ହୋଲିରେ ଅଘଟଣ: ରଙ୍ଗ ଖେଳି ଗାଧୋଇବା ବେଳେ ନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା
ଭବାନୀପାଟଣା,୧୫ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଶନିବାର ହୋଲି ପର୍ବରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସହର ନିକଟିସ୍ଥ ହାତୀ ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକଙ୍କ ନାମ ପ୍ରତ୍ୟୁଷ ପାଢ଼ୀ(୨୨) ଓ ସେ ସହରର ବ୍ରାହ୍ମଣ ପଡ଼ାର ବୋଲି ଜଣାପଡିଛି। ସୂଚନାନୁଯାୟୀ, ହୋଲି ଖେଳି ସାରିବା ପରେ ପ୍ରତ୍ୟୁଷ ନିଜ କିଛି ସାଙ୍ଗଙ୍କ ସହ ହାତୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ […] The post ହୋଲିରେ ଅଘଟଣ: ରଙ୍ଗ ଖେଳି ଗାଧୋଇବା ବେଳେ ନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା appeared first on Dharitri Odia News.
ଭବାନୀପାଟଣା,୧୫ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଶନିବାର ହୋଲି ପର୍ବରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସହର ନିକଟିସ୍ଥ ହାତୀ ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକଙ୍କ ନାମ ପ୍ରତ୍ୟୁଷ ପାଢ଼ୀ(୨୨) ଓ ସେ ସହରର ବ୍ରାହ୍ମଣ ପଡ଼ାର ବୋଲି ଜଣାପଡିଛି।
ସୂଚନାନୁଯାୟୀ, ହୋଲି ଖେଳି ସାରିବା ପରେ ପ୍ରତ୍ୟୁଷ ନିଜ କିଛି ସାଙ୍ଗଙ୍କ ସହ ହାତୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ନଦୀରେ ଗଭୀର ଥିବା ସ୍ଥାନକୁ ଚାଲିଯାଇଥିଲା। ସେଠାରୁ ବାହାରକୁ ବାହାରି ନ ପାରି ବୁଡି ଯାଇଥିଲେ। ଖବର ପାଇ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଏ ନେଇ ଜୁନାଗଡ଼ ଥାନାରେ କେସ୍ ନଂ ୫/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
The post ହୋଲିରେ ଅଘଟଣ: ରଙ୍ଗ ଖେଳି ଗାଧୋଇବା ବେଳେ ନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା appeared first on Dharitri Odia News.