୪୦୦ ନିୟୁତ ଉପରେ ଟ୍ରୁକଲର ସକ୍ରିୟ ଉପଭୋକ୍ତା

ନୂଆଦିଲ୍ଲୀ,୩୧।୫: ଦେଶର ପ୍ରମୁଖ ବୈଷୟିକ ପ୍ଲାଟଫର୍ମ ‘ଟ୍ରୁକଲର’ର ଉପଭୋକ୍ତାଙ୍କ ସଂଖ୍ୟା ୪୦୦ ନିୟୁତ ଅତିକ୍ରମ କରିଛି। ଏପରିକି ଯୋଗାଯୋଗ ଯାଞ୍ଚ ଏବଂ ଅବାଞ୍ଛିତ ଯୋଗାଯୋଗକୁ ଅବରୋଧ କରିବା ପାଇଁ ଟ୍ରୁକଲର ବିଭିନ୍ନ ଭୌଗୋଳିକ ବଜାରରେ ଆଗକୁ ବଢୁଛି ଏବଂ ଚଳିତ ବର୍ଷ ମାର୍ଚ୍ଚ ୩୧ରୁ ୧୦.୧ନିୟୁତ ଉପଭୋକ୍ତା ବଢ଼ାଇଛି। ସେହିଭଳି ଟ୍ରୁକଲର ୨୦୨୪ର ପ୍ରଥମ ତ୍ରୈୟମାସର ପ୍ରତିମାସରେ ହାରାହାରି ୩୮୩.୪ ନିୟୁତ ସକ୍ରିୟ ଉପଭୋକ୍ତା ଘୋଷଣା କରିଛି ଏବଂ ତ୍ରୟ ମାସ ଶେଷସୁଦ୍ଧା, ମାସିକ ସକ୍ରିୟ ଉପଭୋକ୍ତାଙ୍କ […] The post ୪୦୦ ନିୟୁତ ଉପରେ ଟ୍ରୁକଲର ସକ୍ରିୟ ଉପଭୋକ୍ତା appeared first on Dharitri Odia News.

୪୦୦ ନିୟୁତ ଉପରେ ଟ୍ରୁକଲର ସକ୍ରିୟ ଉପଭୋକ୍ତା

ନୂଆଦିଲ୍ଲୀ,୩୧।୫: ଦେଶର ପ୍ରମୁଖ ବୈଷୟିକ ପ୍ଲାଟଫର୍ମ ‘ଟ୍ରୁକଲର’ର ଉପଭୋକ୍ତାଙ୍କ ସଂଖ୍ୟା ୪୦୦ ନିୟୁତ ଅତିକ୍ରମ କରିଛି। ଏପରିକି ଯୋଗାଯୋଗ ଯାଞ୍ଚ ଏବଂ ଅବାଞ୍ଛିତ ଯୋଗାଯୋଗକୁ ଅବରୋଧ କରିବା ପାଇଁ ଟ୍ରୁକଲର ବିଭିନ୍ନ ଭୌଗୋଳିକ ବଜାରରେ ଆଗକୁ ବଢୁଛି ଏବଂ ଚଳିତ ବର୍ଷ ମାର୍ଚ୍ଚ ୩୧ରୁ ୧୦.୧ନିୟୁତ ଉପଭୋକ୍ତା ବଢ଼ାଇଛି। ସେହିଭଳି ଟ୍ରୁକଲର ୨୦୨୪ର ପ୍ରଥମ ତ୍ରୈୟମାସର ପ୍ରତିମାସରେ ହାରାହାରି ୩୮୩.୪ ନିୟୁତ ସକ୍ରିୟ ଉପଭୋକ୍ତା ଘୋଷଣା କରିଛି ଏବଂ ତ୍ରୟ ମାସ ଶେଷସୁଦ୍ଧା, ମାସିକ ସକ୍ରିୟ ଉପଭୋକ୍ତାଙ୍କ ସଂଖ୍ୟା ୩୮୯.୯ନିୟୁତ ଥିଲା।

ଟ୍ରୁକଲର ଅନ୍ତରୀଣ ରିପୋର୍ଟ ସଂକ୍ରାନ୍ତରେ ତ୍ରୈମାସିକ ଭିିରେ ମାସିକ ଏବଂ ଦୈନିକ ଉପଭୋକ୍ତାଙ୍କ ହାରାହାରି ସଂଖ୍ୟା ସୂଚିତ କରୁଛି। ଏ ସମ୍ପର୍କରେ ଟ୍ରୁକଲରର ସହ ପ୍ରତିଷ୍ଠାତା ଏବଂ ସିଇଓ ଆଲାନ୍‌ ମାମେଦି କହିଛନ୍ତି, ୪୦୦ନିୟୁତ ସକ୍ରିୟ ଉପଭୋକ୍ତାଙ୍କ ନିକଟରେ ପହଞ୍ଚତ୍ବା ଆମ ପାଇଁ ବହୁତ ଗର୍ବର ବିଷୟ କିନ୍ତୁ ଏହା ସହିତ ଆମେ ଜାଣୁ ଯେ ଟ୍ରୁକଲରଭଳି ସମାଧାନର ଆବଶ୍ୟକତା ଯଥେଷ୍ଟ ଅଧିକ ରହିଛି। ଫୋନରେ ଅବାଞ୍ଛିତ ଯୋଗାଯୋଗ, ସ୍ପାମ୍‌ ଏବଂ ଠକେଇ ସମସ୍ୟା ଉଭୟ ବ୍ୟକ୍ତିବିଶେଷ ଏବଂ ବ୍ୟବସାୟ ପାଇଁ ବୃଦ୍ଧିପାଇବାରେ ଲାଗିଛି । ନୂଆ ଜ୍ଞାନକୌଶଳ ଏବଂ ଠକ ମାନଙ୍କ ପାଇଁ ଟଙ୍କା ରୋଜଗାର କରିବାର ସୁଯୋଗ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଆମେ ଟୁ୍ରକଲରର ଏହି ବିକାଶକୁ ପ୍ରୋତ୍ସାହିତ କରୁଛୁ।

The post ୪୦୦ ନିୟୁତ ଉପରେ ଟ୍ରୁକଲର ସକ୍ରିୟ ଉପଭୋକ୍ତା appeared first on Dharitri Odia News.