ରାଜେଶ ପିଏନ୍ବିର ନୂତନ ଅଞ୍ଚଳ ମୁଖ୍ୟ
ଭୁବନେଶ୍ୱର,୧୦।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ଅଞ୍ଚଳ ମୁଖ୍ୟ (ମହାପ୍ରବନ୍ଧକ) ଭାବେ ରାଜେଶ କୁମାର ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବର୍ଦ୍ଧମାନ ମଣ୍ଡଳ କାର୍ଯ୍ୟାଳୟରେ ମଣ୍ଡଳ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଉଲ୍ଲେଖଯୋଗ୍ୟ,୧୯୯୫ରେ ରାଜେଶ ବ୍ୟାଙ୍କିଙ୍ଗ୍ କ୍ୟାରିୟର ଆରମ୍ଭ କରିଥିବାବେଳେ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ ଓ ଓଡ଼ିଶା ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ସେ ଭିନ୍ନ ଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି। ଏପରିକି ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ […] The post ରାଜେଶ ପିଏନ୍ବିର ନୂତନ ଅଞ୍ଚଳ ମୁଖ୍ୟ appeared first on Dharitri Odia News.
ଭୁବନେଶ୍ୱର,୧୦।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ଅଞ୍ଚଳ ମୁଖ୍ୟ (ମହାପ୍ରବନ୍ଧକ) ଭାବେ ରାଜେଶ କୁମାର ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବର୍ଦ୍ଧମାନ ମଣ୍ଡଳ କାର୍ଯ୍ୟାଳୟରେ ମଣ୍ଡଳ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଉଲ୍ଲେଖଯୋଗ୍ୟ,୧୯୯୫ରେ ରାଜେଶ ବ୍ୟାଙ୍କିଙ୍ଗ୍ କ୍ୟାରିୟର ଆରମ୍ଭ କରିଥିବାବେଳେ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ ଓ ଓଡ଼ିଶା ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ସେ ଭିନ୍ନ ଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି। ଏପରିକି ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ କୁମାରଙ୍କର ବ୍ୟାପକ ଅଭିଜ୍ଞତା ରହିଛି। ସେହିଭଳି ଆଞ୍ଚଳିକ ମୁଖ୍ୟ ଭାବେ ଯୋଗଦେବା ପରେ କୁମାର ଖୁରୁରା, କୃଷି ଓ ଏମ୍ଏସ୍ଏମ୍ଇ ବିଭାଗ ଉପରେ ପ୍ରାଧାନ୍ୟ ଦେବା ସହ ବ୍ୟବସାୟିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଓ ପିଏନ୍ବିକୁ ଆଗାମୀ ପିଢ଼ିର ପସନ୍ଦଯୋଗ୍ୟ ବ୍ୟାଙ୍କ ରୂପେ ଗଢି ତୋଳିବା ସହ ଡିଜିଟାଲ ବ୍ୟାଙ୍କିଙ୍ଗ୍କୁ ଲୋକପ୍ରିୟତା କରାଇବା ଉପରେ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ସେହିପରି ରାଜ୍ୟରେ ଶାଖା ନେଟ୍ୱର୍କକୁ ବିସ୍ତାର କରିବା ଓ ରାଜ୍ୟରେ ଡିଜିଟାଲ ବ୍ୟାଙ୍କିଙ୍ଗ୍ ଲ୍ୟାଣ୍ଡ୍ସ୍କେପ୍ରେ ବ୍ୟାଙ୍କିଙ୍ଗ୍ କାରବାରକୁ ବୃଦ୍ଧି କରାଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଅପରପକ୍ଷରେ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱରଠାରେ ବ୍ୟାଙ୍କର ୫ଟି ମଣ୍ଡଳ କାର୍ଯ୍ୟାଳୟ ରହିଥିବା ବେଳେ ରାଜ୍ୟରେ ପିଏନ୍ବିର ମୋଟ ୩୪୪ଟି ଶାଖା ରହିଛି।
The post ରାଜେଶ ପିଏନ୍ବିର ନୂତନ ଅଞ୍ଚଳ ମୁଖ୍ୟ appeared first on Dharitri Odia News.