ପ୍ରେମୀ ଯୁଗଳଙ୍କୁ ଟାଙ୍ଗିଆ ଚୋଟ,୧ ମୃତ ୧ ଗୁରୁତର

କାଶୀପୁର: ପ୍ରେମୀଯୁଗଳଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ । ଟାଙ୍ଗିଆ ଚୋଟରେ ପ୍ରେମିକର ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ଅଛି ପ୍ରେମିକ । ଏଭଳି ନୃଶଂସ କାଣ୍ଡ ଭିଆଇଛି ପ୍ରେମିକାର ବାପା । ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁରଥାନା ଅନ୍ତର୍ଗତ ଅଡାଯୋର ଗାଁରେ । ସୂଚନାନୁସାରେ,ଅଡାଯୋର୍ ଗ୍ରାମର ବିଜୟ ମାଝୀଙ୍କ ଝିଅ ଲଳିତା ମାଝୀ,ଆଡାଯୋର୍ ପଞ୍ଚାୟତ ଅନ୍ତର୍ଗତ ଅଡାଟାକିରି ଗ୍ରାମର ମଙ୍ଗଲସିଂ ମାଝୀଙ୍କୁ ପ୍ରେମ କରୁଥିଲେ । ଗତ ଏକ ମାସ ହେଲା ଉଭୟେ ଘରୁ […]

ପ୍ରେମୀ ଯୁଗଳଙ୍କୁ ଟାଙ୍ଗିଆ ଚୋଟ,୧ ମୃତ ୧ ଗୁରୁତର
ପ୍ରେମୀ ଯୁଗଳଙ୍କୁ ଟାଙ୍ଗିଆ ଚୋଟ,୧ ମୃତ ୧ ଗୁରୁତର

କାଶୀପୁର: ପ୍ରେମୀଯୁଗଳଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ । ଟାଙ୍ଗିଆ ଚୋଟରେ ପ୍ରେମିକର ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ଅଛି ପ୍ରେମିକ । ଏଭଳି ନୃଶଂସ କାଣ୍ଡ ଭିଆଇଛି ପ୍ରେମିକାର ବାପା । ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁରଥାନା ଅନ୍ତର୍ଗତ ଅଡାଯୋର ଗାଁରେ ।

ସୂଚନାନୁସାରେ,ଅଡାଯୋର୍ ଗ୍ରାମର ବିଜୟ ମାଝୀଙ୍କ ଝିଅ ଲଳିତା ମାଝୀ,ଆଡାଯୋର୍ ପଞ୍ଚାୟତ ଅନ୍ତର୍ଗତ ଅଡାଟାକିରି ଗ୍ରାମର ମଙ୍ଗଲସିଂ ମାଝୀଙ୍କୁ ପ୍ରେମ କରୁଥିଲେ । ଗତ ଏକ ମାସ ହେଲା ଉଭୟେ ଘରୁ ଫେରାର ହୋଇଯାଇଥିଲେ । ଏହାପରେ ଗତ ସପ୍ତାହରେ ଦୁହେଁ ଗାଁକୁ ଆସିଥି ଲଳିତା ନିଜ ବାପ ଘରେ ଥିଲା । ମଙ୍ଗଳବାର ସନ୍ଧ୍ୟାରେ ପ୍ରେମିକ ମଙ୍ଗଳୁଙ୍କୁ ଡାକି ତାକୁ ନେଇଯିବା ପାଇଁ କହିଥିଲା ଲଳିତା। ମଙ୍ଗଳୁ ଏକ ବାଇକରେ ଲଳିତାଙ୍କୁ ନେଇ ଯାଉଥିବା ସମୟରେ ଝିଅର ବାପା ବିଜୟ ମାଝୀ ଏକ ଟାଙ୍ଗିଆରେ ପ୍ରେମୀ ଯୁଗଳଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ମଙ୍ଗଳୁଙ୍କ ମୃତ୍ୟୁ ଘଟିଥିବାବେଳେ ଝିଅ ଲଳିତା ଗୁରୁତର ହୋଇଛି। ଏହି ଘଟଣା ପରେ ବାପା ବିଜୟ ମାଝୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

କାଶୀପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଗୁରୁତର ଝିଅକୁ ଉଦ୍ଧାରକରି କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ଲଳିତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।