କାଲିଠୁ ଆସୁଛି ବଡ ବର୍ଷା! ୫ ଦିନ ପାଇଁ ଆଲର୍ଟ
କନକ ବ୍ୟୁରୋ: ମରୁଡି ଆଶଙ୍କା ଭିତରେ ଆସନ୍ତାକାଲିଠାରୁ ୫ ଦିନ ପାଇଁ ସାରା ରାଜ୍ୟରେ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ବିଜୁଳ ଘଡଘଡି ଓ ପବନର ୟେଲୋ ଆଲର୍ଟ ବି ଜାରି କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ପ୍ରଭାବରେ ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । […] The post କାଲିଠୁ ଆସୁଛି ବଡ ବର୍ଷା! ୫ ଦିନ ପାଇଁ ଆଲର୍ଟ first appeared on Kanak News.

କନକ ବ୍ୟୁରୋ: ମରୁଡି ଆଶଙ୍କା ଭିତରେ ଆସନ୍ତାକାଲିଠାରୁ ୫ ଦିନ ପାଇଁ ସାରା ରାଜ୍ୟରେ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ବିଜୁଳ ଘଡଘଡି ଓ ପବନର ୟେଲୋ ଆଲର୍ଟ ବି ଜାରି କରିଛି ପାଣିପାଗ ବିଭାଗ ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ପ୍ରଭାବରେ ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
୨୯ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ।
୨୬ ତାରିଖ
ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା
୨୭ ତାରିଖ
ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡା. ବରଗଡର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା
୨୮ ତାରିଖ
ସମ୍ବଲପୁର,ବରଗଡର ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା
ଅନୁଗୁଳ, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ସୋନପୁର, ଗଞ୍ଜାମ,ଗଜପତି, ମୟୂରଭଂଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେପଟେ ସାରା ରାଜ୍ୟକୁ ଛୁଇଁଛି ମୌସୁମୀ ବାୟୁ । ୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ୨୪ ଜିଲ୍ଲାରେ ନିଅଁଟିଆ ବର୍ଷା ହୋଇଛି । ଆଜି ସୁଦ୍ଧା ୧୫୪ ମିଲିମିଟର ବର୍ଷା ହେବା କଥା । କିନ୍ତୁ ୪୧ ପ୍ରତିଶତ କମ ବର୍ଷା ହୋଇଛି । ତେବେ କାଲିଠୁ ବର୍ଷା ହେଲେ ସ୍ଥିତି ବଦଳିବା ଆଶା କରାଯାଉଛି ।
-୨୬ ଓ ୨୭ ତାରିଖ ପାଇଁ ୨୦ଟି ଜିଲ୍ଲାରେ ବିଜୁଳି ଓ ଘଡଘଡି଼ର ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
-୨୭ ଓ ୨୮ ତାରିଖରେ ୨୩ ଜିଲ୍ଲାକୁ ବିଜୁଳି, ଘଡଘଡି଼ର ୟେଲୋ ୱାର୍ଣ୍ଣିଂ
-୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ
ସାରା ରାଜ୍ୟରେ ଦକ୍ଷିଣ -ପଶ୍ଚିମ ବାୟୁ ସକ୍ରିୟ ରହିଛି । ତେଣୁ ବର୍ଷା ବଢିବା ବୋଲି ଆକଳନ କରାଯାଇଛି ।
The post କାଲିଠୁ ଆସୁଛି ବଡ ବର୍ଷା! ୫ ଦିନ ପାଇଁ ଆଲର୍ଟ first appeared on Kanak News.