ଟେଣ୍ଡର ପାଇଁ ୧୦ଲକ୍ଷ ଟଙ୍କା ଲାଞ୍ଚ କାରବାର : ସିବିଆଇରେ ହାଜର ହେଲେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ୩ କର୍ମଚାରୀ

ଭୁବନେଶ୍ବର ୧୭।୧୨: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କମ୍ପାନୀ (ଇଣ୍ଡିଆ) ଲିମିଟେଡ୍‌ର ଜିଜିଏମ୍‌ ଲାଞ୍ଚ କାରବାର ମାମଲାରେ ସିବିଆଇରେ ହାଜର ହେଲେ କମ୍ପାନୀର ଅନ୍ୟ ୩ କର୍ମଚାରୀ । କିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ ନେଇ ସେମାନଙ୍କୁ ସିବିଆଇ ପଚରାଉଚରା କରୁଛି । ବ୍ରିଜ୍‌ ଆଣ୍ଡ ରୁଫ୍‌ କମ୍ପାନୀ (ଇଣ୍ଡିଆ) ଲିମିଟେଡ୍‌ର ଗିରଫ ଜିଜିଏମ୍‌ ଚଞ୍ଚଲ ମୁଖାର୍ଜୀଙ୍କ ଦପ୍ତରରୁ ଦସ୍ତାବିଜ ଜବତ ହୋଇଥିଲା । ଦସ୍ତାବିଜରେ ଜବତ ବ୍ୟାଙ୍କ ଆକାଉଣ୍ଟ ଉପରେ ଖୋଳତାଡ କରୁଛି ସିବିଆଇ ।ସେପଟେ ଲାଞ୍ଚ ମାମଲାରେ ରିମାଣ୍ଡ ସରିବା ପରେ ଜେଲ୍‌ ଗଲେ ଗିରଫ ୩ ଅଭିଯୁକ୍ତ । ଜାମିନ୍‌ ଆବେଦନ ସମ୍ପର୍କୀତ ଶୁଣାଣିକୁ ସ୍ଥଗିତ ରଖିଲେ କୋର୍ଟ । ଆସନ୍ତା ୨୮ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ । ସୂଚନାଯୋଗ୍ୟ ଯେ, ଟେଣ୍ଡର ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଗିରଫ ତିନି ଅଭିଯୁକ୍ତ  ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କମ୍ପାନୀ (ଇଣ୍ଡିଆ) ଲିମିଟେଡ୍‌ର ଜିଜିଏମ୍‌ ଚଞ୍ଚଲ ମୁଖାର୍ଜୀ, ଆଦିତ୍ୟଦେବ ଇନ୍‌ଫ୍ରା କମ୍ପାନୀର ଏମ୍‌ଡି ଦେବଦତ୍ତ ମହାପାତ୍ର ଏବଂ ଠିକାଦାର ସନ୍ତୋଷ ମହାରଣାଙ୍କୁ ପ୍ରଥମେ ୩ ଦିନ ଓ ପରେ ୫ ଦିନ ରିମାଣ୍ଡରେ ନେଇ ଗୁଡ଼ାଇ ତୁଡ଼ାଇ ଜେରା କରିଥିଲା  ସିବିଆଇ । ସୋମବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିବାରୁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ସେଠାରେ ସେମାନଙ୍କ ପକ୍ଷରୁ ହୋଇଥିବା ଜାମିନ୍‌ ଆବେନକୁ କୋର୍ଟ

ଟେଣ୍ଡର ପାଇଁ ୧୦ଲକ୍ଷ ଟଙ୍କା ଲାଞ୍ଚ କାରବାର : ସିବିଆଇରେ ହାଜର ହେଲେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ୩ କର୍ମଚାରୀ

ଭୁବନେଶ୍ବର ୧୭।୧୨: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କମ୍ପାନୀ (ଇଣ୍ଡିଆ) ଲିମିଟେଡ୍‌ର ଜିଜିଏମ୍‌ ଲାଞ୍ଚ କାରବାର ମାମଲାରେ ସିବିଆଇରେ ହାଜର ହେଲେ କମ୍ପାନୀର ଅନ୍ୟ ୩ କର୍ମଚାରୀ । କିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ ନେଇ ସେମାନଙ୍କୁ ସିବିଆଇ ପଚରାଉଚରା କରୁଛି । ବ୍ରିଜ୍‌ ଆଣ୍ଡ ରୁଫ୍‌ କମ୍ପାନୀ (ଇଣ୍ଡିଆ) ଲିମିଟେଡ୍‌ର ଗିରଫ ଜିଜିଏମ୍‌ ଚଞ୍ଚଲ ମୁଖାର୍ଜୀଙ୍କ ଦପ୍ତରରୁ ଦସ୍ତାବିଜ ଜବତ ହୋଇଥିଲା । ଦସ୍ତାବିଜରେ ଜବତ ବ୍ୟାଙ୍କ ଆକାଉଣ୍ଟ ଉପରେ ଖୋଳତାଡ କରୁଛି ସିବିଆଇ ।

ସେପଟେ ଲାଞ୍ଚ ମାମଲାରେ ରିମାଣ୍ଡ ସରିବା ପରେ ଜେଲ୍‌ ଗଲେ ଗିରଫ ୩ ଅଭିଯୁକ୍ତ । ଜାମିନ୍‌ ଆବେଦନ ସମ୍ପର୍କୀତ ଶୁଣାଣିକୁ ସ୍ଥଗିତ ରଖିଲେ କୋର୍ଟ । ଆସନ୍ତା ୨୮ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ । 

ସୂଚନାଯୋଗ୍ୟ ଯେ, ଟେଣ୍ଡର ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଗିରଫ ତିନି ଅଭିଯୁକ୍ତ  ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କମ୍ପାନୀ (ଇଣ୍ଡିଆ) ଲିମିଟେଡ୍‌ର ଜିଜିଏମ୍‌ ଚଞ୍ଚଲ ମୁଖାର୍ଜୀ, ଆଦିତ୍ୟଦେବ ଇନ୍‌ଫ୍ରା କମ୍ପାନୀର ଏମ୍‌ଡି ଦେବଦତ୍ତ ମହାପାତ୍ର ଏବଂ ଠିକାଦାର ସନ୍ତୋଷ ମହାରଣାଙ୍କୁ ପ୍ରଥମେ ୩ ଦିନ ଓ ପରେ ୫ ଦିନ ରିମାଣ୍ଡରେ ନେଇ ଗୁଡ଼ାଇ ତୁଡ଼ାଇ ଜେରା କରିଥିଲା  ସିବିଆଇ । ସୋମବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିବାରୁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ସେଠାରେ ସେମାନଙ୍କ ପକ୍ଷରୁ ହୋଇଥିବା ଜାମିନ୍‌ ଆବେନକୁ କୋର୍ଟ ସ୍ଥଗିତ ରଖିବାକୁ ଅଭିଯୁକ୍ତମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି । ଆସନ୍ତା ୨୮ ତାରିଖରେ ପୁଣି ଥରେ ସେମାନଙ୍କ ଜାମିନ୍‌ର ଶୁଣାଣି ହେବ ।

ଅନ୍ୟପଟେ ଏହି ମାମଲାରେ IAS ବିଷ୍ଣୁପଦ ସେଠୀଙ୍କୁ ଗତ ୧୧ ତାରିଖରୁ CBI ସମନ କରିଥିଲେ ମଧ୍ୟ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏପର୍ଯ୍ୟନ୍ତ CBI ପାଖରେ ହାଜର ହୋଇନାହାନ୍ତି । ତେବେ ଗତ ୪ ତାରିଖରେ ବ୍ରିଜ୍‌ ଆଣ୍ଡ ରୁଫ୍‌ର ଜିଏମ୍ ଓ ଜିଜିଏମ୍‌ IAS ବିଷ୍ଣୁପଦ ସେଠୀଙ୍କୁ ଦେଖା କରିବାକୁ ଲେଖିଥିବା ଚିଠି ଏବେ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା । ୪ ତାରିଖରେ ଏମାନେ IAS ବିଷ୍ଣୁପଦ ସେଠୀଙ୍କୁ ଦେଖା କରିବାକୁ ଚାହୁଁଥିଲେ ଆଉ ୭ ତାରିଖରେ B&R କର୍ପୋରେସନର ଜିଜିଏମ୍‌ ଚଞ୍ଚଲ ମୁଖାର୍ଜୀଙ୍କୁ ଗିରଫ କରିଥିଲା CBI । ସୋମବାର CBIର ଯୁଗ୍ମ ନିର୍ଦ୍ଦେଶକ ରାଜେଶ ପ୍ରଧାନ ସିବିଆଇରେ ପହଞ୍ଚି ଏହି ମାମଲାର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି ।  

You Can Read:

ଆରମ୍ଭ ହେଲା ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି, ପ୍ରଥମ ଦିନରେ ଲୁହା ଭାରା ବନ୍ଧା କାମ