ଉତ୍କଳମଣି ଗୋପବନ୍ଧୁଙ୍କ ଗାଁ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି
ସାକ୍ଷୀଗୋପାଳ, ୧୩।୬(କିଶୋର ମହାପାତ୍ର): ଗୁରୁବାର ସକାଳୁ ସକାଳୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲି ରାଜ୍ୟର ନୂଆ ସରକାର ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଜ ଉପସ୍ଥିତିରେ ଏହି ନିର୍ଦେଶ କାର୍ଯ୍ୟକାରୀ କରାଇଥିଲେ। ମନ୍ତ୍ରୀ ମଣ୍ଡଳ ସଦସ୍ୟମାନଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଶ୍ରୀମନ୍ଦିରର ଚାରି ଦ୍ୱାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବା ପରେ ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କନକ […] The post ଉତ୍କଳମଣି ଗୋପବନ୍ଧୁଙ୍କ ଗାଁ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି appeared first on Dharitri Odia News.
ସାକ୍ଷୀଗୋପାଳ, ୧୩।୬(କିଶୋର ମହାପାତ୍ର): ଗୁରୁବାର ସକାଳୁ ସକାଳୁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲି ରାଜ୍ୟର ନୂଆ ସରକାର ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଜ ଉପସ୍ଥିତିରେ ଏହି ନିର୍ଦେଶ କାର୍ଯ୍ୟକାରୀ କରାଇଥିଲେ। ମନ୍ତ୍ରୀ ମଣ୍ଡଳ ସଦସ୍ୟମାନଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଶ୍ରୀମନ୍ଦିରର ଚାରି ଦ୍ୱାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବା ପରେ ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋ ପରିଦର୍ଶନ କରିଛନ୍ତି।
ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ସାଂସଦ ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ।
ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ, ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ସାଂସଦମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଆଣ୍ଡୋ ଗ୍ରାମ ବୁଲି ଲୋକଙ୍କ ସହିତ ମିଶିଥିଲେ।
ଗ୍ରାମବାସୀଙ୍କ ସହିତ କଥୋପକଥନ ସମୟରେ ସେ କହିଥିଲେ ଯେ ଆମ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତିଗୁଡିକ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି। ଏସବୁ ଖୁବ୍ ଶୀଘ୍ର ପୂରଣ ହେବ। ସେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟ ସରକାର ୧୦୦ ଦିନ ଭିତରେ ‘ସମୃଦ୍ଧ କୃଷକ ନୀତି’ ଆଣୁଛନ୍ତି। ଏ ନୀତି ଆସିଲେ କୃଷକ ଭାଇଭଉଣୀମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ।
The post ଉତ୍କଳମଣି ଗୋପବନ୍ଧୁଙ୍କ ଗାଁ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି appeared first on Dharitri Odia News.