ବିଗ୍‌ବସ୍‌ ୧୯: ସଲ୍‌ମାନଙ୍କୁ ମିଶାଇ ୪ ହୋଷ୍ଟ

ମୁମ୍ବାଇ: ଲୋକପ୍ରିୟ ରିୟଲିଟି ଶୋ’ ବିଗ୍‌ବସ୍‌ର ୧୯ତମ ସିଜନ୍‌କୁ ନେଇ ସୋମବାର ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଅଗଷ୍ଟ ଶେଷ ସପ୍ତାହରେ ‘ବିଗ୍‌ବସ୍‌ ୧୯’ ଆରମ୍ଭ ହେବ, ଯାହା ୫ ମାସ ପର୍ଯ୍ୟନ୍ତ ଚାଲିବ। ଏହା ସବୁଠାରୁ ଲମ୍ବା ଅବଧିର ବିଗ୍‌୍‌ବସ୍‌ ସିଜନ୍‌ ହେବ ବୋଲି ଜଣାପଡ଼ିଛି। ତେବେ ଏହି ସିଜନକୁ କେବଳ ସଲ୍‌ମାନ ହୋଷ୍ଟ କରିବେ ନାହିଁ, ବରଂ ୩ ଅନ୍ୟ ସେଲିବ୍ରିଟି ମଧ୍ୟ ହୋଷ୍ଟ କରିବେ। ଏହି ଶୋ’ରେ […] The post ବିଗ୍‌ବସ୍‌ ୧୯: ସଲ୍‌ମାନଙ୍କୁ ମିଶାଇ ୪ ହୋଷ୍ଟ appeared first on Dharitri Odia News.

ବିଗ୍‌ବସ୍‌ ୧୯: ସଲ୍‌ମାନଙ୍କୁ ମିଶାଇ ୪ ହୋଷ୍ଟ

ମୁମ୍ବାଇ: ଲୋକପ୍ରିୟ ରିୟଲିଟି ଶୋ’ ବିଗ୍‌ବସ୍‌ର ୧୯ତମ ସିଜନ୍‌କୁ ନେଇ ସୋମବାର ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଅଗଷ୍ଟ ଶେଷ ସପ୍ତାହରେ ‘ବିଗ୍‌ବସ୍‌ ୧୯’ ଆରମ୍ଭ ହେବ, ଯାହା ୫ ମାସ ପର୍ଯ୍ୟନ୍ତ ଚାଲିବ। ଏହା ସବୁଠାରୁ ଲମ୍ବା ଅବଧିର ବିଗ୍‌୍‌ବସ୍‌ ସିଜନ୍‌ ହେବ ବୋଲି ଜଣାପଡ଼ିଛି। ତେବେ ଏହି ସିଜନକୁ କେବଳ ସଲ୍‌ମାନ ହୋଷ୍ଟ କରିବେ ନାହିଁ, ବରଂ ୩ ଅନ୍ୟ ସେଲିବ୍ରିଟି ମଧ୍ୟ ହୋଷ୍ଟ କରିବେ। ଏହି ଶୋ’ରେ ପ୍ରଥମ ୩ ମାସ ସଲ୍‌ମାନ ହୋଷ୍ଟ କରିବେ। ଏହାପରେ ଅଭିନେତ୍ରୀ ଫରାହ ଖାନ୍‌, ଅଭିନେତା ଅନିଲ କପୁର ଏବଂ ଫିଲ୍ମ ନିର୍ମାତା କରନ ଜୋହର ଏହି ଶୋ’କୁ ହୋଷ୍ଟ କରିବେ ବୋଲି ଶୋ’ର କୋର୍‌ ଟିମ୍‌ଙ୍କ ସୂତ୍ରରୁ ଜଣାପଡ଼ିଛି। ତେବେ ଗ୍ରାଣ୍ଡ୍‌ ଫିନାଲେକୁ ସଲ୍‌ମାନ ହୋଷ୍ଟ କରିବେ। ସେହିପରି ଚଳିତ ଥର ଏହି ରିୟଲିଟି ଶୋ’ ଟିଭି ଏବଂ ଓଟିଟିରେ ଏକକାଳୀନ ଚାଲିବ ବୋଲି ଜଣାପଡ଼ିଛି। ବିଗ୍‌୍‌ବସ୍‌ ୧୯ର ପ୍ରତିଯୋଗୀଙ୍କ ପାଇଁ ସମ୍ପ୍ରତି ଅଡିଶନ ଜାରି ରହିଛି। ଛୋଟ ପରଦା ତଥା ମଡେଲ ଦୁନିଆର ଅନେକ ତାରକା ଚଳିତ ସିଜନ୍‌ରେ ପ୍ରତିଯୋଗୀ ଭାବେ ଯୋଗଦେବେ ବୋଲି ରିପୋର୍ଟରେ କୁହାଯାଇଛି।

The post ବିଗ୍‌ବସ୍‌ ୧୯: ସଲ୍‌ମାନଙ୍କୁ ମିଶାଇ ୪ ହୋଷ୍ଟ appeared first on Dharitri Odia News.