ଆପ୍ ଭାରୁଚ ଲୋକସଭା ଆସନ ପାଇବା ପ୍ରସଙ୍ଗରେ ମୁହଁ ଖୋଲିଲେ ମମତାଜ ପଟେଲ
ନୂଆଦିଲ୍ଲୀ : ଗୁଜରାଟର ଭାରୁଚ ଲୋକସଭା ଆସନ ଆପକୁ ମିଳିବା ପରେ କଂଗ୍ରେସ ନେତ୍ରୀ ଅହମଦ ପଟେଲ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭାରୁଚ ଲୋକସଭା ଆସନରେ ମମତାଜ ପଟେଲଙ୍କ ବାପା ଅହମଦ ପଟେଲ ୧୯୭୭ରୁ ୧୯୮୪ ପର୍ଯ୍ୟନ୍ତ ଲୋକସଭାକୁ ପ୍ରତିନିଧି୍ତ୍ବ କରିଥିଲେ। କିନ୍ତୁ ଚଳିତ ଲୋକସଭା ନିର୍ବାଚନ ପାଇଁ ଆପ ଏବଂ କଂଗ୍ରେସ ମଧ୍ୟରେ ହୋଇଥିବା ଆସନ ବୁଝାମଣା ଅନୁଯାୟୀ ଭାରୁଚ ଲୋକସଭା ଆସନ କଂଗ୍ରେସ ହାତରୁ ଖସି ଯାଇଛି। ଭାରୁଚ ଆସନରୁ ଚଳିତ ଥର ଆପ୍ […]

ନୂଆଦିଲ୍ଲୀ : ଗୁଜରାଟର ଭାରୁଚ ଲୋକସଭା ଆସନ ଆପକୁ ମିଳିବା ପରେ କଂଗ୍ରେସ ନେତ୍ରୀ ଅହମଦ ପଟେଲ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭାରୁଚ ଲୋକସଭା ଆସନରେ ମମତାଜ ପଟେଲଙ୍କ ବାପା ଅହମଦ ପଟେଲ ୧୯୭୭ରୁ ୧୯୮୪ ପର୍ଯ୍ୟନ୍ତ ଲୋକସଭାକୁ ପ୍ରତିନିଧି୍ତ୍ବ କରିଥିଲେ। କିନ୍ତୁ ଚଳିତ ଲୋକସଭା ନିର୍ବାଚନ ପାଇଁ ଆପ ଏବଂ କଂଗ୍ରେସ ମଧ୍ୟରେ ହୋଇଥିବା ଆସନ ବୁଝାମଣା ଅନୁଯାୟୀ ଭାରୁଚ ଲୋକସଭା ଆସନ କଂଗ୍ରେସ ହାତରୁ ଖସି ଯାଇଛି। ଭାରୁଚ ଆସନରୁ ଚଳିତ ଥର ଆପ୍ ନିର୍ବାଚନ ଲଢ଼ିବ। ଏନେଇ ଅହମଦ ପଟେଲଙ୍କ ଝିଅ ମମତାଜ ପଟେଲ ଏକ ଟିଭି ସାକ୍ଷାତକାରରେ ଟିପ୍ପଣୀ ରଖି କହିଛନ୍ତି ଯେ, ଆପ୍ ସହ ଆସନ ବୁଝାମଣାରେ କଂଗ୍ରେସ ବାଧ୍ୟବାଲଧ୍ୟକତାରେ ଭାରୁଚ ଆସନ ଛାଡ଼ିଛି। ମମତାଜ କହିଛନ୍ତି, ଏଥିରେ ସେ ଅସନ୍ତୁଷ୍ଟ ଅଛନ୍ତି କିନ୍ତୁ ଭାରୁଚ ଆସନକୁ ବାଦ ଦେଇଥିଲେ ସର୍ବ ଭାରତୀୟ ସ୍ତରରେ ମେଣ୍ଟ କଥାବାର୍ତ୍ତା ଆଗକୁ ବଢ଼ି ପାରିନଥିଲା। ଏଥିପାଇଁ ଭାରୁଚ ଆସନକୁ ବାଦ୍ ଦେବାକୁ ପଡ଼ିଲା। କଂଗ୍ରେସର ୩ ବରିଷ୍ଠ ନେତା ତଥାୁ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭାରୁଚ ଆସନ ସଂକ୍ରାନ୍ତରେ ଆଲୋଚନା କରିବାପରେ ଏହି ନିଷ୍କର୍ସରେ ପହଞ୍ଚିଛନ୍ତି। ମମତାଜ କହିଛନ୍ତି, ଏହା ଧୋକା ନୁହେଁ ଏହା ଅସନ୍ତୋଷ ଜନକ। କିନ୍ତୁ ମୁଁ ପରିସ୍ଥିତିକୁ ବୁଝୁଛି ଏବଂ ସମ୍ମାନ ଦେଉଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨ ମାସ ଧରି ଭାରୁଚ ଆସନକୁ ନେଇ କଥାବାର୍ତ୍ତା ଜାରି ରହିଥିଲା। ଉଲ୍ଲେଖଯୋଗ୍ୟ ଯେ ଗୁଜରାଟରେ ଭାରୁଚ ଲୋକସଭା ଆସନ ବାଦ୍ ଆସାମ, ଗୋଆ ଏବଂ ଚଣ୍ଡିଗଡ଼ରେ ମଧ୍ୟ କଂଗ୍ରେସ ଲୋକସଭା ଆସନ ଆପକୁ ମିଳିଛି।