ଅଖିଲ ଗୁପ୍ତା ଭାରତୀ ଆକ୍ସାର ନ୍ୟୁ ଚେୟାରମ୍ୟାନ
ଭୁବନେଶ୍ୱର,୨୫।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ତଥା ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସର ନୂତନ ଅଧ୍ୟକ୍ଷ ( ନ୍ୟୁ ଚେୟାରମ୍ୟାନ) ଭାବେ ଅଖିଲ ଗୁପ୍ତା ନିକଟରେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ଭାରତୀ ଏଣ୍ଟରପ୍ରାଇଜେସ୍ର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଏପରିକି ଗୁପ୍ତା ଦୀର୍ଘ ୪୦ ବର୍ଷ ଧରି ବିଭିନ୍ନ ଘରୋଇ ସଂସ୍ଥା ଓ ବୀମା କମ୍ପାନୀଗୁଡିକରେ ଦକ୍ଷତାର ସହିତ କାର୍ଯ୍ୟ କରିଛନ୍ତି। ସେହିଭଳି ଦେଶର ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ‘ଭାରତୀ ଏୟାରଟେଲ୍’ର ଅଭିବୃଦ୍ଧିରେ […] The post ଅଖିଲ ଗୁପ୍ତା ଭାରତୀ ଆକ୍ସାର ନ୍ୟୁ ଚେୟାରମ୍ୟାନ appeared first on Dharitri Odia News.
ଭୁବନେଶ୍ୱର,୨୫।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ତଥା ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସର ନୂତନ ଅଧ୍ୟକ୍ଷ ( ନ୍ୟୁ ଚେୟାରମ୍ୟାନ) ଭାବେ ଅଖିଲ ଗୁପ୍ତା ନିକଟରେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ଭାରତୀ ଏଣ୍ଟରପ୍ରାଇଜେସ୍ର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଏପରିକି ଗୁପ୍ତା ଦୀର୍ଘ ୪୦ ବର୍ଷ ଧରି ବିଭିନ୍ନ ଘରୋଇ ସଂସ୍ଥା ଓ ବୀମା କମ୍ପାନୀଗୁଡିକରେ ଦକ୍ଷତାର ସହିତ କାର୍ଯ୍ୟ କରିଛନ୍ତି। ସେହିଭଳି ଦେଶର ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ‘ଭାରତୀ ଏୟାରଟେଲ୍’ର ଅଭିବୃଦ୍ଧିରେ ଗୁପ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଏପରିକି ରୂପାନ୍ତରିତ ଅଭିଯାନ ପରିକଳ୍ପନା କରି ତାହାକୁ ସଫଳତାର ସହ କାର୍ଯ୍ୟକାରୀ କରିବାର ଗୁପ୍ତାଙ୍କର ଅତୁଳନୀୟ ଅବଦାନ ରହିଛି, ସେ ତାଙ୍କ କ୍ୟାରିୟର୍ରେ ୱାରବଗ୍ ପିନ୍କସ୍, ଟାମାସେକ୍, କେକେଆର, କତାର ଫାଉଣ୍ଡେଶନ ଏଣ୍ଡାଓମେଣ୍ଟ, ଏଆଇଏଫ୍, ସେକ୍ୟୁଆ କ୍ୟାପିଟାଲ୍ ଭଳି ଅଗ୍ରଣୀ ନିବେଶକଙ୍କ ସହ ସହଯୋଗିତା ସ୍ଥାପନ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଭାରତୀ ଏୟାରଟେଲ୍, ଭାରତୀ ଇନଫ୍ରାଟେଲ୍ ଓ ଏୟାରଟେଲ୍ ଆଫ୍ରିକାକୁ ମଧ୍ୟ ସେ ସଫଳତାର ସହ ଷ୍ଟକ୍ ବଜାରରେ ତାଲିକାଭୁକ୍ତ କରାଇଥିଲେ।
ଏ ସମ୍ପର୍କରେ ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସର ଅଧ୍ୟକ୍ଷ ଅଖିଲ୍ ଗୁପ୍ତା କହିଛନ୍ତି, ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସର ନେତୃତ୍ୱ ନେଇ ମୁଁ ଗର୍ବିତ, କାରଣ ଆମ ପାଖରେ ଅଭିନବତା ଏବଂ ଉପଭୋକ୍ତାଙ୍କ ବୀମା ବିନିଯୋଗ ସହିତ ସ୍ଥାୟୀ ଅଭିବୃଦ୍ଧିର ଗଭୀର ବୁଝାମଣା ଉପଯୋଗ କରିବାର ଏକ ବିରାଟ ସୁଯୋଗ ରହିଛି।
ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସକୁ ସୁଦୃଢ଼ କରିବା ପାଇଁ ସମର୍ପିତ ଏକ ପ୍ରତିଭାଶାଳୀ ଏବଂ ଉତ୍ସାହୀ ଟିମ୍ ରହିଛି। ଏପରିକି ଆମର ଗ୍ରାହକ ଏବଂ ଶିଳ୍ପସଂସ୍ଥାର ବିଶ୍ୱସ୍ତ ଅଂଶୀଦାର ଭାବେ କାମ କରିବାକୁ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ନିର୍ଦ୍ଦେଶକଙ୍କ ସହ ବା ବୋର୍ଡ ସହ କାମ କରିବାକୁ ମୁଁ ଉତ୍ସାହିତ ଅଛି।
The post ଅଖିଲ ଗୁପ୍ତା ଭାରତୀ ଆକ୍ସାର ନ୍ୟୁ ଚେୟାରମ୍ୟାନ appeared first on Dharitri Odia News.