ସୁବର୍ଣ୍ଣପୁରରେ ଶାଗ ମାଛ ଦରରେ ବିକ୍ରି ହେଉଛି ଧାନ, ଚାଷୀଙ୍କୁ ଘାରିଛି ଟୋକନ ଚିନ୍ତା
ନନ୍ଦିଘୋଷ ବ୍ୟୁରୋ: ସମସ୍ୟା ପରେ ସମସ୍ୟା ନେଇ ଅଣ୍ଟା ସଳଖେଇ ପାରୁନାହାନ୍ତି ଚାଷୀ । କେତେବେଳେ ଡେରିରେ ମଣ୍ଡି ଖୋଲିବା... The post ସୁବର୍ଣ୍ଣପୁରରେ ଶାଗ ମାଛ ଦରରେ ବିକ୍ରି ହେଉଛି ଧାନ, ଚାଷୀଙ୍କୁ ଘାରିଛି ଟୋକନ ଚିନ୍ତା appeared first on .
ନନ୍ଦିଘୋଷ ବ୍ୟୁରୋ: ସମସ୍ୟା ପରେ ସମସ୍ୟା ନେଇ ଅଣ୍ଟା ସଳଖେଇ ପାରୁନାହାନ୍ତି ଚାଷୀ । କେତେବେଳେ ଡେରିରେ ମଣ୍ଡି ଖୋଲିବା ତ କେତେବେଳେ ଟୋକନ ସମସ୍ୟା ଆଉ କେତେବେଳେ ଅଦିନିଆ ବର୍ଷା ଦାଉ ସାଝୁଛି। ସୁବର୍ଣ୍ଣପୁରରେ ଚଳିତ ବର୍ଷ ଭଲ ଧାନ ଅମଳ ହୋଇଥିଲେ ବି ଟୋକନ ମିଳିବାରେ ବିଳମ୍ବ ହେତୁ ଅସନ୍ତୋଷ ଚାଷୀ। ଦିନକୁ ଦିନ ଘାରୁଛି ଋଣ ସୁଝିବା ଚିନ୍ତା।
ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ବର୍ଷ ବର୍ଷା ଭଲ ହୋଇଥିଲା । ଚାଷ ମଧ୍ୟ ଭଲ ହୋଇ ଧାନ ଅମଳ ହେଲା । ଜିଲ୍ଲାରେ କିଛି ଦିନ ଡେରିରେ ଖୋଲିଲା ମଣ୍ଡି। ତଥାପି ଚାଷୀ ଧାନ ବିକ୍ରି ପାଇଁ ପ୍ରସ୍ତୁତ ଥିବାବେଳେ ଟୋକାନ ସମସ୍ୟା ଚାଷୀଙ୍କ ଚିନ୍ତା ବଢାଇଦେଇଛି। ଯେଉଁ ଚାଷୀ ଧାନ ଅମଳ କରିନାହିଁ ତାର ଡିସେମ୍ବର ମାସର ଟୋକେନ୍ ଆସିଛି । ଯେଉଁ ଚାଷୀର ଅମଳ ସରିଗଲାଣି ତାର ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ଧାନ ବିକ୍ରି ପାଇଁ ଟୋକେନ ଆସିଛି ।
ଜିଲ୍ଲାରେ ଚଳିତ ବର୍ଷ ୩୫ ଲକ୍ଷ ୫୦ହଜାର କ୍ଵିଣ୍ଟାଲ ଧାନ ୯୪ଟି ପ୍ଯାକ୍ସ ମାଧ୍ୟମରେ କିଣିବାକୁ ଲକ୍ଷ୍ୟ ରଖାଯାଇଛି । ଡିସେମ୍ବର ମାସ ସରିବାକୁ ବସିଲାଣି ମାତ୍ର ୨ ହଜାର ୭୫୬ ଜଣ ଚାଷୀଙ୍କ ଠାରୁ ୧ ଲକ୍ଷ ୪୧ ହଜାର ୯୫୫ କ୍ଵିଣ୍ଟାଲ୍ ଧାନ କିଣାଯାଇଛି । କ୍ଵିଣ୍ଟାଲ ପିଛା ୩୧୦୦ରେ ସରକାର ଧାନ କିଣିବା ପ୍ରତିଶୃତି ଧୂଆଁବାଣ ହୋଇଥିବା କହିଛି ଚାଷୀ। କୋହଲା ପାଗ ଓ ଅଦିନିଆ ବର୍ଷାରେ କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ ଏବେ କେଉଁଠି ସାଇତି ରଖିବେ ସେଇ ଚିନ୍ତା। ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଦାୟିତ୍ଵରେ ଥିବା ଜିଲ୍ଲା ଯୋଗାଣ ଅଧିକାରୀ।
The post ସୁବର୍ଣ୍ଣପୁରରେ ଶାଗ ମାଛ ଦରରେ ବିକ୍ରି ହେଉଛି ଧାନ, ଚାଷୀଙ୍କୁ ଘାରିଛି ଟୋକନ ଚିନ୍ତା appeared first on .