ଦୁଇ-ଦୁଇ ଥର ଫେଲ୍, କିପରି ହୋଇଗଲେ ପ୍ରଧାନମନ୍ତ୍ରୀ; ରାଜୀବ ଗାନ୍ଧୀଙ୍କୁ ନେଇ ମଣିଶଙ୍କର ଆୟରଙ୍କ ବୟାନରୁ ବିବାଦ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟର ପୁଣି ଥରେ ବିବାଦୀୟ ବୟାନ ନେଇ ନିଜ ଦଳକୁ ହିଁ ଅଡ଼ୁଆରେ ପକାଇଛନ୍ତି । ଏଥର ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶିକ୍ଷା ଯୋଗ୍ୟତାକୁ ନେଇ ବୟାନ ଦେଇଛନ୍ତି । କଂଗ୍ରେସ ନେତାଙ୍କ ବୟାନର ଭିଡିଓକୁ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲଭିୟ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ଆୟର କହୁଛନ୍ତି ଯେ ଏପରି ଜଣେ ବ୍ୟକ୍ତିଙ୍କୁ କିପରି ଦେଶର ପ୍ରଧାନମନ୍ତ୍ରୀ କରିଦିଆଗଲା, ଯିଏ ଦୁଇ ଥର ଫେଲ୍ ହୋଇଥିଲେ ।ଅମିତ୍ ମାଲଭିୟ ଏହି ଭିଡିଓକୁ ଏକ୍ସରେ ସେୟାର କରି ଲେଖିଛନ୍ତି, 'ରାଜୀବ ଗାନ୍ଧୀ ଶିକ୍ଷାରେ ଦୁର୍ବଳ ଥିଲେ । ସେ କ୍ୟାମ୍ୱ୍ରିଜରେ ଫେଲ୍ ହୋଇଥିଲେ, ଯେଉଁଠି ପାସ୍ ହେବା ସହଜ ବୋଲି ଧରାଯାଏ । ଏହାପରେ ସେ ଇମ୍ପିରିୟଲ କଲେଜ ଲଂଣ୍ଡନରେ ଭର୍ତ୍ତି ହୋଇଥିଲେ, କିନ୍ତୁ ସେଠାରେ ବି ସେ ଫେଲ୍ ହୋଇଥିଲେ । ଏଠି ପ୍ରଶ୍ନ ଉଠୁଛି ଯେ ଏଭଳି ଏକାଡେମିକ୍ ରେକର୍ଡ ଥିବା ବ୍ୟକ୍ତିଙ୍କୁ କିପରି ପ୍ରଧାନମନ୍ତ୍ରୀ କରାଗଲା ?'Rajiv Gandhi struggled academically, even failing at Cambridge, where passing is relatively easy. He then moved to Imperial College London but failed there as well…Many questioned how someone with his academic record could become the Prime Minister.Let the veil be stripped. pic.

ଦୁଇ-ଦୁଇ ଥର ଫେଲ୍, କିପରି ହୋଇଗଲେ ପ୍ରଧାନମନ୍ତ୍ରୀ; ରାଜୀବ ଗାନ୍ଧୀଙ୍କୁ ନେଇ ମଣିଶଙ୍କର ଆୟରଙ୍କ ବୟାନରୁ ବିବାଦ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟର ପୁଣି ଥରେ ବିବାଦୀୟ ବୟାନ ନେଇ ନିଜ ଦଳକୁ ହିଁ ଅଡ଼ୁଆରେ ପକାଇଛନ୍ତି । ଏଥର ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶିକ୍ଷା ଯୋଗ୍ୟତାକୁ ନେଇ ବୟାନ ଦେଇଛନ୍ତି । କଂଗ୍ରେସ ନେତାଙ୍କ ବୟାନର ଭିଡିଓକୁ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲଭିୟ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ଆୟର କହୁଛନ୍ତି ଯେ ଏପରି ଜଣେ ବ୍ୟକ୍ତିଙ୍କୁ କିପରି ଦେଶର ପ୍ରଧାନମନ୍ତ୍ରୀ କରିଦିଆଗଲା, ଯିଏ ଦୁଇ ଥର ଫେଲ୍ ହୋଇଥିଲେ ।

ଅମିତ୍ ମାଲଭିୟ ଏହି ଭିଡିଓକୁ ଏକ୍ସରେ ସେୟାର କରି ଲେଖିଛନ୍ତି, 'ରାଜୀବ ଗାନ୍ଧୀ ଶିକ୍ଷାରେ ଦୁର୍ବଳ ଥିଲେ । ସେ କ୍ୟାମ୍ୱ୍ରିଜରେ ଫେଲ୍ ହୋଇଥିଲେ, ଯେଉଁଠି ପାସ୍ ହେବା ସହଜ ବୋଲି ଧରାଯାଏ । ଏହାପରେ ସେ ଇମ୍ପିରିୟଲ କଲେଜ ଲଂଣ୍ଡନରେ ଭର୍ତ୍ତି ହୋଇଥିଲେ, କିନ୍ତୁ ସେଠାରେ ବି ସେ ଫେଲ୍ ହୋଇଥିଲେ । ଏଠି ପ୍ରଶ୍ନ ଉଠୁଛି ଯେ ଏଭଳି ଏକାଡେମିକ୍ ରେକର୍ଡ ଥିବା ବ୍ୟକ୍ତିଙ୍କୁ କିପରି ପ୍ରଧାନମନ୍ତ୍ରୀ କରାଗଲା ?'

ଭିଡିଓରେ ମଣିଶଙ୍କର ଆୟର କହୁଛନ୍ତି, 'ଯେତେବେଳେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ, ସେତେବେଳେ ଲୋକେ ଚିନ୍ତା କଲେ, ମୁଁ ବି ଭାବିଲି ଯେ ସେ ଜଣେ ଏୟାରଲାଇନ୍ ପାଇଲଟ୍ ଥିଲେ । ଦୁଇ ଥର ଫେଲ୍ ହୋଇ ସାରିଥିଲେ । ମୁଁ ତାଙ୍କ ସହ କ୍ୟାମ୍ୱ୍ରିଜରେ ପଢୁଥିଲି...ସେ ସେଠାରେ ବି ଫେଲ୍ ହୋଇଥିଲେ । ସେଠାରେ ପାସ୍ ହେବା ସହଜ ବୋଲି ଧରାଯାଏ । ପରେ ସେ ଇମ୍ପିରିୟଲ୍ କଲେଜ ଲଂଣ୍ଡରେ ନାଁ ଲେଖାଇଥିଲେ, କିନ୍ତୁ ସେଠାରେ ବି ଫେଲ୍ ହୋଇଥିଲେ । ଏପରି ବ୍ୟକ୍ତି କିପରି ପ୍ରଧାନମନ୍ତ୍ରୀ ହୋଇପାରିବେ ବୋଲି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି ।'

ମଣିଶଙ୍କର ଆୟରଙ୍କ ଏହି ବୟାନ ଉପରେ କଂଗ୍ରେସ ତୁରନ୍ତ ପ୍ରତିକ୍ରିୟା ଦେଇ ଏହାକୁ ଭିତ୍ତିହୀନ ଓ ଅପ୍ରାସଙ୍ଗିକ ବୋଲି କହିଛି । କଂଗ୍ରେସ ନେତା ଅଜୟ ସିଂହ ଯାଦବ କହିଛନ୍ତି, 'ମଣିଶଙ୍କର ଆୟରଙ୍କ ପାର୍ଟିରେ କୌଣସି ପ୍ରସଙ୍ଗିକତା ନାହିଁ । ସେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦ ବହନ କରୁନାହାନ୍ତି, ଏଥିପାଇଁ ତାଙ୍କ ବୟାନକୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ନାହିଁ ।'