ଏହି କାରଣରୁ ରାତିସାରା ଶୋଇପାରିବେନି ଆଫଗାନିସ୍ତାନ ଅଧିନାୟକ: ନିଜେ କଲେ ଖୁଲାସା
ଆଣ୍ଟିଗୁଆ,୨୩।୬: ଆଜି ଆଫଗାନିସ୍ତାନ ପାଇଁ ଏକ ଖାସ୍ ଦିନ। ୨୦୨୪ ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଆଫଗାନିସ୍ତାନ ଏକ ବଡ ଓଲଟପାଲଟ କରିଥିଲା। କୌଣସି ଫର୍ମାଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ବିଜୟ। ୨୦୨୩ ଦିନିକିଆ ବିଶ୍ୱକପରେ ମଧ୍ୟ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ଆଣ୍ଠୁଏ ପାଣି ପିଆଇଥିଲା। ତେବେ ଗ୍ଲେନ ମ୍ୟାକ୍ସୱେଲ ଏକ ଐତିହାସିକ ଇନିଂସ ଖେଳି ଆଫଗାନିସ୍ତାନ ଠାରୁ ବିଜୟ ଛଡ଼ାଇ ନେଇଥିଲେ। ଏବେ କଙ୍ଗାରୁଙ୍କୁ ପରାସ୍ତ କରିବା ପରେ ଆଫଗାନିସ୍ତାନ ଅଧିନାୟକ […] The post ଏହି କାରଣରୁ ରାତିସାରା ଶୋଇପାରିବେନି ଆଫଗାନିସ୍ତାନ ଅଧିନାୟକ: ନିଜେ କଲେ ଖୁଲାସା appeared first on Dharitri Odia News.
ଆଣ୍ଟିଗୁଆ,୨୩।୬: ଆଜି ଆଫଗାନିସ୍ତାନ ପାଇଁ ଏକ ଖାସ୍ ଦିନ। ୨୦୨୪ ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଆଫଗାନିସ୍ତାନ ଏକ ବଡ ଓଲଟପାଲଟ କରିଥିଲା। କୌଣସି ଫର୍ମାଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ବିଜୟ। ୨୦୨୩ ଦିନିକିଆ ବିଶ୍ୱକପରେ ମଧ୍ୟ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ଆଣ୍ଠୁଏ ପାଣି ପିଆଇଥିଲା। ତେବେ ଗ୍ଲେନ ମ୍ୟାକ୍ସୱେଲ ଏକ ଐତିହାସିକ ଇନିଂସ ଖେଳି ଆଫଗାନିସ୍ତାନ ଠାରୁ ବିଜୟ ଛଡ଼ାଇ ନେଇଥିଲେ। ଏବେ କଙ୍ଗାରୁଙ୍କୁ ପରାସ୍ତ କରିବା ପରେ ଆଫଗାନିସ୍ତାନ ଅଧିନାୟକ ରଶିଦ ଖାନ ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ଗତ ବର୍ଷ ନଭେମ୍ବରରେ ମୁମ୍ବାଇରେ ଚାଲିଥିବା ଦିନିକିଆ ବିଶ୍ୱକପ ମ୍ୟାଚ ପରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଐତିହାସିକ ଦ୍ୱିଶତକ ରଶିଦ ଖାନଙ୍କୁ ରାତି ସାରା ଶୋଇବାକୁ ଦେଇ ନ ଥିଲା। ରବିବାର ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ରଶିଦଙ୍କ ସେଇ ଅବସ୍ଥା ହେବ ବୋଲି ସେ ନିଜେ କହିଛନ୍ତି।
ଆଫଗାନିସ୍ତାନ ସୁପର ଆଠ ପର୍ଯ୍ୟାୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୧ ରନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିବାର ଆଶାକୁ ବଞ୍ଚାଇ ରଖିଛି। ଏହି ବିଜୟ ସହିତ ଦଳ ମୁମ୍ବାଇର ତିକ୍ତ ସ୍ମୃତିକୁ ଛାଡିବାକୁ ଚେଷ୍ଟା କରିବ। ଗତ ବର୍ଷ ନଭେମ୍ବରରେ ଚାଲିଥିବା ଦିନିକିଆ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ୯୧ ରନ୍ରେ ୭ଟି ଉଇକେଟ ହରାଇବା ପରେ ୨୯୨ ରନ୍ର ଲକ୍ଷ୍ୟ ହାସଲ କରିଥିଲା। ଏହି ମ୍ୟାଚ୍ରେ ଆହତ ହୋଇଥିଲେ ମଧ୍ୟ ମ୍ୟାକ୍ସୱେଲ ୨୧ ଚୌକା ଓ ୧୦ ଛକା ସହାୟତାରେ ୧୨୮ ବଲରେ ଅପରାଜିତ ୨୦୧ ରନ୍ ଏକ ଇନିଂସ ଖେଳିଥିଲେ।
ଟି-୨୦ ବିଶ୍ୱକପରେ ଓଲଟପାଲଟ ପରେ ରଶିଦ ଖାନ କହିଛନ୍ତି, ମୁଁ ଭାବୁଛି ମୁଁ ବର୍ତ୍ତମାନ ଭଲ ନିଦରେ ଶୋଇ ପାରିବି। ମୁଁ ସେଦିନ ରାତିରେ ଶୋଇ ପାରି ନ ଥିଲି। ସେହି ମ୍ୟାଚର ସ୍ମୃତି ସବୁବେଳେ ଆମ ମନରେ ରହିବ। କିନ୍ତୁ ଖୁସି ହେତୁ ମୁଁ ଆଜି ଶୋଇ ପାରିବି ନାହିଁ। ଆଜି ପୂରା ଦଳ ଖୁସି ଅଛନ୍ତି।
ସେ କହିଛନ୍ତି, ଯୁଦ୍ଧର ଶିକାର ହୋଇଥିବା ଦେଶର ଲୋକମାନେ ବିଜୟ ଉତ୍ସବ ପାଳନ କରିବାର ସୁଯୋଗ ପାଇବେ। ଅନ୍ତର୍ଜାତୀୟ କ୍ରିକେଟର କୌଣସି ଫର୍ମାଟରେ ଆଫଗାନିସ୍ତାନ ଉପରେ ପ୍ରଥମ ବିଜୟ ପରେ ରଶିଦ କହିଛନ୍ତି, ଏକ ଦଳ ଭାବରେ ଏକ ଦେଶ ଭାବରେ ଏହା ଆମ ପାଇଁ ଏକ ବଡ଼ ବିଜୟ। ଏହା କେବଳ ଦ୍ୱିପାକ୍ଷିକ ଖେଳ ନୁହେଁ। ଏହା ଏକ ବିଶ୍ୱକପ ମ୍ୟାଚ ଏବଂ ନିଶ୍ଚିତ ଭାବେ ଆପଣ ବିଶ୍ୱକପ୍ରେ ଶ୍ରେଷ୍ଠ ଦଳକୁ ପରାସ୍ତ କରୁଛନ୍ତି। ଏହା ଏକ ବଡ ସଫଳତା।
ରଶିଦ କହିଛନ୍ତି, ଆଫଗାନିସ୍ତାନରେ ଲୋକଙ୍କ ମୁହଁରେ ହସ ଆଣିବା ପାଇଁ କ୍ରିକେଟ ହେଉଛି ଏକମାତ୍ର ଉତ୍ସ। ଲୋକମାନେ ସେଠାରେ ଏହାକୁ ପାଳନ କରିପାରିବେ। ମୋତେ ଲାଗୁଛି ଯେ ଆମ ଘରେ ଥିବା ଲୋକଙ୍କୁ ଏହି ସୁଖ ଦେବାରେ ସକ୍ଷମ ହୋଇଥିବାରୁ ଆମେ ବହୁତ ଭାଗ୍ୟବାନ।
The post ଏହି କାରଣରୁ ରାତିସାରା ଶୋଇପାରିବେନି ଆଫଗାନିସ୍ତାନ ଅଧିନାୟକ: ନିଜେ କଲେ ଖୁଲାସା appeared first on Dharitri Odia News.