ଭାରତର ସବୁଠୁ ଦାମୀ ଏକ୍ସପ୍ରେସ ୱେ, ୧ କିଲୋମିଟର ପାଇଁ ଖର୍ଚ୍ଚ ୭୪କୋଟି

ନୂଆଦିଲ୍ଲୀ ୦୧।୦୬: ପ୍ରତ୍ୟେକ ଦେଶରେ ରହିଛି ଏକ୍ସପ୍ରେସୱେ । ଯାହା ଦେଶର ବିକାଶକୁ ପ୍ରତିଫଳିତ କରିଥାଏ । ଆମ ଦେଶରେ ୨୨୮ଟି ଏକ୍ସପ୍ରେସୱେ ତିଆରି କରାଯାଇଛି । ଯାହାର ମୋଟ ଲମ୍ବ 1 ଲକ୍ଷ ୩୧ ହଜାର ୨୨୬ କିଲୋମିଟର । କିନ୍ତୁ ଜାଣନ୍ତି କି ଭାରତର ସବୁଠୁ ଦାମୀ ଏକ୍ସପ୍ରେସୱେ କେଉଁଟି ?  ଏହାକୁ ତିଆରି କରିବା ପାଇଁ କେତେ ହୋଇଛି ଖର୍ଚ୍ଚ ? ଆସନ୍ତୁ ଜାଣିବା… ଭାରତର ସବୁଠୁ ଦାମୀ ଏକ୍ସପ୍ରେସୱେ ମଧ୍ୟରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ହେଉଛି ପ୍ରଥମ ସ୍ଥାନରେ ରହିଛି । ଯାହାର ଲମ୍ବ ୧୩୫୦ କିଲୋମିଟର । ଏହି ଏକ୍ସପ୍ରେସୱେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଖୋଲାଯାଇନି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ଲେସ୍ ଓ୍ବେ ନିର୍ମାଣ ପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଅର୍ଥାତ୍  କେବଳ ଏକ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେଉଛି ୭୪ କୋଟି ଟଙ୍କା । ଏହାପରେ ଗଙ୍ଗା ଏକ୍ସପ୍ରେସୱେ ନାମ ଆସିଥାଏ । ଏହାର ଲମ୍ବା ୫୯୪ କିଲୋମିଟର । ଏହି ଏକ୍ସପ୍ରେସୱେ ଗ୍ରୀନଫିଲ୍ଡ ପ୍ରୋଜେକ୍ଟ ଅନ୍ତର୍ଗତ କରାଯାଉଛି । ଯାହାର ନିର୍ମାଣ ଦାୟିତ୍ବ ଦ ଆଡାନି ଗ୍ରୁପ୍, IRB ନେଇଛନ୍ତି । ଗଙ୍ଗା ଏକ୍ସପ୍ରେସୱେ କରିଡରର ପ୍ରଥମ ପର୍ଯ୍ୟାୟ ନିର୍ମାଣ ପାଇଁ ମୋଟ ୩୭ ହଜାର ୩୫୦କୋଟି ଟଙ୍କା ବ୍ୟୟଅଟକଳ ହୋଇଛି । ଯେଉଁଥିରେ ଜମି ଅଧିଗ୍ରହଣ ପାଇଁ ଯାଇଛି କେବଳ ୬ ହଜାର ୫୦୦କୋଟିରୁ ଅଧିକ ।

ଭାରତର ସବୁଠୁ ଦାମୀ ଏକ୍ସପ୍ରେସ ୱେ, ୧ କିଲୋମିଟର ପାଇଁ ଖର୍ଚ୍ଚ ୭୪କୋଟି

ନୂଆଦିଲ୍ଲୀ ୦୧।୦୬: ପ୍ରତ୍ୟେକ ଦେଶରେ ରହିଛି ଏକ୍ସପ୍ରେସୱେ । ଯାହା ଦେଶର ବିକାଶକୁ ପ୍ରତିଫଳିତ କରିଥାଏ । ଆମ ଦେଶରେ ୨୨୮ଟି ଏକ୍ସପ୍ରେସୱେ ତିଆରି କରାଯାଇଛି । ଯାହାର ମୋଟ ଲମ୍ବ 1 ଲକ୍ଷ ୩୧ ହଜାର ୨୨୬ କିଲୋମିଟର । କିନ୍ତୁ ଜାଣନ୍ତି କି ଭାରତର ସବୁଠୁ ଦାମୀ ଏକ୍ସପ୍ରେସୱେ କେଉଁଟି ?  ଏହାକୁ ତିଆରି କରିବା ପାଇଁ କେତେ ହୋଇଛି ଖର୍ଚ୍ଚ ? ଆସନ୍ତୁ ଜାଣିବା…

 ଭାରତର ସବୁଠୁ ଦାମୀ ଏକ୍ସପ୍ରେସୱେ ମଧ୍ୟରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ହେଉଛି ପ୍ରଥମ ସ୍ଥାନରେ ରହିଛି । ଯାହାର ଲମ୍ବ ୧୩୫୦ କିଲୋମିଟର । ଏହି ଏକ୍ସପ୍ରେସୱେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଖୋଲାଯାଇନି । 

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ଲେସ୍ ଓ୍ବେ ନିର୍ମାଣ ପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଅର୍ଥାତ୍  କେବଳ ଏକ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେଉଛି ୭୪ କୋଟି ଟଙ୍କା । ଏହାପରେ ଗଙ୍ଗା ଏକ୍ସପ୍ରେସୱେ ନାମ ଆସିଥାଏ । ଏହାର ଲମ୍ବା ୫୯୪ କିଲୋମିଟର । ଏହି ଏକ୍ସପ୍ରେସୱେ ଗ୍ରୀନଫିଲ୍ଡ ପ୍ରୋଜେକ୍ଟ ଅନ୍ତର୍ଗତ କରାଯାଉଛି । 

ଯାହାର ନିର୍ମାଣ ଦାୟିତ୍ବ ଦ ଆଡାନି ଗ୍ରୁପ୍, IRB ନେଇଛନ୍ତି । ଗଙ୍ଗା ଏକ୍ସପ୍ରେସୱେ କରିଡରର ପ୍ରଥମ ପର୍ଯ୍ୟାୟ ନିର୍ମାଣ ପାଇଁ ମୋଟ ୩୭ ହଜାର ୩୫୦କୋଟି ଟଙ୍କା ବ୍ୟୟଅଟକଳ ହୋଇଛି । ଯେଉଁଥିରେ ଜମି ଅଧିଗ୍ରହଣ ପାଇଁ ଯାଇଛି କେବଳ ୬ ହଜାର ୫୦୦କୋଟିରୁ ଅଧିକ ।