ଜିତିବା ପରେ ସମସ୍ତଙ୍କୁ ଧନ୍ୟବାଦ ଦେଲେ କଙ୍ଗନା

ମଣ୍ଡି,୪।୬: ମଙ୍ଗଳବାର ଲୋକ ସଭା ନିର୍ବାଚନ ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି। ହିମାଚଳର ସବୁଠାରୁ ଲୋକପ୍ରିୟ ଆସନ, ଅଭିନେତ୍ରୀ ତଥା ଭାଜପା ପ୍ରାର୍ଥୀ କଙ୍ଗନା ରାନାୱତ ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। କଙ୍ଗନା ୬୯,୩୩୫ ଟି ଭୋଟ ପାଇ କଂଗ୍ରେସର ବିକ୍ରମାଦିତ୍ୟ ସିଂଙ୍କୁ ପରାସ୍ତ କରିଛନ୍ତି। ଏଥି ସହିତ କଙ୍ଗନାଙ୍କ ପ୍ରଥମ ପୋଷ୍ଟ ମଧ୍ୟ ଆସିିଛି। ଏହି ଅଭିନେତ୍ରୀ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇବା ସହ କହିଛନ୍ତି – ଏହି ସମର୍ଥନ, […] The post ଜିତିବା ପରେ ସମସ୍ତଙ୍କୁ ଧନ୍ୟବାଦ ଦେଲେ କଙ୍ଗନା appeared first on Dharitri Odia News.

ଜିତିବା ପରେ ସମସ୍ତଙ୍କୁ ଧନ୍ୟବାଦ ଦେଲେ କଙ୍ଗନା

ମଣ୍ଡି,୪।୬: ମଙ୍ଗଳବାର ଲୋକ ସଭା ନିର୍ବାଚନ ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି। ହିମାଚଳର ସବୁଠାରୁ ଲୋକପ୍ରିୟ ଆସନ, ଅଭିନେତ୍ରୀ ତଥା ଭାଜପା ପ୍ରାର୍ଥୀ କଙ୍ଗନା ରାନାୱତ ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। କଙ୍ଗନା ୬୯,୩୩୫ ଟି ଭୋଟ ପାଇ କଂଗ୍ରେସର ବିକ୍ରମାଦିତ୍ୟ ସିଂଙ୍କୁ ପରାସ୍ତ କରିଛନ୍ତି। ଏଥି ସହିତ କଙ୍ଗନାଙ୍କ ପ୍ରଥମ ପୋଷ୍ଟ ମଧ୍ୟ ଆସିିଛି। ଏହି ଅଭିନେତ୍ରୀ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇବା ସହ କହିଛନ୍ତି – ଏହି ସମର୍ଥନ, ପ୍ରେମ ଏବଂ ବିଶ୍ୱାସ ପାଇଁ ମଣ୍ଡି ଲୋକଙ୍କୁ ହୃଦୟରୁ କୃତଜ୍ଞତା।
ଏହା ତୁମର ସମସ୍ତଙ୍କର ବିଜୟ, ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦି ଜୀ ଏବଂ ଭାଜପା ଉପରେ ବିଶ୍ୱାସର ବିଜୟ, ଏହା ହେଉଛି ସନାତନଙ୍କ ବିଜୟ, ଏହା ହେଉଛି ମଣ୍ଡିର ସମ୍ମାନର ବିଜୟ।

କଙ୍ଗନା ତାଙ୍କ ମାଆଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋରେ, କଙ୍ଗନାଙ୍କ ମା’ ତାଙ୍କୁ ଦହି ଏବଂ ମିଠା ଖାଇବାକୁ ଦେଉଥିବାବେଳେ ଦ୍ୱିତୀୟ ଫଟୋରେ ତାଙ୍କ ମା’ ତାଙ୍କୁ କପାଳରେ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। ଫଟୋ ଶେୟାର କରିବାବେଳେ ଅଭିନେତ୍ରୀ କ୍ୟାପସନରେ ଲେଖିଥିଲେ – ‘ମା’ ହେଉଛନ୍ତି ଭଗବାନଙ୍କ ରୂପ, ଆଜି ମୋ ମା ମୋତେ ଦହି ଏବଂ ମିଠା ଖାଇବାକୁ ଦେଉଛନ୍ତି’ ଏହା ସହିତ ଅଭିନେତ୍ରୀ ବିକ୍ରମାଦିତ୍ୟ ସିଂଙ୍କ ମୁମ୍ବାଇକୁ ଫେରିବା ବିବୃତ୍ତିରେ କଡା ପ୍ରତିକ୍ରିୟା ଦେଇଛନ୍ତି ।

The post ଜିତିବା ପରେ ସମସ୍ତଙ୍କୁ ଧନ୍ୟବାଦ ଦେଲେ କଙ୍ଗନା appeared first on Dharitri Odia News.