ମଧ୍ୟପ୍ରଦେଶ ବାଣ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣା: ଫେରାର ହେଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସ୍ଥିତ ହରଦା ବାଣ ଫ୍ୟାକ୍ଟ୍ରିରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ ଅଧିକ ଆହତ ହୋଇଛନ୍ତି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫ୍ୟାକ୍ଟ୍ରି ମାଲିକ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ତିନି ଅଭିଯୁକ୍ତ  ହେଉଛନ୍ତି ମାଲିକ ରାଜେଶ ଅଗ୍ରଓ୍ଵାଲ ଓ ଅନ୍ୟ ଦୁଇ ଜଣ ହେଉଛନ୍ତି ସୋମେଶ ଅଗ୍ରଓ୍ଵାଲ ଓ ରଫିକ ଖାନ। ରାଜେଶ ଅଗ୍ରଓ୍ଵାଲଙ୍କୁ ରାଜଗଢ ଜିଲ୍ଲାର ସାରଙ୍ଗପୁରରୁ ଗିରଫ କରାଯାଇଥିବା କୁହାଯାଇଛି। ସେ କାରରେ ଦିଲ୍ଲୀ ଫେରାର ହେବାକୁ ଯୋଜନାରେ ଥିଲେ। ଘଟଣାରେ ପୋଲିସ ଏହି ତିନି ଅଭିଯୁକ୍ତଙ୍କୁ ଜେରା କରୁଛି। ଏମାନଙ୍କ ବିରୋଧରେ ଧାରା ୩୦୪, ୩୦୮, ୩୪ ଆଇପିସି ଦଫା ଲଗାଯିବା ସହ ବିସ୍ଫୋରକ ଅଧିନିୟମ ଆଧାରରେ ଗିରଫ କରାଯାଇଛି। ହରଦା ଏସପି ସଞ୍ଜୀବ କଞ୍ଚନ କହିଛନ୍ତି, ଘଟଣାସ୍ଥଳରେ ପୋଲିସ କର୍ମୀ ଉପସ୍ଥିତିରେ ଧ୍ଵଂସାବଶେଷ ହଟାଇବା କାର୍ଯ୍ୟ ଜାରି ରହିଛି। Also read- ଜାମ୍ମୁ କାଶ୍ମୀର ବଜେଟ୍ ଶୁଣି ପାଗଳ ହୋଇଯିବ ପାକିସ୍ତାନ, IMFରୁ ମିଳୁଥିବା ଭିକଠାରୁ ବହୁ ଗୁଣା ଅଧିକ ସାରଙ୍ଗପୁର ଏସଡିପିଓ ଅରବିନ୍ଦ ସିଂ କହିଛନ୍ତି, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ଦିଲ୍ଲୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ସାରଙ୍ଗପୁର ପୋଲିସ ରାତି ପ୍ରାୟ ୯ଟାରେ ଉକ୍ତ ତିନି ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟପଟେ ଏହି ଭୟଙ୍କର ଘଟଣାରେ ଆହତମାନଙ୍କୁ ଇନ୍ଦୋରରେ ଭର୍ତ୍ତି କରାଯାଇଛି। ପାରିପ

ମଧ୍ୟପ୍ରଦେଶ ବାଣ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣା: ଫେରାର ହେଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସ୍ଥିତ ହରଦା ବାଣ ଫ୍ୟାକ୍ଟ୍ରିରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ ଅଧିକ ଆହତ ହୋଇଛନ୍ତି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫ୍ୟାକ୍ଟ୍ରି ମାଲିକ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ତିନି ଅଭିଯୁକ୍ତ  ହେଉଛନ୍ତି ମାଲିକ ରାଜେଶ ଅଗ୍ରଓ୍ଵାଲ ଓ ଅନ୍ୟ ଦୁଇ ଜଣ ହେଉଛନ୍ତି ସୋମେଶ ଅଗ୍ରଓ୍ଵାଲ ଓ ରଫିକ ଖାନ। ରାଜେଶ ଅଗ୍ରଓ୍ଵାଲଙ୍କୁ ରାଜଗଢ ଜିଲ୍ଲାର ସାରଙ୍ଗପୁରରୁ ଗିରଫ କରାଯାଇଥିବା କୁହାଯାଇଛି। ସେ କାରରେ ଦିଲ୍ଲୀ ଫେରାର ହେବାକୁ ଯୋଜନାରେ ଥିଲେ।

ଘଟଣାରେ ପୋଲିସ ଏହି ତିନି ଅଭିଯୁକ୍ତଙ୍କୁ ଜେରା କରୁଛି। ଏମାନଙ୍କ ବିରୋଧରେ ଧାରା ୩୦୪, ୩୦୮, ୩୪ ଆଇପିସି ଦଫା ଲଗାଯିବା ସହ ବିସ୍ଫୋରକ ଅଧିନିୟମ ଆଧାରରେ ଗିରଫ କରାଯାଇଛି। ହରଦା ଏସପି ସଞ୍ଜୀବ କଞ୍ଚନ କହିଛନ୍ତି, ଘଟଣାସ୍ଥଳରେ ପୋଲିସ କର୍ମୀ ଉପସ୍ଥିତିରେ ଧ୍ଵଂସାବଶେଷ ହଟାଇବା କାର୍ଯ୍ୟ ଜାରି ରହିଛି।

Also read- ଜାମ୍ମୁ କାଶ୍ମୀର ବଜେଟ୍ ଶୁଣି ପାଗଳ ହୋଇଯିବ ପାକିସ୍ତାନ, IMFରୁ ମିଳୁଥିବା ଭିକଠାରୁ ବହୁ ଗୁଣା ଅଧିକ

ସାରଙ୍ଗପୁର ଏସଡିପିଓ ଅରବିନ୍ଦ ସିଂ କହିଛନ୍ତି, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ଦିଲ୍ଲୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ସାରଙ୍ଗପୁର ପୋଲିସ ରାତି ପ୍ରାୟ ୯ଟାରେ ଉକ୍ତ ତିନି ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟପଟେ ଏହି ଭୟଙ୍କର ଘଟଣାରେ ଆହତମାନଙ୍କୁ ଇନ୍ଦୋରରେ ଭର୍ତ୍ତି କରାଯାଇଛି। ପାରିପାର୍ଶ୍ଵିକ  ସ୍ଥିତି ଦେଖିଲେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ଏ ପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲ୍ ନେବା ପାଇଁ ୫୦ ଆମ୍ବୁଲାନ୍ସକୁ ନିୟୋଜିତ କରାଯାଇଥିଲା।

ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକ ପରିଜନ ପ୍ରତି ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ରାଜ୍ୟର ମୋହନ ଯାଦବ ସରକାର ଦୁର୍ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ରାଜ୍ୟ ସରକାର ମୃତକଙ୍କ ପରିଜନ ପ୍ରତି ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।

The post ମଧ୍ୟପ୍ରଦେଶ ବାଣ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣା: ଫେରାର ହେଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ appeared first on Prameya News7.