ଆଜିଠୁ ଧ୍ୟାନରେ ବସିବେ ମୋଦି

ନୂଆଦିଲ୍ଲୀ,୩୦ା୫(ପି.ଟି.)ଜୁନ୍‌ ୧ରେ ଅନ୍ତିମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ହେବାକୁ ଥିବାବେଳେ ମେ’ ୩୦ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର କନ୍ୟାକୁମାରୀସ୍ଥିତ ବିବେକାନନ୍ଦ ରକ୍‌ରେ ୪୮ ଘଣ୍ଟିଆ ଧ୍ୟାନରେ ବସିବେ। ମୋଦିଙ୍କ ଧ୍ୟାନମୁଦ୍ରାର ଦୃଶ୍ୟ ଟିଭି ଚ୍ୟାନେଲଗୁଡ଼ିକରେ ଯେପରି ପ୍ରସାରଣ କରା ନ ଯିବ, ତାହା ସୁନିଶ୍ଚିତ କରିବା ପାଇଁ କଂଗ୍ରେସ ବୁଧବାର ନିର୍ବାଚନ କମିଶନ(ଇସି)ଙ୍କ ଦ୍ୱାରସ୍ଥ ହୋଇଛି। କଂଗ୍ରେସ ନେତା ରଣଦୀପ ସୂର୍ଯଓ୍ବୋଲା, ଅଭିଷେକ ସିଂଘଭି ଓ ସୟେଦ ନାସିର ହୁସେନ୍‌ ଇସିଙ୍କୁ ଭେଟି ଏ […] The post ଆଜିଠୁ ଧ୍ୟାନରେ ବସିବେ ମୋଦି appeared first on Dharitri Odia News.

ଆଜିଠୁ ଧ୍ୟାନରେ ବସିବେ ମୋଦି

ନୂଆଦିଲ୍ଲୀ,୩୦ା୫(ପି.ଟି.)ଜୁନ୍‌ ୧ରେ ଅନ୍ତିମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ହେବାକୁ ଥିବାବେଳେ ମେ’ ୩୦ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର କନ୍ୟାକୁମାରୀସ୍ଥିତ ବିବେକାନନ୍ଦ ରକ୍‌ରେ ୪୮ ଘଣ୍ଟିଆ ଧ୍ୟାନରେ ବସିବେ। ମୋଦିଙ୍କ ଧ୍ୟାନମୁଦ୍ରାର ଦୃଶ୍ୟ ଟିଭି ଚ୍ୟାନେଲଗୁଡ଼ିକରେ ଯେପରି ପ୍ରସାରଣ କରା ନ ଯିବ, ତାହା ସୁନିଶ୍ଚିତ କରିବା ପାଇଁ କଂଗ୍ରେସ ବୁଧବାର ନିର୍ବାଚନ କମିଶନ(ଇସି)ଙ୍କ ଦ୍ୱାରସ୍ଥ ହୋଇଛି। କଂଗ୍ରେସ ନେତା ରଣଦୀପ ସୂର୍ଯଓ୍ବୋଲା, ଅଭିଷେକ ସିଂଘଭି ଓ ସୟେଦ ନାସିର ହୁସେନ୍‌ ଇସିଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେଥିରେ ଗତ କିଛିଦିନ ମଧ୍ୟରେ ଭାଜପା ପକ୍ଷରୁ ୨୭ ଥର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ମୋଦିଙ୍କ ବାରାଣସୀ ସଂସଦୀୟ ଆସନରେ ଭୋଟ ଗ୍ରହଣର ଦିନକ ପୂର୍ବରୁ କନ୍ୟାକୁମାରୀର ଧ୍ୟାନ ମଣ୍ଡପମ୍‌ରେ ଧ୍ୟାନ କାର୍ଯ୍ୟକ୍ରମ ସାଇଲେନ୍ସ ପିରିୟଡ୍‌ର ଖୋଲା ଉଲ୍ଲଂଘନ ବୋଲି କଂଗ୍ରେସ କହିଛି। ସେହିପରି ମୋଦିଙ୍କ ଧ୍ୟାନ ବେଳର ଦୃଶ୍ୟ ଟିଭିରେ ଦେଖାଇଲେ, ତୃଣମୂଳ କଂଗ୍ରେସ ମଧ୍ୟ ଇସିଙ୍କ ନିକଟରେ ଅଭିଯୋଗ କରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

The post ଆଜିଠୁ ଧ୍ୟାନରେ ବସିବେ ମୋଦି appeared first on Dharitri Odia News.