ନବରଙ୍ଗପୁରରେ ୧୨ଘଣ୍ଟିଆ ବନ୍ଦ, ଜନଜୀବନ ପ୍ରଭାବିତ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ପଦବୀରେ ଜିଲାର ଯୁବକ ଯୁବତୀଙ୍କୁ ନିଯୁକ୍ତି କରିବା ଦାବିରେ ନବରଙ୍ଗପୁର ଜିଲାରେ ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ବନ୍ଦ ପାଳନ କରାଯାଇଛି। ଫଳରେ ଦିନତମାମ ଦୋକାନ ବଜାର, ସରକାରୀ କାର୍ଯ୍ୟ।ଳୟ, ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଜନଜୀବନ ପ୍ରଭାବିତ ହୋଇଥିଲା। ବିଗତ କିଛିଦିନ ପୂର୍ବେ ଜିଲାରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇ ଏଗ୍ରିମେଣ୍ଟ ପେପର ପୈଠ କରିବା […]

ନବରଙ୍ଗପୁରରେ ୧୨ଘଣ୍ଟିଆ ବନ୍ଦ, ଜନଜୀବନ ପ୍ରଭାବିତ
ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ପଦବୀରେ ଜିଲାର ଯୁବକ ଯୁବତୀଙ୍କୁ ନିଯୁକ୍ତି କରିବା ଦାବିରେ ନବରଙ୍ଗପୁର ଜିଲାରେ ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ବନ୍ଦ ପାଳନ କରାଯାଇଛି। ଫଳରେ ଦିନତମାମ ଦୋକାନ ବଜାର, ସରକାରୀ କାର୍ଯ୍ୟ।ଳୟ, ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଜନଜୀବନ ପ୍ରଭାବିତ ହୋଇଥିଲା। ବିଗତ କିଛିଦିନ ପୂର୍ବେ ଜିଲାରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇ ଏଗ୍ରିମେଣ୍ଟ ପେପର ପୈଠ କରିବା ସମୟରେ ନବରଙ୍ଗପୁର ଜିଲାର ବିଭିନ୍ନ ସଙ୍ଗଠନ ତରଫରୁ ଏହାକୁ ବିରୋଧ କରି ମିଶନଶକ୍ତିର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇ ଅବିଭକ୍ତ କୋରାପୁଟ ଜିଲ।ର ପ୍ରାର୍ଥୀ ହିଁ  ଏଗ୍ରିମେଣ୍ଟ ପେପର ଦାଖଲ କରିବା ପାଇଁ ଅନୁମତି ଦେଇଥିବା ବେଳେ ଅନ୍ୟ ବାହାର ଜିଲାର ପ୍ରାର୍ଥୀଙ୍କୁ ଭିତରକୁ ଛାଡି ନ ଥିଲେ। ଏହାପର ଠାରୁ ଅବିଭକ୍ତ କୋରାପୁଟ ଜିଲାର ଅନ୍ୟ ଜିଲାମାନଙ୍କରେ ମଧ୍ୟ ଜିଲା ଭିତ୍ତିକ ନିଯୁକ୍ତି ସମ୍ପର୍କରେ ଆନ୍ଦୋଳନ ଜୋର ଧରିଥିଲା। ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ୧୨ ଘଣ୍ଟା  ବନ୍ଦ ଡାକରା ଦିଆଯାଇଥିଲା। ଏହି ଡାକରାରେ ବିଜୁ ଜନତା ଦଳ ଓ କଂଗ୍ରେସ ଦଳ ନେତୃତ୍ୱ ନେଇଥିଲେ ଏବଂ ଅନ୍ୟାନ୍ୟ ସଙ୍ଗଠନ ମଧ୍ୟ ସାମିଲ ହୋଇଥିଲେ।