ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ଯାଜପୁର ବଡ଼ଚଣାରୁ ପ୍ରାର୍ଥୀ ଘୋଷଣା କରିଛି। ଦଳର ବରିଷ୍ଠ ନେତା ତଥା ବଡ଼ଚଣାରୁ ଛଅ ଥର ବିଧାୟକ ହୋଇଥିବା ଆମର ପ୍ରସାଦ ଶତପଥୀଙ୍କ ଉପରେ ଦଳ ଏଥର ଭରସା କରିନାହିଁ। ତେବେ ବର୍ଷାଙ୍କୁ ବଡ଼ଚଣାରୁ ଟିକେଟ୍ ମିଳିବା ପଛରେ କେତେଗୁଡ଼ିଏ ପ୍ରମୁଖ କାରଣ ଥିବା କୁହାଯାଉଛି। ବର୍ତ୍ତମାନର […] The post ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ appeared first on Dharitri Odia News.

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ଯାଜପୁର ବଡ଼ଚଣାରୁ ପ୍ରାର୍ଥୀ ଘୋଷଣା କରିଛି। ଦଳର ବରିଷ୍ଠ ନେତା ତଥା ବଡ଼ଚଣାରୁ ଛଅ ଥର ବିଧାୟକ ହୋଇଥିବା ଆମର ପ୍ରସାଦ ଶତପଥୀଙ୍କ ଉପରେ ଦଳ ଏଥର ଭରସା କରିନାହିଁ। ତେବେ ବର୍ଷାଙ୍କୁ ବଡ଼ଚଣାରୁ ଟିକେଟ୍ ମିଳିବା ପଛରେ କେତେଗୁଡ଼ିଏ ପ୍ରମୁଖ କାରଣ ଥିବା କୁହାଯାଉଛି।

ବର୍ତ୍ତମାନର ବିଧାୟକ ଆମର ପ୍ରସାଦ ଶତପଥୀ ୨୦୧୯ ନିର୍ବାଚନରେ ମାତ୍ର ୧୪୮୫ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ତେଣୁ ଏତେ କମ୍ ବ୍ୟବଧାନରେ ବିଜୟୀ ହୋଇଥିବାରୁ ବିଜେଡି ଚଳିତ ଥର ଜଣେ ନୂଆ ମୁହଁକୁ ଏଠାରୁ ପ୍ରୋଜେକ୍ଟ କରିବାକୁ ଚାହିଁଥିଲା।

ଦ୍ୱିତୀୟରେ ଜନ୍ମେଜୟ ଲେଙ୍କା ଯିଏ ୨୦୦୯ ରେ ସ୍ୱାଧୀନ ଏବଂ ୨୦୧୪ରେ କଂଗ୍ରେସରୁ ବଡ଼ଚଣା ବିଧାନସଭା ଆସନରୁ ଲଢ଼ିଥିଲେ, ସେ ଏବେ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ଏଠାରେ ତାଙ୍କର ଭଲ ସଂଗଠନ ମଧ୍ୟ ରହିଛି। ୨୦୧୯ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇଥିଲେ ଏବଂ ନିର୍ବାଚନ ମଣ୍ଡଳୀରେ ସେବେଠୁ ସକ୍ରିୟ ରହିଛନ୍ତି।

ସେହିଭଳି ବଡ଼ଚଣାର ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ର ମଧ୍ୟ ଅଞ୍ଚଳରେ ଜଣେ ବଡ଼ ନେତା। ସେ ନିକଟରେ ବିଜେଡିରେ ଯୋଗ ଦେଇଥିଲେ। ସେ ମଧ୍ୟ ବିଜେଡିରୁ ଟିକେଟ ପାଇଁ ଆଶାୟୀଥିବା କୁହାଯାଉଥିଲା।

ଅର୍ଥାତ ଏଥର ବଡ଼ଚଣାରୁ ବିଜେଡି ଟିକେଟ୍ ପାଇଁ ୩ ଜଣ ଦୃଢ ପ୍ରତିଯୋଗୀ ଥିଲେ। ୨୦୧୯ ରେ ଭାଜପାର ଅମର ନାୟକ ବିଜେଡିକୁ ଏକ ବଡ଼ ଝଟକା ଦେଇଥିଲେ। ଅମର ୧୫୦୦ ଭୋଟରୁ କମ୍ ଭୋଟରେ ପରାଜିତ ହୋଇଥିଲେ। ଅନ୍ୟପଟେ ଟିକେଟ୍ ପାଇଁ ୩ ଜଣ ପ୍ରାର୍ଥୀ ସଂଘର୍ଷ କରୁଥିବାରୁ ବେଳେ ଦଳ ବର୍ଷାଙ୍କୁ ଟିକେଟ ଦେଇ ଏଠାରେ ନୂଆ ସମୀକରଣ ସୃଷ୍ଟି କରିବାକୁ ଚାହିଁଛି।

ତେବେ ଯାଜପୁର ଜିଲା ବିଜେଡିର ଗଡ଼ ଭାବେ ପରିଚିତ। କିନ୍ତୁ ବଡ଼ଚଣା ଦଳ ପାଇଁ ସବୁଠାରୁ ଦୁର୍ବଳ ଆସନ ଥିଲା। ତେଣୁ ଏଠାରେ ବର୍ଷାଙ୍କୁ ଟିକେଟ ଦେଇ ପାର୍ଟି ବିରୋଧୀଙ୍କୁ ଚମକାଇ ଦେଇଛନ୍ତି ନବୀନ।

The post ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ appeared first on Dharitri Odia News.