ବିରାଟ ହେଲେ ଆହୁରି ‘ବିରାଟ’, ଆଇପିଏଲ୍ର ହେଲେ ସବୁଠାରୁ ମହଙ୍ଗା ଭାରତୀୟ ପ୍ଲେୟର
ନୂଆଦିଲ୍ଲୀ ୦୩।୧୧: ଆଇପିଏଲ୍ ୨୦୨୫ । ମେଗା ଅକ୍ସନ୍ ପୂର୍ବରୁ ବେଶ୍ ଚର୍ଚ୍ଚା । ନିକଟରେ ରିଟେନ ପ୍ଲେୟରଙ୍କ ଲିଷ୍ଟ ଜାରି କରିଛି ଫ୍ରାଞ୍ଚାଇଜ୍ । ଏହି ଲିଷ୍ଟରେ ସମସ୍ତ ଟିମ୍ ନିଜ ପସନ୍ଦର ପ୍ଲେୟରଙ୍କୁ କରିଛନ୍ତି ଚୟନ । ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁର ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ କରିଛି ରିଟେନ । ଭାରତୀୟ ପ୍ଲେୟର ଭାବେ ସର୍ବାଧିକ ଟଙ୍କା ବିରାଟ କୋହଲିଙ୍କୁ ଦିଆଯାଇଛି । ରିଟେନସନ୍ରେ ବିରାଟ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଭାରତୀୟ ହୋଇ ପାରିଛନ୍ତି । ଏହି ରିଟେନସରେ ହାଇଦ୍ରାବାଦର ହେନ୍ରିକ୍ କ୍ଲାସେନ୍ଙ୍କୁ ଦିଆଯାଇଛି ସର୍ବାଧିକ ଟଙ୍କା । କ୍ଲାସେନଙ୍କୁ ୨୩ କୋଟିରେ ରିଟେନ କରିଛି ଟିମ୍ । କିନ୍ତୁ ହେନରିକ୍ ହେଉଛନ୍ତି ବିଦେଶୀ ପ୍ଲେୟର । ଆଉ ଭାରତୀୟ ପ୍ଲେୟର ଭାବେ ସବୁଠାରୁ ଅଧିକ୍ ଦାମ୍ରେ ରିଟେନ ହୋଇଛନ୍ତି ବିରାଟ କୋହଲି । ଆରସିବି କେବଳ ୩ ପ୍ଲେୟରଙ୍କୁ ନିଜ ପାଖରେ ରଖିଛି। ଆରସିବି ବିରାଟ କୋହଲି, ରଜତ ପାଟିଦାର ଏବଂ ୟଶ ଦୟାଲଙ୍କୁ ରିଟେନ କରିଛି । ଅନ୍ୟପଟେ ଟିମ୍ ଅନେକ ବଡ ନାଁକୁ ରିଲିଜ୍ କରିଛି । ଟିମ୍ ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଫାଫ୍ ଡୁ ପ୍ଲେସିସ୍ଙ୍କୁ ରିଟେନ୍ କରିନି । ଆରସିବି କହିଛି ଯେ ଫ୍ରାଞ୍ଚାଇଜ୍ କ୍ୟାମେରନ୍ ଗ୍ରୀନ୍ଙ୍କୁ ରିଟେନ କରିବାକୁ ଚାହୁଁଛି କିନ୍ତୁ ସେ ଆହତ ହୋଇଛନ୍ତି । ଆଉ ହୋଇପାରେ ସେ ଆଇପିଏଲ୍ରୁ ବାହାର ମଧ୍ୟ ହୋଇପାରନ୍ତି । ୩୬ କୋଟି ଟଙ୍କା ଖର୍
ନୂଆଦିଲ୍ଲୀ ୦୩।୧୧: ଆଇପିଏଲ୍ ୨୦୨୫ । ମେଗା ଅକ୍ସନ୍ ପୂର୍ବରୁ ବେଶ୍ ଚର୍ଚ୍ଚା । ନିକଟରେ ରିଟେନ ପ୍ଲେୟରଙ୍କ ଲିଷ୍ଟ ଜାରି କରିଛି ଫ୍ରାଞ୍ଚାଇଜ୍ । ଏହି ଲିଷ୍ଟରେ ସମସ୍ତ ଟିମ୍ ନିଜ ପସନ୍ଦର ପ୍ଲେୟରଙ୍କୁ କରିଛନ୍ତି ଚୟନ । ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁର ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ କରିଛି ରିଟେନ ।
ଭାରତୀୟ ପ୍ଲେୟର ଭାବେ ସର୍ବାଧିକ ଟଙ୍କା ବିରାଟ କୋହଲିଙ୍କୁ ଦିଆଯାଇଛି । ରିଟେନସନ୍ରେ ବିରାଟ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଭାରତୀୟ ହୋଇ ପାରିଛନ୍ତି । ଏହି ରିଟେନସରେ ହାଇଦ୍ରାବାଦର ହେନ୍ରିକ୍ କ୍ଲାସେନ୍ଙ୍କୁ ଦିଆଯାଇଛି ସର୍ବାଧିକ ଟଙ୍କା । କ୍ଲାସେନଙ୍କୁ ୨୩ କୋଟିରେ ରିଟେନ କରିଛି ଟିମ୍ । କିନ୍ତୁ ହେନରିକ୍ ହେଉଛନ୍ତି ବିଦେଶୀ ପ୍ଲେୟର । ଆଉ ଭାରତୀୟ ପ୍ଲେୟର ଭାବେ ସବୁଠାରୁ ଅଧିକ୍ ଦାମ୍ରେ ରିଟେନ ହୋଇଛନ୍ତି ବିରାଟ କୋହଲି ।
ଆରସିବି କେବଳ ୩ ପ୍ଲେୟରଙ୍କୁ ନିଜ ପାଖରେ ରଖିଛି। ଆରସିବି ବିରାଟ କୋହଲି, ରଜତ ପାଟିଦାର ଏବଂ ୟଶ ଦୟାଲଙ୍କୁ ରିଟେନ କରିଛି । ଅନ୍ୟପଟେ ଟିମ୍ ଅନେକ ବଡ ନାଁକୁ ରିଲିଜ୍ କରିଛି । ଟିମ୍ ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଫାଫ୍ ଡୁ ପ୍ଲେସିସ୍ଙ୍କୁ ରିଟେନ୍ କରିନି । ଆରସିବି କହିଛି ଯେ ଫ୍ରାଞ୍ଚାଇଜ୍ କ୍ୟାମେରନ୍ ଗ୍ରୀନ୍ଙ୍କୁ ରିଟେନ କରିବାକୁ ଚାହୁଁଛି କିନ୍ତୁ ସେ ଆହତ ହୋଇଛନ୍ତି । ଆଉ ହୋଇପାରେ ସେ ଆଇପିଏଲ୍ରୁ ବାହାର ମଧ୍ୟ ହୋଇପାରନ୍ତି ।
୩୬ କୋଟି ଟଙ୍କା ଖର୍ଚ୍ଚ କରି ଆରସିବି ଏହି ୩ ପ୍ଲେୟରଙ୍କୁ ରିଟେନ କରିଛି । ଆରସିବି ବିରାଟ କୋହଲିଙ୍କୁ ୨୧ କୋଟି ଟଙ୍କାରେ ରିଟେନ୍ କରିଛି । ସେହିପରି ରଜତ ପାଟିଦାରଙ୍କୁ ୧୧ କୋଟିରେ ଏବଂ ୟଶ ଦୟାଲଙ୍କୁ ୫ କୋଟିରେ କରିଛି ରିଟେନ୍ । ଆରସିବି ୮୩ କୋଟି ଟଙ୍କା ସହିତ ମେଗା ନିଲାମରେ କରିବ ଏଣ୍ଟ୍ରି ।
ଯେଉଁଥିରେ ୩ଟି ଆରଟିଏମ୍ କାର୍ଡ ରହିବ । ପ୍ଲେୟରଙ୍କୁ ରିଟେନ କରିବା ପାଇଁ ଆଇପିଏଲ୍ ସର୍ବନିମ୍ନ ପରିମାଣ ସ୍ଥିର କରିଛି । ପ୍ରଥମ ଖେଳାଳିଙ୍କ ପାଇଁ ୧୮ କୋଟି, ଦ୍ୱିତୀୟ ପାଇଁ ୧୪ କୋଟି, ତୃତୀୟ ପାଇଁ ୧୧ କୋଟି, ଚତୁର୍ଥ ପାଇଁ ୧୮ କୋଟି ଏବଂ ପଞ୍ଚମ ପ୍ଲେୟରଙ୍କ ପାଇଁ ୧୪ କୋଟି ସ୍ଥିର କରିଛି । କିନ୍ତୁ ଟିମ୍ ଏହି ପରିମାଣ ଠାରୁ ଅଧିକ କିମ୍ବା କମ୍ ଦେବ ତାହା ନିଜସ୍ବ ମତ ରହିବ ।