ବନ୍ଧୁତ୍ଵର ବାର୍ତ୍ତା, ନିମାପଡ଼ାରେ ଏକାଠି ହୋଲି ପାଳିଲେ ହିନ୍ଦୁ ଓ ମୁସଲିମ

ନିମାପଡ଼ା: ସ୍ନେହ, ପ୍ରେମ ଓ ବନ୍ଧୁତ୍ବର ପର୍ବ ହୋଲି। ଗାଁଠୁ ସହର ସବୁଠି ଖୁବ୍ ଧୁମଧାମରେ ପାଳନ ହୋଇଛି ଦୋଳପର୍ବ। ଏହାରି ଭିତରେ ଦୋଳ ପୂର୍ଣ୍ଣମୀରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ନିମାପଡା ରେଙ୍ଘାଳୋ ବଡମାଛପୁରରେ । ଏହି ଗାଁରେ ଉଭୟ ହିନ୍ଦୁ ଓ ଲଘୁସଂପ୍ରଦାୟର ଲୋକେ ମିଳିମିଶି ମନେଇଛନ୍ତି ପରମ୍ପରା, ସଂସ୍କୃତି ଓ ଭାତୃତ୍ବର ପର୍ବ ହୋଲି ଉତ୍ସବ । ଅବିରର ରଙ୍ଗରେ ଆହୁରି ରଙ୍ଗୀନ କରିଛନ୍ତି ବନ୍ଧୁତ୍ବର ସମ୍ପର୍କକୁ । ଯାହା ଏକ ଭାଇଚାରାର ସୁନ୍ଦର ବାର୍ତ୍ତା ପ୍ରଦାନ କରେ । Also read:  ସାଙ୍ଗମାନଙ୍କ ସହ ହୋଲି ଖେଳି ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଯୁବକ, ଉଦ୍ଧାର ହେଲା ମୃତଦେହଗାଁରେ ରାଧକୃଷ୍ଣ ଦୁଇଟି ସୁସଜ୍ବିତ ବିମାନରେ ଗାଁ ପରିକ୍ରମା କରିବା ପରେ ମେଣ୍ଢା କୁଡ଼ିଆ ପୋଡା ନୀତି ଅନୁଷ୍ଠିତ ହୁଏ । ଏହା ପରେ ଦୋଳବେଦୀକୁ ବିରାଜମାନ କରିଥାନ୍ତି ଠାକୁର । ତାପରେ ଉଭୟ ହିନ୍ଦୁ ଓ ମୁସଲିମ ଭାଇଭଉଣୀ ମାନେ ରାଧାକୃଷ୍ଣଙ୍କ ଆଶୀର୍ବାଦ ନେଇ ଭିଜନ୍ତି ଅବିରର ରଙ୍ଗରେ। ବର୍ଷକୁ ଥରେ ଏହି ଦିନକୁ ଅପେକ୍ଷା କରିଥାନ୍ତି ସମସ୍ତେ ।କେବେ ଦୋଳ ପର୍ବ ଆସିବ ଆଉ ଠାକୁରଙ୍କ ଆଶୀଷ ଲାଭ କରି ଫଗୁର ରଙ୍ଗର ବନ୍ଧୁତ୍ବକୁ ଆହୁରୀ ରଙ୍ଗୀନ କରିବେ । ଦୀର୍ଘ ବର୍ଷଧରି ଗାଁରେ ଆନନ୍ଦ ଉଲ୍ଲାସରେ ଦୋଳପର୍ବ ପାଳନ ହେଉଥିବା ବେଳେ ଏହି ପର୍ବ ଭାଇଚାରାର ବାର୍ତ୍ତା ପ୍ରଦାନ କରେ । 

ବନ୍ଧୁତ୍ଵର ବାର୍ତ୍ତା, ନିମାପଡ଼ାରେ ଏକାଠି ହୋଲି ପାଳିଲେ ହିନ୍ଦୁ ଓ ମୁସଲିମ

ନିମାପଡ଼ା: ସ୍ନେହ, ପ୍ରେମ ଓ ବନ୍ଧୁତ୍ବର ପର୍ବ ହୋଲି। ଗାଁଠୁ ସହର ସବୁଠି ଖୁବ୍ ଧୁମଧାମରେ ପାଳନ ହୋଇଛି ଦୋଳପର୍ବ। ଏହାରି ଭିତରେ ଦୋଳ ପୂର୍ଣ୍ଣମୀରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ନିମାପଡା ରେଙ୍ଘାଳୋ ବଡମାଛପୁରରେ । ଏହି ଗାଁରେ ଉଭୟ ହିନ୍ଦୁ ଓ ଲଘୁସଂପ୍ରଦାୟର ଲୋକେ ମିଳିମିଶି ମନେଇଛନ୍ତି ପରମ୍ପରା, ସଂସ୍କୃତି ଓ ଭାତୃତ୍ବର ପର୍ବ ହୋଲି ଉତ୍ସବ । ଅବିରର ରଙ୍ଗରେ ଆହୁରି ରଙ୍ଗୀନ କରିଛନ୍ତି ବନ୍ଧୁତ୍ବର ସମ୍ପର୍କକୁ । ଯାହା ଏକ ଭାଇଚାରାର ସୁନ୍ଦର ବାର୍ତ୍ତା ପ୍ରଦାନ କରେ । 

Also read:  ସାଙ୍ଗମାନଙ୍କ ସହ ହୋଲି ଖେଳି ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଯୁବକ, ଉଦ୍ଧାର ହେଲା ମୃତଦେହ

ଗାଁରେ ରାଧକୃଷ୍ଣ ଦୁଇଟି ସୁସଜ୍ବିତ ବିମାନରେ ଗାଁ ପରିକ୍ରମା କରିବା ପରେ ମେଣ୍ଢା କୁଡ଼ିଆ ପୋଡା ନୀତି ଅନୁଷ୍ଠିତ ହୁଏ । ଏହା ପରେ ଦୋଳବେଦୀକୁ ବିରାଜମାନ କରିଥାନ୍ତି ଠାକୁର । ତାପରେ ଉଭୟ ହିନ୍ଦୁ ଓ ମୁସଲିମ ଭାଇଭଉଣୀ ମାନେ ରାଧାକୃଷ୍ଣଙ୍କ ଆଶୀର୍ବାଦ ନେଇ ଭିଜନ୍ତି ଅବିରର ରଙ୍ଗରେ। 

ବର୍ଷକୁ ଥରେ ଏହି ଦିନକୁ ଅପେକ୍ଷା କରିଥାନ୍ତି ସମସ୍ତେ ।କେବେ ଦୋଳ ପର୍ବ ଆସିବ ଆଉ ଠାକୁରଙ୍କ ଆଶୀଷ ଲାଭ କରି ଫଗୁର ରଙ୍ଗର ବନ୍ଧୁତ୍ବକୁ ଆହୁରୀ ରଙ୍ଗୀନ କରିବେ । ଦୀର୍ଘ ବର୍ଷଧରି ଗାଁରେ ଆନନ୍ଦ ଉଲ୍ଲାସରେ ଦୋଳପର୍ବ ପାଳନ ହେଉଥିବା ବେଳେ ଏହି ପର୍ବ ଭାଇଚାରାର ବାର୍ତ୍ତା ପ୍ରଦାନ କରେ ।