ରାଜ୍ୟ ସରକାରଙ୍କ ୱେବସାଇଟରୁ VISION 5T ଗାଏବ !
ରାଜ୍ୟ ସରକାରଙ୍କ ଅଫିସିଆଲ୍ ୱେବସାଇଟରେ ନାହିଁ 5T ।
ରାଜ୍ୟ ସରକାରଙ୍କ ୱେବସାଇଟରୁ VISION 5T ଗାଏବ। ରାଜ୍ୟ ସରକାରଙ୍କ ଅଫିସିଆଲ୍ ୱେବସାଇଟ୍ ରେ ପୂର୍ବରୁ ଥିଲା VISION 5T ସମ୍ପର୍କିତ ସୂଚନା। ହେଲେ ଏବେ ତାହା ଆଉ ନାହିଁ। ଲିଙ୍କ୍ କୁ କ୍ଲିକ୍ କଲେ କୌଣସି ସୂଚନା କିମ୍ବା ତଥ୍ୟ ଉପଲବ୍ଧ ହେଉନି। ଶେଷ ଥର ପାଇଁ ଏହା ୮ ତାରିଖରେ ଅପଡେଟ୍ ହେଇଥିବା ସୂଚନା ରହିଛି। ହେଲେ କଣ ଅପଡେଟ୍ ହେଲା ଏବଂ ପୂର୍ବରୁ ଥିବା ତଥ୍ୟ ସବୁ କୁଆଡ଼େ ଗଲା ସେ ନେଇ କୌଣସି ସୂଚନା ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇନି।
ଏହି ଘଟଣାକୁ ନେଇ ଏବେ ସୋସିଆଲ୍ ମିଡିଆରେ ପ୍ରଶ୍ନ କରିବା ସହ କଟାକ୍ଷ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହା କଣ 5Tର ସଦ୍ୟତମ ରୂପାନ୍ତରଣ? WHY THIS KOLAVERI-D ବୋଲି ଲେଖି କଟ୍ଟାକ୍ଷ କରିଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ କିମ୍ବା 5T ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।
ତିନି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବାଦ୍ ଦିଆଯାଇଛି। ନିର୍ବାଚନ କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଏହି ପଦକ୍ଷେପ ନିଆଯାଇଥିବା ରାଜ୍ୟ ବିଜେପି ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କୁହାଯାଇଥିଲା।
ରାଜ୍ୟ ସରକାରଙ୍କ ୱେବସାଇଟରୁ VISION 5T ଗାଏବ। ରାଜ୍ୟ ସରକାରଙ୍କ ଅଫିସିଆଲ୍ ୱେବସାଇଟ୍ରେ ପୂର୍ବରୁ ଥିଲା VISION 5T ସମ୍ପର୍କିତ ସୂଚନା। ହେଲେ ଏବେ ତାହା ଆଉ ନାହିଁ। #5T #OdishaPolitics pic.twitter.com/U2mpovi2PX — ଓଟିଭି (@otvkhabar) April 11, 2024