ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା,ନଦୀରେ ବୁଡି ଶିଶୁପୁତ୍ରର ମୃତ୍ୟୁ

କଟକ : ମହାନଦୀକୁ ଡେଇଁ ଆତ୍ମହତ୍ୟା। ତୁଳସୀପୁର ଆଖଣ୍ଡଳ ମଣି ମନ୍ଦିର ନିକଟରେ ନଦୀକୁ ଡେଇଁ ଆତ୍ମହତ୍ୟା କଲେ ଜଣେ ବ୍ୟକ୍ତି। ନଦୀରୁ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଓ ପୋଲିସ । ପରେ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଥିବା ଜଣାପଡିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପରିଚୟ ଖୋଜା ଚାଲିଛି । ସେହିପରି ପଟ୍ଟାମୁଣ୍ଡାଇ ରୁ ଆସିଛି […]

ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା,ନଦୀରେ ବୁଡି ଶିଶୁପୁତ୍ରର ମୃତ୍ୟୁ
ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

କଟକ : ମହାନଦୀକୁ ଡେଇଁ ଆତ୍ମହତ୍ୟା। ତୁଳସୀପୁର ଆଖଣ୍ଡଳ ମଣି ମନ୍ଦିର ନିକଟରେ ନଦୀକୁ ଡେଇଁ ଆତ୍ମହତ୍ୟା କଲେ ଜଣେ ବ୍ୟକ୍ତି। ନଦୀରୁ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଓ ପୋଲିସ । ପରେ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଥିବା ଜଣାପଡିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପରିଚୟ ଖୋଜା ଚାଲିଛି ।

ସେହିପରି ପଟ୍ଟାମୁଣ୍ଡାଇ ରୁ ଆସିଛି ଆଉ ଏକ ଦୁଖଦଃ ଖବର । ନଦୀରେ ବୁଡି ୩ ବର୍ଷର ଶିଶୁପୁତ୍ରଟିର ମୃତ୍ୟୁ ଘଟିଛି ପଟ୍ଟାମୁଣ୍ଡାଇରେ ଥାନା ପେଣ୍ଠପାଳ ପଞ୍ଚାୟତ ଅନ୍ତର୍ଗତ କୂଳସାହି ଗ୍ରାମର ସନ୍ତୋଷ ଆରୁଖଙ୍କ ୩ ବର୍ଷର ଏକମାତ୍ର ଶିଶୁ ପୁତ୍ର କ୍ରିଷ୍ଣା ଆରୁଖ ନଦୀ କୂଳରେ ସାଙ୍ଗମାନଙ୍କ ସହିତ ଖେଳୁଥିବା ବେଳେ ଅସାବଧାନତା ବଶତଃ ହଠାତ୍ ନଦୀ ମଧ୍ୟକୁ ଖସି ପଡିଥିଲେ।

ପରିବାର ଲୋକ ଓ ଗ୍ରାମବାସୀ ନଦୀ ମଧ୍ୟରେ ଖୋଜାଖୋଜି କରିବା ପରେ ନଦୀରୁ କ୍ରିଷ୍ଣାଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ପୋଷ୍ଟ ମାର୍ଟମ ପାଇଁ ପଠାଇଦେଇଛି।