କୋଲକାତା ମାମଲା: କଲେଜ ପରିସରରେ ପୀଡ଼ିତା ଡାକ୍ତରଙ୍କ ଷ୍ଟାଚ୍ୟୁକୁ ନେଇ ବଢିଲା ଉତ୍ତେଜନା
କୋଲକାତା,୩।୧୦: ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ନିର୍ମମ ହତ୍ୟା ଯୋଗୁଁ ସାରା ଦେଶରେ ପ୍ରସିଦ୍ଧ କୋଲକାତାର ଆରଜି କର ମେଡିକାଲ କଲେଜରେ ଏବେ ଏକ ନୂଆ ବିବାଦ ଦେଖାଦେଇଛି। ଏହି ଘଟଣା ପରେ ଦୀର୍ଘ ଦିନ ଧରି ଏହାକୁ ବିରୋଧ କରୁଥିବା ଡାକ୍ତରୀ ଛାତ୍ରମାନେ କଲେଜ ପରିସରରେ ପୀଡିତାଙ୍କ ସ୍ମୃତିରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଏହି ପ୍ରତିମୂର୍ତ୍ତିର ନାମ ‘Cry of the Hours’ ବା ‘କାନ୍ଦିବାର ଘଣ୍ଟା’ ରଖାଯାଇଛି। ଅର୍ଥାତ୍ ଘଟଣା ସମୟରେ […] The post କୋଲକାତା ମାମଲା: କଲେଜ ପରିସରରେ ପୀଡ଼ିତା ଡାକ୍ତରଙ୍କ ଷ୍ଟାଚ୍ୟୁକୁ ନେଇ ବଢିଲା ଉତ୍ତେଜନା appeared first on Dharitri Odia News.
କୋଲକାତା,୩।୧୦: ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ନିର୍ମମ ହତ୍ୟା ଯୋଗୁଁ ସାରା ଦେଶରେ ପ୍ରସିଦ୍ଧ କୋଲକାତାର ଆରଜି କର ମେଡିକାଲ କଲେଜରେ ଏବେ ଏକ ନୂଆ ବିବାଦ ଦେଖାଦେଇଛି। ଏହି ଘଟଣା ପରେ ଦୀର୍ଘ ଦିନ ଧରି ଏହାକୁ ବିରୋଧ କରୁଥିବା ଡାକ୍ତରୀ ଛାତ୍ରମାନେ କଲେଜ ପରିସରରେ ପୀଡିତାଙ୍କ ସ୍ମୃତିରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଏହି ପ୍ରତିମୂର୍ତ୍ତିର ନାମ ‘Cry of the Hours’ ବା ‘କାନ୍ଦିବାର ଘଣ୍ଟା’ ରଖାଯାଇଛି। ଅର୍ଥାତ୍ ଘଟଣା ସମୟରେ ପୀଡିତାଙ୍କ ସହିତ କ’ଣ ହୋଇଥାଇପାରେ । ସେ କିପରି ଚିତ୍କାର କରିଥିବେ।
ଏହି ଷ୍ଟାଚ୍ୟୁ ସପକ୍ଷରେ ଓ ବିପକ୍ଷରେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହୋଇଛି। କେତେଜଣ ୟୁଜର ଏହାକୁ ଅପମାନଜନକ ଏବଂ ବିବ୍ରତ କଲାଭଳି ବୋଲି କହୁଛନ୍ତି। ଜଣେ ୟୁଜର ଲେଖିଛନ୍ତି- ମୁଁ ଚାହୁଁଛି ଏହି ପ୍ରତିମୂର୍ତ୍ତିକୁ ଯଥାଶୀଘ୍ର ହଟାଯାଉ। ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହା ବହୁତ ଭୟଙ୍କର। ଏହା ବ୍ୟଥିତ କରୁଛି।
ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଏହା ଅତ୍ୟନ୍ତ ସମ୍ବେଦନଶୀଳ। ଏହି ପ୍ରତିମୂର୍ତ୍ତିକୁ ହଟାଇବା ଉଚିତ୍। ଅନ୍ୟ ଜଣେ ଲେଖିଛନ୍ତି ଯେ ଜଣେ ବଳାତ୍କାର ପୀଡିତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଉଚିତ ନୁହେଁ।
ତ୍ରୁଣମୂଳ କଂଗ୍ରେସ ନେତା କୃଣାଳ ଘୋଷ ମଧ୍ୟ ଏହି ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏହା ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ବିରୁଦ୍ଧ ବୋଲି ସେ ଲେଖିଛନ୍ତି। ପୀଡିତାଙ୍କ ନାମ ଏବଂ ପରିଚୟ ପ୍ରକାଶ କରାଯିବା ଉଚିତ ନୁହେଁ।
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ କୌଣସି ଦାୟିତ୍ୱବାନ ବ୍ୟକ୍ତି ଏହା କରିପାରିବେ ନାହିଁ। କଳା ନାମରେ ମଧ୍ୟ ଏହା କରାଯାଇପାରିବ ନାହିଁ। ନ୍ୟାୟ ପାଇଁ ବିରୋଧ ଜାରି ରହିଛି। କିନ୍ତୁ, ଏହି ପ୍ରତିମୂର୍ତ୍ତି ଠିକ ନୁହେଁ । ଏଥିରେ ଚିତ୍କାର କରୁଥିବା ଝିଅର ଚେହେରା ସୃଷ୍ଟି ହୋଇଛି।
ତେବେ ଆରଜି କର ମେଡିକାଲ କଲେଜର ଡାକ୍ତର ଦେବଦତ୍ତ କହିଛନ୍ତି ଯେ ସେମାନେ କୌଣସି ନିୟମ ଭାଙ୍ଗି ନାହାଁନ୍ତି। ଏହା ଏକ ପ୍ରତୀକାତ୍ମକ ଷ୍ଟାଚ୍ୟୁ। ଏହି ପ୍ରତିମୂର୍ତ୍ତି ମାଧ୍ୟମରେ ଆମେ କୌଣସି ଝିଅର ଦୁଃଖ ବିଷୟରେ କହୁ ନାହୁଁ। ସେହି ରାତିରେ କ’ଣ ଘଟିଛି ଏବଂ ଟ୍ରେନି ଡାକ୍ତରଙ୍କ ସହ କ’ଣ ଘଟିଛି ସେ ବିଷୟରେ ଆମେ ସରକାର ଏବଂ ପ୍ରଶାସନକୁ ସ୍ମରଣ କରାଇବାକୁ ଚାହୁଁଛୁ।
ଏହି ସମୟରେ ଜୁନିଅର ଡାକ୍ତରମାନେ ଆରଜି କର ଘଟଣାରେ ପୁଣି ଥରେ ଧର୍ମଘଟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେମାନେ କହିଛନ୍ତି ଯେ ସେପ୍ଟେମ୍ବର ମଧ୍ୟଭାଗରେ ସରକାର ପ୍ରତିଶ୍ରୁତି ଦେଇଥିବା ଦିଗରେ କୌଣସି କାର୍ଯ୍ୟ କରାଯାଇ ନାହିଁ।
The post କୋଲକାତା ମାମଲା: କଲେଜ ପରିସରରେ ପୀଡ଼ିତା ଡାକ୍ତରଙ୍କ ଷ୍ଟାଚ୍ୟୁକୁ ନେଇ ବଢିଲା ଉତ୍ତେଜନା appeared first on Dharitri Odia News.