ବାପା ଗାଡି ଚାଳକ, ଝିଅ ପାଇଲେ ଓଏଏସ୍‌: ଏବେ ମିଳୁଛି ଗଦାଗଦା ପୁରସ୍କାର

ଦାରିଙ୍ଗବାଡି,୨୮।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ରୁନିତା ପ୍ରଧାନ ୨୦୨୨ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲାରୁ ୭ ଜଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଦାରିଙ୍ଗବାଡି ବ୍ଲକରୁ କେବଳ ରୁନିତା ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୋମବାର ସନ୍ଧ୍ୟାରେ ଜାଗୃତି ସଭାଗୃହଠାରେ ବନାନୀ ସାରସ୍ବତ ପରିଷଦ, ଜାଗୃତି ଅନୁଷ୍ଠାନ, ହିମଗିରି କଳା ପରିଷଦ ଏବଂ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରୁନିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ପରିଷଦର ସମ୍ପାଦକ ବିଦେଶୀ […] The post ବାପା ଗାଡି ଚାଳକ, ଝିଅ ପାଇଲେ ଓଏଏସ୍‌: ଏବେ ମିଳୁଛି ଗଦାଗଦା ପୁରସ୍କାର appeared first on Dharitri Odia News.

ବାପା ଗାଡି ଚାଳକ, ଝିଅ ପାଇଲେ ଓଏଏସ୍‌: ଏବେ ମିଳୁଛି ଗଦାଗଦା ପୁରସ୍କାର

ଦାରିଙ୍ଗବାଡି,୨୮।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ରୁନିତା ପ୍ରଧାନ ୨୦୨୨ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲାରୁ ୭ ଜଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଦାରିଙ୍ଗବାଡି ବ୍ଲକରୁ କେବଳ ରୁନିତା ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୋମବାର ସନ୍ଧ୍ୟାରେ ଜାଗୃତି ସଭାଗୃହଠାରେ ବନାନୀ ସାରସ୍ବତ ପରିଷଦ, ଜାଗୃତି ଅନୁଷ୍ଠାନ, ହିମଗିରି କଳା ପରିଷଦ ଏବଂ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରୁନିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି ଅବସରରେ ପରିଷଦର ସମ୍ପାଦକ ବିଦେଶୀ ନାୟକଙ୍କ ସଭା ପରିଚାଳନା ଏବଂ ବରିଷ୍ଠ ନାଗରିକ ମଞ୍ଚର ସଭାପତି ରମେଶ ଚନ୍ଦ୍ର ସାହୁ, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଠ, ହିମଗିରି କଳାପରିଷଦର ସମ୍ପାଦକ ପତିତପାବନ ରାଉତ ପ୍ରମୁଖ ମଞ୍ଚାସିନ ରହି ରୁନିତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ପ୍ରକାଶ ଯେ, ରୁନିତା ନିଜ ଶିକ୍ଷା ସରକାରୀ ପ୍ରାଥମିକ ବିଦ୍ୟାଳୟ ଡବେରୀ ସେବାଶ୍ରମରୁ ଆରମ୍ଭ କରିଥିଲେ। ପରେ ସେ ଦାରିଙ୍ଗବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ପର୍ଯ୍ୟନ୍ତ ପଢିବା ପରେ ଉଚ୍ଚ ଶିକ୍ଷା ପାଇଁ ସେ ଭୁବନେଶ୍ୱର ଆରଡି ମହିଳା ବିଦ୍ୟାଳୟରେ ସ୍ନାତକ ଓ ବାଣୀବିହାରରେ ସେ ସ୍ନାତକୋତ୍ତର କରିଥିଲେ। ସେ ବାଣୀ ବିହାରରେ ସେ ସ୍ବର୍ଣ୍ଣ ପଦକ ପାଇଥିଲେ।

ଏହି ଅବସରରେ ସେ କୁହନ୍ତି, ଘରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିବା ବେଳେ ବାପା ଜଣେ ଗାଡି ଚାଳକ ଭାବେ କାର୍ଯ୍ୟ କରି ତାଙ୍କ ପରିବାର ପ୍ରତିପୋଷଣ କରନ୍ତି। ଏହାସତ୍ତ୍ୱେ ମୋତେ ଓ ତାଙ୍କ ୫ ଭାଇ ଭଉଣୀଙ୍କୁ ପାଠ ପଢ଼ାଉଥିଲେ। ବହୁତ ଦୁଃଖ କଷ୍ଟରେ ପାଠ ପଢ଼ି ଆଜି ଏହି ସଫଳତା ପାଇଥିବା ସେ କହିଛନ୍ତି। ବାପା ଗାଡି ଚାଳକ ଥିବାରୁ ମୁଁ ହଷ୍ଟେଲରେ ଥିବା ସମୟରେ ବାପା ପ୍ରଥମେ ଖର୍ଚ୍ଚକୁ ୧ ଟଙ୍କା ଦେଇଥିଲେ। ବିଦ୍ୟାଳୟରେ ଟ୍ରେ ପୁରସ୍କାର ପାଇଥିବାରୁ ବାପା ପ୍ରଥମଥର ପାଇଁ ୫ ଟଙ୍କା ଦେଇଥିଲେ ମୁଁ ଖୁସି ହୋଇଥିଲି। ମୁଁ ସ୍କୁଲ ପାଠ ସାରି ଦାରିଙ୍ଗବାଡି ଛାଡିବା ପରେ ଲକ୍ଷ ଥିଲା ଏହି ଅଞ୍ଚଳ ପାଇଁ କିଛି ଭଲ କାର୍ଯ୍ୟ କରିବା। ନିଜ ସଂଘର୍ଷ କଥା କହିବା ସହ ବାପା, ମା’ ଶିକ୍ଷକ, ଗ୍ରାମବାସୀଙ୍କ ପାଇଁ ଆଜି ଏହି ସଫଳତା ପାଇଥିବା କହିଥିଲେ।

The post ବାପା ଗାଡି ଚାଳକ, ଝିଅ ପାଇଲେ ଓଏଏସ୍‌: ଏବେ ମିଳୁଛି ଗଦାଗଦା ପୁରସ୍କାର appeared first on Dharitri Odia News.