ଆସାମର କାଜିରଙ୍ଗାରେ ଦେଖାଗଲା ସୁନେଲୀ ବାଘ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସେୟାର କଲେ ଫଟୋ

ନୂଆଦିଲ୍ଲୀ: ଆସାମର କାଜିରଙ୍ଗା ନ୍ୟାସନାଲ ପାର୍କରେ ପୁଣି ଥରେ ଦେଶର ଏକମାତ୍ର ବିରଳ ସୁନେଲୀ ବାଘ ନଜର ଆସିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୁନେଲୀ ବାଘର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଏହି ଫଟୋ ଜରିଆରେ ସିଏମ୍ ହିମନ୍ତ ବିଶ୍ୱ ଶର୍ମା ନାଗରିକଙ୍କୁ ପ୍ରାକୃତିକ ସମୃଦ୍ଧି ଦିଗରେ ସକାରାତ୍ମକ ବିଚାର ପାଇଁ ପ୍ରେରଣା ଦେଉଛି । ଏବଂ ଏହାକୁ ଏକ ସଶକ୍ତ ଏବଂ ସୁରକ୍ଷିତ ଭବିଷ୍ୟତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କୁହାଯାଉଛି । ସୁନେଲୀ ବାଘର ଏହି ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକଙ୍କୁ ବେଶ ଆକର୍ଷିକ କରୁଛି । ଏହାସହ ଏହି ଫଟୋ ଲୋକଙ୍କୁ ପ୍ରାକୃତିକ ସମ୍ପଦର ଗୁରୁତ୍ୱ ମନେ ପକାଉଛି । ସ୍ଥାନୀୟ ଅଧିକାରୀମାନେ ଏହି ସୁନେଲୀ ବାଘର ସୁରକ୍ଷାକୁ ନେଇ ବିଶେଷ ଉପାୟର ଆଦାନ ପ୍ରଦାନ କରୁଛନ୍ତି, ଯାହା ଦ୍ୱାରା ଏହାର ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ । Majestic Beauty! A rare golden tiger was recently spotted in Kaziranga National Park.#NationalTourismDay pic.twitter.com/UeecZS28FK — Himanta Biswa Sarma (@himantabiswa) January 25, 2024 ଆସାମରେ ବାଘ ସଂଖ୍ୟା ୨୦୧୮ରେ ୧୫୯ ଥିଲା ଯାହା ୨୦୨୧ରେ ବଢି ୨୦୦ ହୋଇଥିଲା । କାଜିରଙ୍ଗାରେ ୧୨୧, ମାନସରେ ୪୮, ଓରଙ୍ଗରେ ୨୮ ଏବଂ ନାମେରୀ ଟାଇଗର ରିଜର୍ଭରେ

ଆସାମର କାଜିରଙ୍ଗାରେ ଦେଖାଗଲା ସୁନେଲୀ ବାଘ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସେୟାର କଲେ ଫଟୋ

ନୂଆଦିଲ୍ଲୀ: ଆସାମର କାଜିରଙ୍ଗା ନ୍ୟାସନାଲ ପାର୍କରେ ପୁଣି ଥରେ ଦେଶର ଏକମାତ୍ର ବିରଳ ସୁନେଲୀ ବାଘ ନଜର ଆସିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୁନେଲୀ ବାଘର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଏହି ଫଟୋ ଜରିଆରେ ସିଏମ୍ ହିମନ୍ତ ବିଶ୍ୱ ଶର୍ମା ନାଗରିକଙ୍କୁ ପ୍ରାକୃତିକ ସମୃଦ୍ଧି ଦିଗରେ ସକାରାତ୍ମକ ବିଚାର ପାଇଁ ପ୍ରେରଣା ଦେଉଛି । ଏବଂ ଏହାକୁ ଏକ ସଶକ୍ତ ଏବଂ ସୁରକ୍ଷିତ ଭବିଷ୍ୟତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କୁହାଯାଉଛି ।

ସୁନେଲୀ ବାଘର ଏହି ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକଙ୍କୁ ବେଶ ଆକର୍ଷିକ କରୁଛି । ଏହାସହ ଏହି ଫଟୋ ଲୋକଙ୍କୁ ପ୍ରାକୃତିକ ସମ୍ପଦର ଗୁରୁତ୍ୱ ମନେ ପକାଉଛି । ସ୍ଥାନୀୟ ଅଧିକାରୀମାନେ ଏହି ସୁନେଲୀ ବାଘର ସୁରକ୍ଷାକୁ ନେଇ ବିଶେଷ ଉପାୟର ଆଦାନ ପ୍ରଦାନ କରୁଛନ୍ତି, ଯାହା ଦ୍ୱାରା ଏହାର ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ ।

ଆସାମରେ ବାଘ ସଂଖ୍ୟା ୨୦୧୮ରେ ୧୫୯ ଥିଲା ଯାହା ୨୦୨୧ରେ ବଢି ୨୦୦ ହୋଇଥିଲା । କାଜିରଙ୍ଗାରେ ୧୨୧, ମାନସରେ ୪୮, ଓରଙ୍ଗରେ ୨୮ ଏବଂ ନାମେରୀ ଟାଇଗର ରିଜର୍ଭରେ ତିନି ବାଘ ଅଛନ୍ତି ।

The post ଆସାମର କାଜିରଙ୍ଗାରେ ଦେଖାଗଲା ସୁନେଲୀ ବାଘ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସେୟାର କଲେ ଫଟୋ appeared first on Prameya News7.