ଭଦ୍ରକରେ ୨୩ ମଣ୍ଡପରେ ପୂଜା ପାଉଛନ୍ତି ମା’ ଦୁର୍ଗତିନାଶିନୀ
ଭଦ୍ରକ,୧୧ା୧୦(ସନାତନ ରାଉତ): ଭଦ୍ରକ ସହରର ୨୩ଟି ପୂଜାମଣ୍ଡପରେ ମା’ ଦୁର୍ଗତିନାଶିନୀଙ୍କ ପୂଜା ଆରାଧନା ଆରମ୍ଭ ହୋଇଛି। ଶୁକ୍ରବାର ମହାଷ୍ଟମୀ ପୂଜା ଥିବାରୁ ସବୁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ସକାଳ ୬ଟାରୁ ଅଷ୍ଟମୀ ପୂଜା ଆରମ୍ଭ ହୋଇଥିବା ବେଳେ ଉପବାସ ରଖିଥିବା ଶ୍ରଦ୍ଧାଳୁ ମହିଳାମାନେ ପରିବାରର ଶୁଭ ମନାସୀ ମା’ଙ୍କ ଠାରେ ଦୀପ ଜାଳିଛନ୍ତି। ଭୋଗ ଲଗାଇବା ସହ ନୂଆ ଶାଢି ଶଙ୍ଖା ପୂଜା କରି ପରିଧାନ କରିଛନ୍ତି। ସହରର ବଙ୍କ ବାସୁଳି ମନ୍ଦିରରେ ଅସମ୍ଭାଳ ଭିଡ଼ […] The post ଭଦ୍ରକରେ ୨୩ ମଣ୍ଡପରେ ପୂଜା ପାଉଛନ୍ତି ମା’ ଦୁର୍ଗତିନାଶିନୀ appeared first on Dharitri Odia News.
ଭଦ୍ରକ,୧୧ା୧୦(ସନାତନ ରାଉତ): ଭଦ୍ରକ ସହରର ୨୩ଟି ପୂଜାମଣ୍ଡପରେ ମା’ ଦୁର୍ଗତିନାଶିନୀଙ୍କ ପୂଜା ଆରାଧନା ଆରମ୍ଭ ହୋଇଛି। ଶୁକ୍ରବାର ମହାଷ୍ଟମୀ ପୂଜା ଥିବାରୁ ସବୁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ସକାଳ ୬ଟାରୁ ଅଷ୍ଟମୀ ପୂଜା ଆରମ୍ଭ ହୋଇଥିବା ବେଳେ ଉପବାସ ରଖିଥିବା ଶ୍ରଦ୍ଧାଳୁ ମହିଳାମାନେ ପରିବାରର ଶୁଭ ମନାସୀ ମା’ଙ୍କ ଠାରେ ଦୀପ ଜାଳିଛନ୍ତି। ଭୋଗ ଲଗାଇବା ସହ ନୂଆ ଶାଢି ଶଙ୍ଖା ପୂଜା କରି ପରିଧାନ କରିଛନ୍ତି। ସହରର ବଙ୍କ ବାସୁଳି ମନ୍ଦିରରେ ଅସମ୍ଭାଳ ଭିଡ଼ ଲାଗିଥିଲା।
ସେହିପରି ଗାନ୍ଧୀ ପଡିଆ, ବାଇପାସ, ପ୍ରାଚୀ ନଗର, ଜାନୁଗଞ୍ଜ, ଗବସାହି, ବାଙ୍କା ବଜାର, ଚନ୍ଦନବଜାର, ସନ୍ଥିଆ, ପାଟଣା ସାହି, ଚରମ୍ପା ସ୍କୁଲ ରୋଡ୍, ଷ୍ଟେଶନ ରୋଡ୍, ତେଲି ମହଲା ସମେତ ଗ୍ରାମାଞ୍ଚଳରେ ବିଭିନ୍ନ ମଣ୍ଡପରେ ମା’ଙ୍କୁ ପୂଜା କରାଯାଉଛି। ସୁନ୍ଦର ଆଲୋକ ସଜ୍ଜା ଓ ସୁଉଚ୍ଚ ତୋରଣ ସହରକୁ ଶୋଭା ବର୍ଦ୍ଧିତ କରିଛି। ବିଭିନ୍ନ ପୂଜାମଣ୍ଡପରେ ଗତ ସନ୍ଧ୍ୟାରୁ ମେଲୋଡି, ଭଜନ ସା, ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ମୀନାବଜାର ଆରମ୍ଭ ହୋଇଛି l ଭଦ୍ରକ ପୋଲିସ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପାଇଁ ସମସ୍ତ ପୂଜାମଣ୍ଡପରେ ଫୋର୍ସ ମୁତୟନ ରହିଛନ୍ତି।
The post ଭଦ୍ରକରେ ୨୩ ମଣ୍ଡପରେ ପୂଜା ପାଉଛନ୍ତି ମା’ ଦୁର୍ଗତିନାଶିନୀ appeared first on Dharitri Odia News.