙ୍କୁ ଉତ୍ସାହିତ କରିଥିଲେ। ରାଜ୍ଯରେ କ୍ରିଡ଼ାକ୍ଷେତ୍ରକୁ ଅଧିକ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ଏବଂ ଏଥିସହିତ କ୍ରୀଡ଼ାବିତ ନିଷ୍ଠାର ସହ ଉଦ୍ୟମ ଜାରି ରଖି ରାଜ୍ୟ ପାଇଁ ଗର୍ବ ଆଣନ୍ତୁ […] The post ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ appeared first on Dharitri Odia News.
କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସେ ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିବା ସହିତ ସମସ୍ତ କ୍ରୀଡାବିତଙ୍କୁ ଉତ୍ସାହିତ କରିଥିଲେ।
ରାଜ୍ଯରେ କ୍ରିଡ଼ାକ୍ଷେତ୍ରକୁ ଅଧିକ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ଏବଂ ଏଥିସହିତ କ୍ରୀଡ଼ାବିତ ନିଷ୍ଠାର ସହ ଉଦ୍ୟମ ଜାରି ରଖି ରାଜ୍ୟ ପାଇଁ ଗର୍ବ ଆଣନ୍ତୁ ବୋଲି ସେ ଶୁଭକାମନା ଜଣାଇଛନ୍ତି।
ଶୁକ୍ରବାର ତିନି ଦିନିଆ କେନ୍ଦୁଝର ଜିଲା ଗସ୍ତରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀl ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ନିଜ ଜିଲାକୁ ଏହା ହେଉଛି ଦ୍ୱିତୀୟ ଗସ୍ତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର ଠାରୁ ହେଲିକ୍ୟାପ୍ଟର ରେ ଆସି ଦିନ ୧୧ ଟା ୫ ମିନିଟ ସମୟରେ ରାଇସୁଆଁ ସ୍ଥିତ ଏୟାରଷ୍ଟ୍ରିପରେ ଅବତରଣ କରିଥିଲେ। ସେଠାରୁ ସେ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ରେ ଆସି ୧୨ ଟା ୨୦ ମିନିଟ ସମୟରେ ସହର ସ୍ଥିତ ଅଡିଟୋରିୟମରେ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଏହି ଉତ୍ସବ ରେ ତାଙ୍କ ସହ ଯୋଗ ଦେଇଛନ୍ତି ସାଂସଦ ଅନନ୍ତ ନାଏକ ତେଲକୋଇ ବିଧାୟକ ଫକିର ମୋହନ ନାଏକ ଓ ପାଟଣା ବିଧାୟକ ଅଖିଳ ନାଏକ ଓ ବିଧାୟକ ଆକାଶ ଦାଶ ନାଏକ ଉପସ୍ଥିତ ଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୟ କେନ୍ଦୁଝର ଜୟ ଜଗନ୍ନାଥ ଜିଲାର ଆରାଧ୍ୟ ଦେବୀ ମା ତାରିଣୀ ଓ ବଳଦେବଜୀଉ ଙ୍କୁ ସ୍ମରଣ କରି ଅଭିଦ୍ଭାଷଣ ଆରମ୍ଭ କରିଥିଲେ । ପ୍ରଥମେ କହିଥିଲେ ମୁଁ ଆଜି ମୁଖ୍ୟମନ୍ତ୍ରୀ ନୁହେଁ ଆପଣଙ୍କ ସେହି ମୋହନ ଭାଇ ହୋଇ ରହିବାକୁ ଚାହେଁ । ମୁଁ ଆଜି ଭାଷଣ ଦେବି ନାହିଁ ଟିକେ ହସ ଖୁସି ଗପ ସପ କରିବା ବୋଲି କହିଥିଲେ। ଏହା ପରେ ସେ ମଧ୍ୟାହ୍ନ ଭୋଜନ କରି ନିଜ ଗ୍ରାମ ରାଇ କଳାକୁ ଯାଇ ସେଠାରେ ଫୁଟବଲ୍ ଖେଳ କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ଗ୍ରାମକୁ ବୁଲି ବାକୁ ଯାଇ ଲୋକଙ୍କ ସହିତ ମିଶିଥିଲା।
The post ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ appeared first on Dharitri Odia News.