ରେଡ୍‌ କାର୍ପେଟରେ ନଗ୍ନତା ଉପରେ କଟକଣା

କାନ୍ସ, ୧୪।୫: ୭୮ତମ ବାର୍ଷିକ କାନ୍ସ ଫିଲ୍ମ ଫେଷ୍ଟିଭାଲ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚଳଚ୍ଚିତ୍ର ଉତ୍ସବରେ ସିନେମା ଏବଂ ଫ୍ୟାଶନ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସମାବେଶ ଲାଗି ରହିବ। ବଡ଼ ବଡ଼ ଷ୍ଟାର୍‌ମାନେ କାନ୍ସର ରେଡ୍‌ କାର୍ପେଟରେ ସେମାନଙ୍କ ଜଲଓ୍ବା ଦେଖାଉଥିବା ନଜରକୁ ଆସିବେ। ତେବେ ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ସୋମବାର ଏହାର ଆୟୋଜକଙ୍କ ପକ୍ଷରୁ ଏକ ଗାଇଡଲାଇନ୍‌ ଜାରି କରାଯାଇଛି, ଯେଉଁଥିରେ ପୂର୍ବରୁ ରହିଥିବା […] The post ରେଡ୍‌ କାର୍ପେଟରେ ନଗ୍ନତା ଉପରେ କଟକଣା appeared first on Dharitri Odia News.

ରେଡ୍‌ କାର୍ପେଟରେ ନଗ୍ନତା ଉପରେ କଟକଣା

କାନ୍ସ, ୧୪।୫: ୭୮ତମ ବାର୍ଷିକ କାନ୍ସ ଫିଲ୍ମ ଫେଷ୍ଟିଭାଲ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚଳଚ୍ଚିତ୍ର ଉତ୍ସବରେ ସିନେମା ଏବଂ ଫ୍ୟାଶନ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସମାବେଶ ଲାଗି ରହିବ। ବଡ଼ ବଡ଼ ଷ୍ଟାର୍‌ମାନେ କାନ୍ସର ରେଡ୍‌ କାର୍ପେଟରେ ସେମାନଙ୍କ ଜଲଓ୍ବା ଦେଖାଉଥିବା ନଜରକୁ ଆସିବେ। ତେବେ ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ସୋମବାର ଏହାର ଆୟୋଜକଙ୍କ ପକ୍ଷରୁ ଏକ ଗାଇଡଲାଇନ୍‌ ଜାରି କରାଯାଇଛି, ଯେଉଁଥିରେ ପୂର୍ବରୁ ରହିଥିବା ନିୟମରେ ପରିବର୍ତ୍ତନ କରାଯାଇଛି। ନୂତନ ଗାଇଡଲାଇନ ଅନୁଯାୟୀ, ଚଳିତ କାନ୍ସ ଫେଷ୍ଟିଭାଲର ରେଡ୍‌ କାର୍ପେଟରେ ନଗ୍ନତା ପ୍ରଦର୍ଶନକୁ ବାରଣ କରାଯାଇଛି। ସେହିପରି ରେଡ୍‌ କାର୍ପେଟରେ ଅତ୍ୟଧିକ ଓଜନଦାର ଏବଂ ଓଭର ସାଇଜ୍‌ ଆଉଟଫିଟ ପିନ୍ଧିବା ଉପରେ ମଧ୍ୟ କଟକଣା ଲଗାଯାଇଛି। କାନ୍ସ ଫିଲ୍ମ ଫେଷ୍ଟିଭାଲ ପକ୍ଷରୁ କୁହାଯାଇଛି, ଚଳିତ ଥର ରେଡ୍‌ କାର୍ପେଟ ପାଇଁ ଡ୍ରେସ୍‌ କୋଡ୍‌ ଖୁବ୍‌ ଆକର୍ଷଣୀୟ ହେବାକୁ ଯାଉଛି। ଫରାସୀ ନିୟମ ଏବଂ ଫ୍ୟାଶନ୍‌ର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ନୂତନ ନିୟମକୁ ପ୍ରସ୍ତୁତ କରାଯାଇଛି। ତେବେ ଏହି ନିୟମ ଜରିଆରେ ଫ୍ୟାଶନକୁ ନିୟନ୍ତ୍ରଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ଆୟୋଜକ କହିଛନ୍ତି। ନଗ୍ନତା ଏବଂ ଭାରୀ ପୋଷାକ ଯୋଗୁ ରେଡ୍‌ କାର୍ପେଟରେ ସୃଷ୍ଟି ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ଗାଇଡ୍‌ଲାଇନରେ ପରିବର୍ତ୍ତନ କରାଯାଇଛି। ଲମ୍ବା ଏବଂ ଭାରୀ ପୋଷାକ ଯୋଗୁ ଫେଷ୍ଟିଭାଲରେ ଅତିଥିମାନେ ଉଠିବା କିମ୍ବା ବସିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ନୂତନ ନିୟମ ଲାଗୁ କରାଯାଇଛି।
ଥର କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍‌ କାର୍ପେଟରେ ଅନେକ ଭାରତୀୟ ଷ୍ଟାର୍‌ ନିଜ ଜଲଓ୍ବା ଦେଖାଉଥିବାର ନଜରକୁ ଆସିବେ। ଚଳିତ ଥର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଜାହ୍ନବୀ କପୁର, ଶର୍ମିଳା ଟୋଗୋରଙ୍କ ସହ ଅଭିନେତା ଇଶାନ ଖଟ୍ଟର ମଧ୍ୟ କାନ୍ସର ରେଡ୍‌ କାର୍ପେଟରେ ନଜରକୁ ଆସିବେ। କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୫ରେ ୫ଟି ଭାରତୀୟ ସିନେମା ପ୍ରଦର୍ଶିତ କରାଯିବ। ଏହି ଇଭେଣ୍ଟରେ ୭୦ ଦଶକରେ ରିଲିଜ୍‌ ହୋଇଥିବା ଶର୍ମିଳା ଟାଗୋରଙ୍କ ଅଭିନୀତ ‘ଆରାନ୍‌ୟେର ଦୀନ ରାତ୍ରୀ’କୁ ପ୍ରଦର୍ଶିତ କରାଯିବ। ସେହିପରି ନୀରଜ ଘାୟଓ୍ବାନଙ୍କ ନିର୍ଦ୍ଦେଶିତ ‘ହୋମବାଉଣ୍ଡ’, ଅଭିନେତା ଅନୁପମ ଖେର୍‌ଙ୍କ ନିର୍ଦ୍ଦେଶିତ ‘ତନ୍‌ଭି ଦି ଗ୍ରେଟ’, ଶିଲାଦିତ୍ୟ ମୌଲିକଙ୍କ ନିର୍ଦ୍ଦେଶିତ ‘ଚରକ’ ଏବଂ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଇନ୍‌ଷ୍ଟିଟ୍ୟୁଟ (ଏସ୍‌ଆର୍‌ଏଫ୍‌ଟିଆଇ) ଦ୍ୱାରା ନିର୍ମିତ ଫିଲ୍ମ ‘ଏ ଡଲ୍‌ ମେଡ୍‌ ଅପ୍‌ ଅଫ୍‌ କ୍ଲେ’କୁ ମଧ୍ୟ କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୫ରେ ପ୍ରଦର୍ଶନ କରାଯିବ।

The post ରେଡ୍‌ କାର୍ପେଟରେ ନଗ୍ନତା ଉପରେ କଟକଣା appeared first on Dharitri Odia News.