ଭଡ଼ାରେ ଭେଣ୍ଡିଂ ଜୋନ୍
ଗଞ୍ଜାମ,୧ା୮ବିଦ୍ୟାଧର ସାହୁ): ସହରର ସୌନ୍ଦର୍ଯ୍ୟକରଣ ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ରୋଡ୍ ସମ୍ପ୍ରସାରଣ ସମୟରେ ଉଠାଦୋକାନୀମାନଙ୍କୁ ଥଇଥାନ କରିବା ଲାଗି ଏନ୍ଏସି ପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ୍ ନିର୍ମାଣ କରାଗଲା। ପୂର୍ବରୁ ଯେଉଁମାନଙ୍କ କ୍ୟାବିନ୍ କିମ୍ବା ଦୋକାନ ଥିଲା ସେମାନେ ଯୋଗ୍ୟ ବିବେଚିତ ହେବା ସହ ସେମାନଙ୍କୁ ଭେଣ୍ଡିଂ ଜୋନ୍ ପ୍ରଦାନ କରାଗଲା। କିନ୍ତୁ ଦୁର୍ଭାଗ୍ୟର କଥା କିଛି ବ୍ୟକ୍ତି ଭେଣ୍ଡିଂ ଜୋନ୍ରେ ଦୋକାନ ନ କରି ଭଡ଼ାସୂତ୍ରରେ ଅନ୍ୟ ଲୋକଙ୍କୁ ଦେଇଥିବା ଅଭିଯୋଗ ହୋଇଛି। […] The post ଭଡ଼ାରେ ଭେଣ୍ଡିଂ ଜୋନ୍ appeared first on Dharitri Odia News.
ଗଞ୍ଜାମ,୧ା୮ବିଦ୍ୟାଧର ସାହୁ): ସହରର ସୌନ୍ଦର୍ଯ୍ୟକରଣ ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ରୋଡ୍ ସମ୍ପ୍ରସାରଣ ସମୟରେ ଉଠାଦୋକାନୀମାନଙ୍କୁ ଥଇଥାନ କରିବା ଲାଗି ଏନ୍ଏସି ପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ୍ ନିର୍ମାଣ କରାଗଲା। ପୂର୍ବରୁ ଯେଉଁମାନଙ୍କ କ୍ୟାବିନ୍ କିମ୍ବା ଦୋକାନ ଥିଲା ସେମାନେ ଯୋଗ୍ୟ ବିବେଚିତ ହେବା ସହ ସେମାନଙ୍କୁ ଭେଣ୍ଡିଂ ଜୋନ୍ ପ୍ରଦାନ କରାଗଲା। କିନ୍ତୁ ଦୁର୍ଭାଗ୍ୟର କଥା କିଛି ବ୍ୟକ୍ତି ଭେଣ୍ଡିଂ ଜୋନ୍ରେ ଦୋକାନ ନ କରି ଭଡ଼ାସୂତ୍ରରେ ଅନ୍ୟ ଲୋକଙ୍କୁ ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ଭେଣ୍ଡିଂ ଜୋନ୍ ବାବଦରେ ମାସକୁ ୫୦୦ ଶହ ଟଙ୍କାରେ ଆଣି ୧୫୦୦ ଟଙ୍କାରେ ଭଡ଼ାରେ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଏନ୍ଏସି ପ୍ରଶାସନ ପାଖରେ ଖବର ନ ଥିବା ଦୁଃଖ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳ ଲୋକେ ଦୋକାନ ଗୃହଟିଏ ପାଇବା ପାଇଁ ଡହଳବିକଳ ହେଉଥିବା ବେଳେ ଏଭଳି ଘଟଣା ଅଞ୍ଚଳବାସୀଙ୍କୁ ଚକିତ କରିଛି।
The post ଭଡ଼ାରେ ଭେଣ୍ଡିଂ ଜୋନ୍ appeared first on Dharitri Odia News.