ଅନୁକୂଳଚନ୍ଦ୍ରଙ୍କ ଜନ୍ମୋତ୍ସବ ଅବସରରେ ଏମ୍ସ’କୁ ମୋବାଇଲ୍ ରକ୍ତଦାନ ଭ୍ୟାନ୍ ଉପହାର
ଦେଓଘର (ଝାଡ଼ଖଣ୍ଡ ),୧୫।୯: ଯୁଗ-ପୁରୁଷୋତ୍ତମମ୍ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ ତମ ଜନ୍ମୋତ୍ସବ ଅବସରରେ ରବିବାର ଦେଓଘରସ୍ଥିତ ସତସଙ୍ଗମୁଖ୍ୟ ଆଶ୍ରମ ପକ୍ଷରୁ ଆଚାର୍ଯ୍ୟଦେବ ଅର୍କଦ୍ୟୁତି ଚକ୍ରବର୍ତ୍ତୀ ସ୍ଥାନୀୟ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)କୁ ଏକ ମୋବାଇଲ୍ ରକ୍ତଦାନ ଭ୍ୟାନ୍ ପ୍ରଦାନ କରିଛନ୍ତି। ସତସଙ୍ଗ ଆଶ୍ରମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଚାର୍ଯ୍ୟଦେବଙ୍କ ତରଫରୁ ତାଙ୍କ ସାନଭାଇ ତଥା ସତସଙ୍ଗର ପରିଚାଳକ ଡ. ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ ଗାଡିର ଚାବି ଏମ୍ସ ଦ ପ୍ରତିନିଧୀଙ୍କୁ ପ୍ରଦାନ କରିଥିଲେ। […] The post ଅନୁକୂଳଚନ୍ଦ୍ରଙ୍କ ଜନ୍ମୋତ୍ସବ ଅବସରରେ ଏମ୍ସ’କୁ ମୋବାଇଲ୍ ରକ୍ତଦାନ ଭ୍ୟାନ୍ ଉପହାର appeared first on Dharitri Odia News.
ଦେଓଘର (ଝାଡ଼ଖଣ୍ଡ ),୧୫।୯: ଯୁଗ-ପୁରୁଷୋତ୍ତମମ୍ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ ତମ ଜନ୍ମୋତ୍ସବ ଅବସରରେ ରବିବାର ଦେଓଘରସ୍ଥିତ ସତସଙ୍ଗମୁଖ୍ୟ ଆଶ୍ରମ ପକ୍ଷରୁ ଆଚାର୍ଯ୍ୟଦେବ ଅର୍କଦ୍ୟୁତି ଚକ୍ରବର୍ତ୍ତୀ ସ୍ଥାନୀୟ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)କୁ ଏକ ମୋବାଇଲ୍ ରକ୍ତଦାନ ଭ୍ୟାନ୍ ପ୍ରଦାନ କରିଛନ୍ତି।
ସତସଙ୍ଗ ଆଶ୍ରମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଚାର୍ଯ୍ୟଦେବଙ୍କ ତରଫରୁ ତାଙ୍କ ସାନଭାଇ ତଥା ସତସଙ୍ଗର ପରିଚାଳକ ଡ. ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ ଗାଡିର ଚାବି ଏମ୍ସ ଦ ପ୍ରତିନିଧୀଙ୍କୁ ପ୍ରଦାନ କରିଥିଲେ।
ଏହି ଅବସରରେ ହରମନ୍ଦର ସିଂ, ଏମ୍ସ ଡିନ୍ ଏକାଡେମିକ୍, ଡକ୍ଟର ଅଜୟ ପଟେଲ , ଆସୋସିଏଟ୍ ପ୍ରଫେସର, ଆନାଟୋମି ବିଭାଗ ଏବଂ ଡ. ଇନ୍ଦ୍ରନିଲ ଦାସ, ଆସିଷ୍ଟାଣ୍ଟ ପ୍ରଫେସର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଏବଂ ବ୍ଲଡ୍ ବ୍ୟାଙ୍କ ବିଭାଗ, ଶିବାନନ୍ଦ ପ୍ରସାଦ, ସତସଙ୍ଗ ଆସିଷ୍ଟାଣ୍ଟ ସେକ୍ରେଟାରୀ , ସତସଙ୍ଗ ଚାରିଟେବୁଲ ହସ୍ପିଟାଲର ସମସ୍ତ ଡାକ୍ତର ଏବଂ ଅନ୍ୟ କର୍ମଚାରୀ, ଆଶ୍ରମର ଅନେକ ଭକ୍ତ, ସ୍ଥାନୀୟ ଲୋକ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଏମ୍ସ ଦେଓଘରର ପ୍ରତିନିଧିମାନେ ଆଚାର୍ଯ୍ୟଦେବଙ୍କ ପ୍ରତି ସମ୍ମାନ ଏବଂ କୃତଜ୍ଞତା ଜଣାଇ ଭ୍ୟାନ୍ ଗ୍ରହଣ କରିଥିଲେ।
The post ଅନୁକୂଳଚନ୍ଦ୍ରଙ୍କ ଜନ୍ମୋତ୍ସବ ଅବସରରେ ଏମ୍ସ’କୁ ମୋବାଇଲ୍ ରକ୍ତଦାନ ଭ୍ୟାନ୍ ଉପହାର appeared first on Dharitri Odia News.