ବରିଷ୍ଠ ନାଗରିକଙ୍କ ତିରୁପତି ଯାତ୍ରା,ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବରିଷ୍ଠ ନାଗରିକଙ୍କୁ ତିରୁପତି ଦର୍ଶନ କରାଇବେ ମୁଖ୍ୟମନ୍ତ୍ରୀ I ତିରୁପତିଙ୍କ ଦର୍ଶନ ପାଇଁ ଆଜି ୬ଟି ଜିଲ୍ଲାର ବରିଷ୍ଠ ନାଗରିକ ମାନେ ଭେଲୋର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି I ଭୁବନେଶ୍ୱର ରେଳ ଷ୍ଟେସନରୁ ଏହି ସ୍ପେଶାଲ ତୀର୍ଥ ଯାତ୍ରୀ ଟ୍ରେନକୁ ଭର୍ଚ୍ୟୁଆଲ ମୋଡ଼ରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଏହି ସମୟରେ ଭୁବନେଶ୍ୱର ରେଳ ଷ୍ଟେସନରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ,ଇସ୍ପାତ ଓ ଖଣି ମନ୍ତ୍ରୀ […]

ଭୁବନେଶ୍ୱର : ବରିଷ୍ଠ ନାଗରିକଙ୍କୁ ତିରୁପତି ଦର୍ଶନ କରାଇବେ ମୁଖ୍ୟମନ୍ତ୍ରୀ I ତିରୁପତିଙ୍କ ଦର୍ଶନ ପାଇଁ ଆଜି ୬ଟି ଜିଲ୍ଲାର ବରିଷ୍ଠ ନାଗରିକ ମାନେ ଭେଲୋର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି I ଭୁବନେଶ୍ୱର ରେଳ ଷ୍ଟେସନରୁ ଏହି ସ୍ପେଶାଲ ତୀର୍ଥ ଯାତ୍ରୀ ଟ୍ରେନକୁ ଭର୍ଚ୍ୟୁଆଲ ମୋଡ଼ରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଏହି ସମୟରେ ଭୁବନେଶ୍ୱର ରେଳ ଷ୍ଟେସନରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ,ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,ଓଟିଡିସି ଅଧ୍ୟକ୍ଷ,ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଉପଦେଷ୍ଟା ଦୁର୍ଗା ସାମନ୍ତରାୟ ପ୍ରବୃତି ଉପସ୍ଥିତ ଥିଲେ I
ପୁରୀ,କଟକ,ଢେଙ୍କାନାଳ,ଖୋର୍ଦ୍ଧା, ଜଗତସିଂପୁର ଓ କେନ୍ଦ୍ରାପଡା ଜିଲ୍ଲାର ୯୬୦ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ବାହାରିଛନ୍ତି । ସମସ୍ତେ ଭୁବନେଶ୍ବର ରେଳ ଷ୍ଟେସନରୁ ତିରୁପତି-ଭେଲୋର ଅଭିମୁଖେ ସ୍ବତନ୍ତ୍ର ଟ୍ରେନରେ ଯାତ୍ରା ଆରମ୍ଭ କରିଛନ୍ତି । ୫ ଦିନିଆ ତୀର୍ଥଯାତ୍ରାରର ସବୁ ଖର୍ଚ୍ଚ ବହନ କରୁଛନ୍ତି ରାଜ୍ୟ ସରକାର ।
୨୦୧୬ ମସିହାରୁ ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଥିବାବେଳେ ଏଯାଏ ପ୍ରାୟ ୨୭ ହଜାର ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଦିବ୍ଯ ଅନୁଭୂତି ଲାଭ କଲେଣି। ଆଜି ୨୮ ତମ ପର୍ଯ୍ୟାୟରେ ସମସ୍ତେ ତୀର୍ଥ ଯାତ୍ରାରେ ଯାଇଛନ୍ତି।ଏଭଳି ସୁଯୋଗ ଦେଇଥିବାରୁ ମୁଖ୍ଯମନ୍ତ୍ରୀଙ୍କୁ ତୀର୍ଥଯାତ୍ରୀମାନେ କୃତଜ୍ଞତା ଜଣାଇଛନ୍ତି।