ଥାଇଲାଣ୍ଡରେ ଫସି ରହିଛନ୍ତି ୭ ଓଡ଼ିଆ ଶ୍ରମିକ, ଫେରାଇ ନେବା ପାଇଁ ସରକାରଙ୍କୁ ଆକୁଳ ନିବେଦନ
ଆଳି : ଥାଇଲାଣ୍ଡରେ ଫସିରହିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ୭ ଜଣ ଓଡ଼ିଆ ଶ୍ରମିକ । ଓଡ଼ିଶା ଫେରାଇ ଆଣିବା ପାଇଁ ଏକ ଭିଡିଓ ବାର୍ତ୍ତା ଜରିଆରେ ଶ୍ରମିକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।ଫସିରହିଥିବା ଶ୍ରମିକମାନଙ୍କ ଘର ରାଜକନିକା ଓ ରାଜନଗର ଅଞ୍ଚଳରେ । ୬ମାସ ତଳେ ଏକ ପ୍ଲାଏବୋର୍ଡ କମ୍ପାନୀରେ କାମକରିବା ପାଇଁ ଶ୍ରମିକମାନେ ଏକ ଦଲାଲ ଜରିଆରେ ଟୁରିଷ୍ଟ ଭିସାରେ ସୁଦୂର ଥାଇଲାଣ୍ଡ ଯାଇଥିଲେ । ଶ୍ରମିକମାନେ କମ୍ପାନୀରେ କାମକରିବା […] The post ଥାଇଲାଣ୍ଡରେ ଫସି ରହିଛନ୍ତି ୭ ଓଡ଼ିଆ ଶ୍ରମିକ, ଫେରାଇ ନେବା ପାଇଁ ସରକାରଙ୍କୁ ଆକୁଳ ନିବେଦନ appeared first on KNews Odisha.

ଆଳି : ଥାଇଲାଣ୍ଡରେ ଫସିରହିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ୭ ଜଣ ଓଡ଼ିଆ ଶ୍ରମିକ । ଓଡ଼ିଶା ଫେରାଇ ଆଣିବା ପାଇଁ ଏକ ଭିଡିଓ ବାର୍ତ୍ତା ଜରିଆରେ ଶ୍ରମିକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।ଫସିରହିଥିବା ଶ୍ରମିକମାନଙ୍କ ଘର ରାଜକନିକା ଓ ରାଜନଗର ଅଞ୍ଚଳରେ । ୬ମାସ ତଳେ ଏକ ପ୍ଲାଏବୋର୍ଡ କମ୍ପାନୀରେ କାମକରିବା ପାଇଁ ଶ୍ରମିକମାନେ ଏକ ଦଲାଲ ଜରିଆରେ ଟୁରିଷ୍ଟ ଭିସାରେ ସୁଦୂର ଥାଇଲାଣ୍ଡ ଯାଇଥିଲେ । ଶ୍ରମିକମାନେ କମ୍ପାନୀରେ କାମକରିବା ପରେ ସେମାନଙ୍କୁ ଠିକ ସେ ପାରିଶ୍ରମିକ ମିଳିନଥିଲା । ଏମିତି କି କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ହଇରାଣ ହରକତ କରୁଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏହାରି ଭିତରେ ସେମାନଙ୍କ ଭିସା ଅବଧି ସାରିଯାଇଥିବାରୁ ଶ୍ରମିକମାନେ ପୋଲିସ ଭୟରେ ଏଣେ ତେଣେ ଲୁଚିକରି ରହୁଛନ୍ତି । ଭିସା ଅବଧି ବଢାଇବା ପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ କହିଲେ ଶ୍ରମିକମାନଙ୍କୁ ନାଲି ଆଖି ଦେଖାଉଥିବାର ମଧ୍ୟ ଅଭିଯୋଗ ହୋଇଛି ।
The post ଥାଇଲାଣ୍ଡରେ ଫସି ରହିଛନ୍ତି ୭ ଓଡ଼ିଆ ଶ୍ରମିକ, ଫେରାଇ ନେବା ପାଇଁ ସରକାରଙ୍କୁ ଆକୁଳ ନିବେଦନ appeared first on KNews Odisha.