ରାଜନୀତିରୁ ଭଲପାଇବା, ସମ୍ମାନ, ବିନମ୍ରତା ହଜିଯାଇଛି: ରାହୁଲ
ଓ୍ବାଶିଂଟନ,୧୦ା୯: ଭାରତୀୟ ରାଜନୀତିରୁ ଭଲ ପାଇବା, ସମ୍ମାନ ଏବଂ ବିନମ୍ରତା ହଜିଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର କହିଛନ୍ତି। ଆମେରିକା ଗସ୍ତରେ ଥିବା ରାହୁଲ ଟେକ୍ସାସ୍ଠାରେ ଭାରତୀୟ-ଆମେରିକୀୟମାନଙ୍କୁ ଉଦ୍ବୋଧନ ଦେଇ ଏହା କହିଛନ୍ତି। ବିରୋଧୀ ଦଳ ନେତା ହେବା ପରେ ଆମେରିକାରେ ପ୍ରବାସୀ ଭାରତୀୟମାନଙ୍କ ସହ ଏହା ଥିଲା ରାହୁଲଙ୍କର ପ୍ରଥମ ଆଲୋଚନା। ଏହି ଅବସରରେ ଭାରତକୁ ଗୋଟିଏ ବିଚାରଧାରା ବୋଲି କହୁଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)କୁ ସେ ସମାଲୋଚନା କରିଛନ୍ତି। […] The post ରାଜନୀତିରୁ ଭଲପାଇବା, ସମ୍ମାନ, ବିନମ୍ରତା ହଜିଯାଇଛି: ରାହୁଲ appeared first on Dharitri Odia News.
ଓ୍ବାଶିଂଟନ,୧୦ା୯: ଭାରତୀୟ ରାଜନୀତିରୁ ଭଲ ପାଇବା, ସମ୍ମାନ ଏବଂ ବିନମ୍ରତା ହଜିଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର କହିଛନ୍ତି। ଆମେରିକା ଗସ୍ତରେ ଥିବା ରାହୁଲ ଟେକ୍ସାସ୍ଠାରେ ଭାରତୀୟ-ଆମେରିକୀୟମାନଙ୍କୁ ଉଦ୍ବୋଧନ ଦେଇ ଏହା କହିଛନ୍ତି। ବିରୋଧୀ ଦଳ ନେତା ହେବା ପରେ ଆମେରିକାରେ ପ୍ରବାସୀ ଭାରତୀୟମାନଙ୍କ ସହ ଏହା ଥିଲା ରାହୁଲଙ୍କର ପ୍ରଥମ ଆଲୋଚନା। ଏହି ଅବସରରେ ଭାରତକୁ ଗୋଟିଏ ବିଚାରଧାରା ବୋଲି କହୁଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)କୁ ସେ ସମାଲୋଚନା କରିଛନ୍ତି। କଂଗ୍ରେସ ଭାରତକୁ ବିଚାରଧାରାର ବହୁଳତା ବିବେଚନା କରିଥାଏ ବୋଲି ସେ କହିଛନ୍ତି। ଆମେରିକା ଭଳି ଭାରତରେ ଜାତି, ବର୍ଣ୍ଣ, ଭାଷା, ଧର୍ମ ଓ ପରମ୍ପରା ନିର୍ବିଶେଷରେ ସମସ୍ତଙ୍କୁ ରାଜନୀତିରେ ଭାଗନେବା ପାଇଁ ଅନୁମତି ମିଳିବା ଉପରେ କଂଗ୍ରେସ ବିଶ୍ୱାସ କରେ। ଭାରତର ପ୍ରଧାନମନ୍ତ୍ରୀ ଦେଶର ସମ୍ବିଧାନ ଉପରେ ଆକ୍ରମଣ କରୁଥିବା ଦେଶବାସୀ ସ୍ପଷ୍ଟ ଭାବେ ବୁଝିବା ପରେ ଗତ ନିର୍ବାଚନରେ ଲଢ଼େଇ ସ୍ପଷ୍ଟ ହୋଇଥିଲା। ଭାରତୀୟ ରାଜନୀତିରେ ଭଲପାଇବା, ସମ୍ମାନ ଏବଂ ବିନମ୍ରତାକୁ ସାମିଲ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ରାହୁଲ କହିଛନ୍ତି। ଭାରତ ଗଢ଼ିବାକୁ ଉଦ୍ୟମ କରୁଥିବା ପ୍ରତ୍ୟେକଙ୍କୁ ସେ ସମ୍ମାନ କରନ୍ତି। ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲା। ଫଳାଫଳ ଆସିବା ପରେ କେହି ଆଉ ଭାଜପା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭୟ କରି ନ ଥିଲେ। ଗଣତନ୍ତ୍ରକୁ ବୁଝିଥିବା ଭାରତୀୟମାନଙ୍କ ପାଇଁ ଏହା ଏକ ବଡ଼ ସଫଳତା। ଆମ ସମ୍ବିଧାନ ଓ ଧର୍ମ ଉପରେ ଆକ୍ରମଣକୁ ଗ୍ରହଣ କରାଯିବ ନାହିଁ ବୋଲି ସେମାନେ ଅନୁଭବ କରିଛନ୍ତି। ପ୍ରବାସୀ ଭାରତୀୟମାନେ ଦୁଇ ଦେଶ ମଧ୍ୟରେ ସମ୍ପର୍କର ସେତୁ ବୋଲି ରାହୁଲ କହିଛନ୍ତି।
The post ରାଜନୀତିରୁ ଭଲପାଇବା, ସମ୍ମାନ, ବିନମ୍ରତା ହଜିଯାଇଛି: ରାହୁଲ appeared first on Dharitri Odia News.