ଆଜି ଓଡ଼ିଶା ଆସିବେ ଛତିଶଗଡ଼ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ, ନିଆଯିବ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର,୪ା୧୧: ଛତିଶଗଡ଼ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ସୋମବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶାରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି କାହାକୁ କରାଯିବା ଦରକାର ସେନେଇ ରିପୋର୍ଟ ସଂଗ୍ରହ କରିବାକୁ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ତାଙ୍କୁ ଦାୟିତ୍ୱ ପ୍ରଦାନ କରିଛି। ଏହି ରିପୋର୍ଟ ସଂଗ୍ରହ କରିବା ଲାଗି ସେ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି। ଏହାସହ ପୂର୍ବତନ ଏମ୍ପି ମିନାକ୍ଷୀ ନଟରାଜନଙ୍କୁ ମଧ୍ୟ ସାଙ୍ଗରେ ନେଇ ରିପୋର୍ଟ […] The post ଆଜି ଓଡ଼ିଶା ଆସିବେ ଛତିଶଗଡ଼ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ, ନିଆଯିବ ବଡ଼ ନିଷ୍ପତ୍ତି appeared first on Dharitri Odia News.
ଭୁବନେଶ୍ୱର,୪ା୧୧: ଛତିଶଗଡ଼ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ସୋମବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶାରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି କାହାକୁ କରାଯିବା ଦରକାର ସେନେଇ ରିପୋର୍ଟ ସଂଗ୍ରହ କରିବାକୁ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ତାଙ୍କୁ ଦାୟିତ୍ୱ ପ୍ରଦାନ କରିଛି। ଏହି ରିପୋର୍ଟ ସଂଗ୍ରହ କରିବା ଲାଗି ସେ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି। ଏହାସହ ପୂର୍ବତନ ଏମ୍ପି ମିନାକ୍ଷୀ ନଟରାଜନଙ୍କୁ ମଧ୍ୟ ସାଙ୍ଗରେ ନେଇ ରିପୋର୍ଟ ସଂଗ୍ରହ କରିବା ଲାଗି ଚରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାମକୁ ଆଗକୁ ବଢ଼ାଇବା ସକାଶେ ମିନାକ୍ଷୀ ମଧ୍ୟ ଓଡ଼ିଶା ଆସିବେ। ଉଭୟ ନେତା କଂଗ୍ରେସ ଭବନଠାରେ ପହଞ୍ଚି ଦିନ ୧ଟା ସମୟରେ ପ୍ରଥମେ ଷ୍ଟିୟରିଂ କମିଟି ସଦସ୍ୟମାନଙ୍କ ସହିତ ବିଚାରବିମର୍ଶ କରିବେ ବୋଲି ଜଣାପଡ଼ିଛି। ଏହି ସମୟରେ ଦଳର ବିଧାୟକ ଏବଂ ଏମ୍ପି ମଧ୍ୟ ରହିବେ। ଏହିସବୁ ନେତାଙ୍କଠାରୁ ଓଡ଼ିଶାରେ କଂଗ୍ରେସର ସ୍ଥିତି ଏବଂ କାହାକୁ ଦଳର ସଭାପତି ପଦରେ ଅବସ୍ଥାପିତ କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରିବେ। ଏହାପରେ ପୂର୍ବତନ ବିଧାୟକ, ଏମ୍ପି ଏବଂ ଜିଲା ସଭାପତିମାନଙ୍କ ସହିତ ଆଲୋଚନା କରିବେ। ସେ ଦଳର ବରିଷ୍ଠ ନେତାମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛିଯେ, ଚରଣଙ୍କ କାର୍ଯ୍ୟକ୍ରମ ଏଭଳି ହେବ ବୋଲି ଶୁଣିବାକୁ ମିଳୁଥିବା ବେଳେ ବାସ୍ତବରେ ସେ କିପରି ଢଙ୍ଗରେ ରିପୋର୍ଟ ସଂଗ୍ରହ କରିବେ ତାହା ତାଙ୍କ ଗସ୍ତ ପରେ ସ୍ପଷ୍ଟ ଜଣାପଡ଼ିଯିବ।
The post ଆଜି ଓଡ଼ିଶା ଆସିବେ ଛତିଶଗଡ଼ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ, ନିଆଯିବ ବଡ଼ ନିଷ୍ପତ୍ତି appeared first on Dharitri Odia News.