ଟ୍ରମ୍ପ୍‌ ପ୍ରଶାସନରେ ରହିବେନି ହାଲି, ପମ୍ପିଓ

ଓ୍ବାଶିଂଟନ,୧୧ା୧୧: ଆମେରିକାର ପୂର୍ବତନ ରିପବ୍ଲିକାନ୍‌ ରାଷ୍ଟ୍ରପତି ପ୍ରତିଦ୍ୱନ୍ଦ୍ୱୀ ନିକ୍କି ହାଲି ଏବଂ ପ୍ରାକ୍ତନ ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓଙ୍କୁ ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଦ୍ୱିତୀୟ ପାଳି ପ୍ରଶାସନରେ ସାମିଲ କରିବେ ନାହିଁ ବୋଲି କହିଛନ୍ତି। ତେବେ ତାଙ୍କ ସହ ପୂର୍ବରୁ ଏକାଠି କାର୍ଯ୍ୟ କରିବା ବେଳେ ଟ୍ରମ୍ପ୍‌ ଏହାକୁ ଭଲଭାବେ ଉପଭୋଗ କରିବା ସହ ପ୍ରଶଂସା କରିଛନ୍ତି। ହାଲି ପୂର୍ବରୁ ସାଉଥ୍‌ କରୋଲିନାର ଗଭର୍ନର ରହିବା ସହ ଟ୍ରମ୍ପ୍‌ଙ୍କ ପୂର୍ବ ସରକାର ସମୟରେ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ରହିଥିଲେ। […] The post ଟ୍ରମ୍ପ୍‌ ପ୍ରଶାସନରେ ରହିବେନି ହାଲି, ପମ୍ପିଓ appeared first on Dharitri Odia News.

ଟ୍ରମ୍ପ୍‌ ପ୍ରଶାସନରେ ରହିବେନି ହାଲି, ପମ୍ପିଓ

ଓ୍ବାଶିଂଟନ,୧୧ା୧୧: ଆମେରିକାର ପୂର୍ବତନ ରିପବ୍ଲିକାନ୍‌ ରାଷ୍ଟ୍ରପତି ପ୍ରତିଦ୍ୱନ୍ଦ୍ୱୀ ନିକ୍କି ହାଲି ଏବଂ ପ୍ରାକ୍ତନ ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓଙ୍କୁ ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଦ୍ୱିତୀୟ ପାଳି ପ୍ରଶାସନରେ ସାମିଲ କରିବେ ନାହିଁ ବୋଲି କହିଛନ୍ତି। ତେବେ ତାଙ୍କ ସହ ପୂର୍ବରୁ ଏକାଠି କାର୍ଯ୍ୟ କରିବା ବେଳେ ଟ୍ରମ୍ପ୍‌ ଏହାକୁ ଭଲଭାବେ ଉପଭୋଗ କରିବା ସହ ପ୍ରଶଂସା କରିଛନ୍ତି। ହାଲି ପୂର୍ବରୁ ସାଉଥ୍‌ କରୋଲିନାର ଗଭର୍ନର ରହିବା ସହ ଟ୍ରମ୍ପ୍‌ଙ୍କ ପୂର୍ବ ସରକାର ସମୟରେ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ରହିଥିଲେ। ତେବେ ସେ ରିପବ୍ଲିକାନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କଲାବେଳେ ଟ୍ରମ୍ପ୍‌ଙ୍କୁ କଡ଼ା ସମାଲୋଚନା କରିଥିଲେ। ଖ୍ୟାତନାମା ନିବେଶକ ସ୍କଟ୍‌ ବେସେଣ୍ଟଙ୍କୁ ଅର୍ଥ ସଚିବ ଭାବେ ମନୋନୀତ କରାଯିବା ସମ୍ଭାବନା ରହିଛି।

The post ଟ୍ରମ୍ପ୍‌ ପ୍ରଶାସନରେ ରହିବେନି ହାଲି, ପମ୍ପିଓ appeared first on Dharitri Odia News.