ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ତ୍ରୁଟି, ଅଭିଯୋଗ ପରେ ପରୀକ୍ଷା ବାତିଲ

ଭୁବନେଶ୍ୱର,୨୮ା୪: ଉତ୍କଳ ସ୍କଂସ୍କୃତି ବିଶ୍ବବିଦ୍ୟାଳୟ ୭ମ ସେମିଷ୍ଟର ପରୀକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ଭିଜୁଆଲ ଆର୍ଟର ୭୦୨ନଂ ପେପର ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଛି। ୧୦ଟି ପ୍ରଶ୍ନରୁ ୧୦ଟି ଯାକ ଭୁଲ୍‌ ଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରିଦେଇଛନ୍ତି କର୍ତ୍ତୃପକ୍ଷ। ସେହିପରି ରବିବାର ମଧ୍ୟ ଗୋଟିଏ ଦିନରେ ୨ଟି ବଡ଼ ପରୀକ୍ଷାରେ ତ୍ରୁଟି ହୋଇଥିବା ସାମ୍ନାକୁ ଆସିଥିଲା। OSSC ସହ OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି ହୋଇଥିଲା। ନୋଟିସ୍‌ ଜରିଆରେ ତ୍ରୁଟି […] The post ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ତ୍ରୁଟି, ଅଭିଯୋଗ ପରେ ପରୀକ୍ଷା ବାତିଲ appeared first on Dharitri Odia News.

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ତ୍ରୁଟି, ଅଭିଯୋଗ ପରେ ପରୀକ୍ଷା ବାତିଲ

ଭୁବନେଶ୍ୱର,୨୮ା୪: ଉତ୍କଳ ସ୍କଂସ୍କୃତି ବିଶ୍ବବିଦ୍ୟାଳୟ ୭ମ ସେମିଷ୍ଟର ପରୀକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ଭିଜୁଆଲ ଆର୍ଟର ୭୦୨ନଂ ପେପର ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଛି। ୧୦ଟି ପ୍ରଶ୍ନରୁ ୧୦ଟି ଯାକ ଭୁଲ୍‌ ଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରିଦେଇଛନ୍ତି କର୍ତ୍ତୃପକ୍ଷ।

ସେହିପରି ରବିବାର ମଧ୍ୟ ଗୋଟିଏ ଦିନରେ ୨ଟି ବଡ଼ ପରୀକ୍ଷାରେ ତ୍ରୁଟି ହୋଇଥିବା ସାମ୍ନାକୁ ଆସିଥିଲା। OSSC ସହ OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି ହୋଇଥିଲା। ନୋଟିସ୍‌ ଜରିଆରେ ତ୍ରୁଟି ସ୍ବୀକାର କରିଥିଲେ OPSC କର୍ତ୍ତୃପକ୍ଷ। ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଛନ୍ତି କର୍ତ୍ତୃପକ୍ଷ। । ମେ ୪ ତାରିଖ ଭିତରେ ପରାମର୍ଶ ଲୋଡ଼ି ନୋଟିସ୍ ଜାରି କରିଛନ୍ତି।

ରବିବାର OCS ମେନ୍‌-୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି ପେପର ପରୀକ୍ଷା ଥିଲା। ପୂର୍ବାହ୍ନ ୯ଟାରୁ ୧୨ଟା ଆନ୍ଥ୍ରୋପୋଲୋଜିର ପ୍ରଥମ ପେପର ପରୀକ୍ଷା ଥିଲା। ଅପରାହ୍ନ ୨ଟାରୁ ୫ଟା ଆନ୍ଥ୍ରୋପୋଲୋଜି ଦ୍ବିତୀୟ ପେପର୍‌ ପରୀକ୍ଷା ଥିଲା। ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଛି। ଦ୍ବିତୀୟ ପେପର ପରୀକ୍ଷାରେ ପ୍ରଥମ ପେପର କିଛି ପ୍ରଶ୍ନ ଆସିଥିବା ସୂଚନା ମିଳି ଥିଲା । ତେବେ ପ୍ରଥମ ସିଟିଂ ପରୀକ୍ଷା ପରେ ପରୀକ୍ଷାର୍ଥୀ ଅସନ୍ତୋଷ ବ୍ୟକ୍ତ କରିଥିଲେ।

The post ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ତ୍ରୁଟି, ଅଭିଯୋଗ ପରେ ପରୀକ୍ଷା ବାତିଲ appeared first on Dharitri Odia News.