ସକାଳୁ ଉଠିବା ପାଇଁ ଆଲାରାମ ଦେଉଛନ୍ତି କି? ହୋଇଯାଆନ୍ତୁ ସାବଧାନ ! ନଚେତ୍...
ନୂଆଦିଲ୍ଲୀ ୨୦।୦୫: ସକାଳୁ ଆଲାରାମ୍ ଦେଇ ଉଠିବା ଏକ ସାଧାରଣ କଥା । ଏପରି ପ୍ରାୟ ସମସ୍ତେ କରିଥାନ୍ତି । କିନ୍ତୁ ଜାଣନ୍ତି କି ଏହା ଶରୀର ପାଇଁ କେତେ ବିପଦ ? ଡାକ୍ତରଙ୍କ ଅନୁଯାୟୀ ଏପରି କରିବା ଦ୍ବାରା ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ। ଯାହା ଯୋଗୁଁ ଜଣେ ବ୍ୟକ୍ତି କ୍ଳାନ୍ତ ଏବଂ ଆଳସ୍ୟ ଅନୁଭବ କରେ। ଏମିତିକି ଏକାଧିକ ଆଲାର୍ମ ବାଜିବା ଦ୍ବାରା ନିଦର ଗୁଣବତ୍ତା ଏବଂ ଢାଞ୍ଚା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ବାରମ୍ବାର ନିଦ ଭାଙ୍ଗିବା କାରଣରୁ ଏହା ସ୍ମୃତି ଶକ୍ତି ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇପାରେ । ବାରମ୍ବାର ଉଠିବା ଏବଂ ନିଦ ଭାଙ୍ଗିବା ଆପଣଙ୍କ କାର୍ଯ୍ୟକଳାପକୁ ଧୀର କରିଦିଏ । ଯାହା ଆପଣଙ୍କ କ୍ରିଏଟିଭିଟି ମଧ୍ୟ ପ୍ରଭାବିତ କରିପାରେ। ଏମିତିକି ଶରୀର ଉପରେ ଚାପ ବଢ଼ିଯାଏ ଏବଂ ଆଡରେନାଲ୍ ନାମକ ଏକ ହରମୋନ୍ ନିର୍ଗତ ହୁଏ। ଏହା ସହିତ, କର୍ଟିସୋଲ ନାମକ ଚାପ-ହରମୋନର ସ୍ତର ମଧ୍ୟ ବୃଦ୍ଧି ପାଏ। ଯାହା ଯୋଗୁଁ ଶରୀର ମଧ୍ୟ ଆଘାତ ପାଇପାରେ। ତେବେ ଠିକ୍ ସମୟରେ ଉଠିବା ପାଇଁ ଆଲାରାମ୍ ବଦଳରେ କଣ କରିବେ ? ଆସନ୍ତୁ ଜାଣିବା...ଯଦି ଆପଣ ସକାଳେ ଠିକ୍ ସମୟରେ ଉଠିବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ କରନ୍ତୁ ଯେ ଆପଣ ରାତିରେ ଠିକ୍ ସମୟରେ ଶୁଅନ୍ତୁ । ଉଠିବା ପାଇଁ କେବଳ ଗୋଟିଏ ଆଲାର୍ମ ସେଟ୍ କରନ୍ତୁ, ବାରମ୍ବାର ନୁହେଁ ।
ନୂଆଦିଲ୍ଲୀ ୨୦।୦୫: ସକାଳୁ ଆଲାରାମ୍ ଦେଇ ଉଠିବା ଏକ ସାଧାରଣ କଥା । ଏପରି ପ୍ରାୟ ସମସ୍ତେ କରିଥାନ୍ତି । କିନ୍ତୁ ଜାଣନ୍ତି କି ଏହା ଶରୀର ପାଇଁ କେତେ ବିପଦ ? ଡାକ୍ତରଙ୍କ ଅନୁଯାୟୀ ଏପରି କରିବା ଦ୍ବାରା ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ। ଯାହା ଯୋଗୁଁ ଜଣେ ବ୍ୟକ୍ତି କ୍ଳାନ୍ତ ଏବଂ ଆଳସ୍ୟ ଅନୁଭବ କରେ।

ଏମିତିକି ଏକାଧିକ ଆଲାର୍ମ ବାଜିବା ଦ୍ବାରା ନିଦର ଗୁଣବତ୍ତା ଏବଂ ଢାଞ୍ଚା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ବାରମ୍ବାର ନିଦ ଭାଙ୍ଗିବା କାରଣରୁ ଏହା ସ୍ମୃତି ଶକ୍ତି ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇପାରେ । ବାରମ୍ବାର ଉଠିବା ଏବଂ ନିଦ ଭାଙ୍ଗିବା ଆପଣଙ୍କ କାର୍ଯ୍ୟକଳାପକୁ ଧୀର କରିଦିଏ । ଯାହା ଆପଣଙ୍କ କ୍ରିଏଟିଭିଟି ମଧ୍ୟ ପ୍ରଭାବିତ କରିପାରେ।

ଏମିତିକି ଶରୀର ଉପରେ ଚାପ ବଢ଼ିଯାଏ ଏବଂ ଆଡରେନାଲ୍ ନାମକ ଏକ ହରମୋନ୍ ନିର୍ଗତ ହୁଏ। ଏହା ସହିତ, କର୍ଟିସୋଲ ନାମକ ଚାପ-ହରମୋନର ସ୍ତର ମଧ୍ୟ ବୃଦ୍ଧି ପାଏ। ଯାହା ଯୋଗୁଁ ଶରୀର ମଧ୍ୟ ଆଘାତ ପାଇପାରେ। ତେବେ ଠିକ୍ ସମୟରେ ଉଠିବା ପାଇଁ ଆଲାରାମ୍ ବଦଳରେ କଣ କରିବେ ? ଆସନ୍ତୁ ଜାଣିବା...

ଯଦି ଆପଣ ସକାଳେ ଠିକ୍ ସମୟରେ ଉଠିବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ କରନ୍ତୁ ଯେ ଆପଣ ରାତିରେ ଠିକ୍ ସମୟରେ ଶୁଅନ୍ତୁ । ଉଠିବା ପାଇଁ କେବଳ ଗୋଟିଏ ଆଲାର୍ମ ସେଟ୍ କରନ୍ତୁ, ବାରମ୍ବାର ନୁହେଁ ।