ବଦଳିଲେ ଓଡ଼ିଶାର ରାଜ୍ୟପାଳ: ଡ଼ଃ ହରିବାବୁ କମ୍ଭମପତି ଓଡ଼ିଶା ନୂଆ ରାଜ୍ୟପାଳ

ଭୁବନେଶ୍ୱର:ଓଡ଼ିଶା ପାଇଲା ନୂଆ ରାଜ୍ୟପାଳ । ଡକ୍ଟର ହରିବାବୁ କମ୍ଭାମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।ଏଵେ ମିଜୋରାମର ରାଜ୍ୟପାଳ ଅଛନ୍ତି ହରିବାବୁ କମ୍ଭମପତି ।ସେ ଆନ୍ଧ୍ରର ରାଜ୍ୟ ବିଜେପି ସଭାପତି ଥିଲେ। ଲୋକସଭାକୁ ବି ଥରେ ନିର୍ବାଚିତ ହୋଇଥିଲେ। ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି । ୩୧ ଅକ୍ଟୋବର ୨୦୨୩ରେ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ରଘୁବର । ଦେଶରେ ୫ […]

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ଡ଼ଃ ହରିବାବୁ କମ୍ଭମପତି ଓଡ଼ିଶା ନୂଆ ରାଜ୍ୟପାଳ

ଭୁବନେଶ୍ୱର:ଓଡ଼ିଶା ପାଇଲା ନୂଆ ରାଜ୍ୟପାଳ । ଡକ୍ଟର ହରିବାବୁ କମ୍ଭାମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି।ଏଵେ ମିଜୋରାମର ରାଜ୍ୟପାଳ ଅଛନ୍ତି ହରିବାବୁ କମ୍ଭମପତି ।ସେ ଆନ୍ଧ୍ରର ରାଜ୍ୟ ବିଜେପି ସଭାପତି ଥିଲେ। ଲୋକସଭାକୁ ବି ଥରେ ନିର୍ବାଚିତ ହୋଇଥିଲେ। ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି । ୩୧ ଅକ୍ଟୋବର ୨୦୨୩ରେ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ରଘୁବର ।

ଦେଶରେ ୫ ରାଜ୍ୟର ଜଣ ରାଜ୍ୟପାଳଙ୍କ ଅଦଳବଦଳ ହୋଇଛନ୍ତି । ଓଡି଼ଶା ସମେତ ମିଜୋରାମ,ବିହାର, କେରଳ ଓ ମଣିପୁରର ରାଜ୍ୟପାଳମାନଙ୍କୁ ନିଯୁକ୍ତି ଦିଆଯାଇଛି।