ନବ ଦାସଙ୍କ ହତ୍ୟା ପଛରେ ରହିଛି ବଡ଼ବଡ଼ ଲୋକଙ୍କ…

ଭୁବନେଶ୍ୱର,୧୯।: ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ମୁହଁ ଖୋଲିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଚନ୍ତି ହତ୍ୟା ପଛରେ ବଡ଼ ଷଡଯନ୍ତ୍ର ରହିଛି । ଏଥିରେ ଅନେକ ବଡ଼ ବଡ଼ ଲୋକଙ୍କର ସଂପୃକ୍ତି ରହିଛି। ଘଟଣାର ସିବିଆଇ ତଦନ୍ତ ହେବା ଆବଶ୍ୟକ ବୋଲି ସାଲୁଜା କହିଛନ୍ତି। ସିବିଆଇ ତଦନ୍ତ ହେଲେ ହତ୍ୟା ପଛର ଷଡ଼ଯନ୍ତ୍ର ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଜଣାଶୁଣା ରାଜନେତା […] The post ନବ ଦାସଙ୍କ ହତ୍ୟା ପଛରେ ରହିଛି ବଡ଼ବଡ଼ ଲୋକଙ୍କ… appeared first on Dharitri Odia News.

ନବ ଦାସଙ୍କ ହତ୍ୟା ପଛରେ ରହିଛି ବଡ଼ବଡ଼ ଲୋକଙ୍କ…

ଭୁବନେଶ୍ୱର,୧୯।: ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ମୁହଁ ଖୋଲିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଚନ୍ତି ହତ୍ୟା ପଛରେ ବଡ଼ ଷଡଯନ୍ତ୍ର ରହିଛି । ଏଥିରେ ଅନେକ ବଡ଼ ବଡ଼ ଲୋକଙ୍କର ସଂପୃକ୍ତି ରହିଛି। ଘଟଣାର ସିବିଆଇ ତଦନ୍ତ ହେବା ଆବଶ୍ୟକ ବୋଲି ସାଲୁଜା କହିଛନ୍ତି। ସିବିଆଇ ତଦନ୍ତ ହେଲେ ହତ୍ୟା ପଛର ଷଡ଼ଯନ୍ତ୍ର ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଜଣାଶୁଣା ରାଜନେତା ନବ ଦାସଙ୍କ ହତ୍ୟାକାଣ୍ଡ ଏବେବି ରହସ୍ୟ ଘେରରେ ରହିଛି । ଝାରସୁଗୁଡା କୋର୍ଟରେ ଏହି ମାମଲାର ବିଚାର ଚାଲିଥିବାବେଳେ  କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଏହି ମାମଲାରେ ଚାର୍ଜଶିଟ୍‌ ଦାଖଲ କରିସାରିଛି । ଏହି ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ଆସିଷ୍ଟାଣ୍ଟ ପୋଲିସ୍ ସବ୍‌ଇନ୍ସପେକ୍ଟର ଗୋପାଳ ଦାସ ଏବେ ଜେଲ୍‌ରେ। ଗୋପାଳ ନିଜର ସର୍ଭିସ୍ ରିଭଲଭରରୁ ଗୁଳିକରି ନବ ଦାସଙ୍କୁ ହତ୍ୟା କରିଥିବା ଚାର୍ଜଶିଟ୍‌ରେ ଦର୍ଶାଯାଇଛି। ଏପରିକି ଗୋପାଳ ଏକମାତ୍ର ଅଭିଯୁକ୍ତ ଓ ପୁରୁଣା ରାଗ ଶୁଝାଇବା ପାଇଁ ଗୋପାଳ ଏହି ହତ୍ୟାକାଣ୍ଡ ଭିଆଇଥିବାର ଚାର୍ଜଶିଟ୍‌ରେ ଉଲ୍ଲେଖ କରାଯାଇଛି। ତେବେ ଫରେନସିକ ରିପୋର୍ଟ ଓ କ୍ରାଇମବ୍ରାଞ୍ଚ ରିପୋର୍ଟରେ ତାଳମେଳ ନାହିଁ ।

ବାପାଙ୍କ ହତ୍ୟା ନେଇ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସିବିଆଇ ତଦନ୍ତ ପାଇଁ ଲିଖିତରେ ଦେବୁ। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ପରିବାରରେ ଆଲୋଚନା ଚାଲିଥିବା ନେଇ କହିଛନ୍ତି।

ତେବେ ଦୀପାଳିଙ୍କ ଏପରି ବୟାନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଭାଜପା ନେତା ଜୟନାରାୟଣ ମିଶ୍ର। ବିଳମ୍ବରେ ହେଲେ ବି ସ୍ବର୍ଗତଃ ନବଦାସଙ୍କ ଝିଅ ଦୀପାଳିଙ୍କ ବୁଦ୍ଧି ଉଦୟ ହୋଇଛି। କେବଳ ମୁଖ୍ୟମନ୍ତ୍ରୀଙ୍କୁ ଲେଖିକି ଦେଲେ ହେବନି, କୋର୍ଟଙ୍କୁ ବି ଲେଖିକି ଦେବାକୁ ପଡ଼ିବ। ଦଳ ହାରିଗଲା ପରେ ଏବେ ମନେ ପଡ଼ିଲା ବୋଲି ଜୟନାରାୟଣ କହିଛନ୍ତି।

The post ନବ ଦାସଙ୍କ ହତ୍ୟା ପଛରେ ରହିଛି ବଡ଼ବଡ଼ ଲୋକଙ୍କ… appeared first on Dharitri Odia News.