ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା, ଦିନକ ପରେ ରାଜ୍ୟ ବିଜେପିକୁ ମିଳିବ ନୂଆ ମୁଖିଆ

ଭୁବନେଶ୍ୱର : ଆଜି ନାମାଙ୍କନ ।  କାଲି ନିର୍ବାଚନ ।  କାହା ମୁଣ୍ଡରେ ସୁନା କଳସ ଢାଳିବ ଦଳ।  କିଏ ଧରିବ ଓଡ଼ିଶା ବିଜେପି ମଙ୍ଗ ।  ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।  କିଏ ହେବେ ନୂଆ ସଭାପତି ଆଜି ଚିତ୍ର ସ୍ପଷ୍ଟ ହୋଇଯିବ। ଓଡ଼ିଶା ବିଜେପି ସାଂଗଠାନିକ ନିର୍ବାଚନର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଆଜି ଓଡ଼ିଶା ଆସିବେ । ମନମୋହନ ସାମଲ ରାଜ୍ୟ ସଭାପତି ପଦରେ ରିପିଟ୍ […] The post ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା, ଦିନକ ପରେ ରାଜ୍ୟ ବିଜେପିକୁ ମିଳିବ ନୂଆ ମୁଖିଆ appeared first on KNews Odisha.

ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା, ଦିନକ ପରେ ରାଜ୍ୟ ବିଜେପିକୁ ମିଳିବ ନୂଆ ମୁଖିଆ
bjp..

ଭୁବନେଶ୍ୱର : ଆଜି ନାମାଙ୍କନ ।  କାଲି ନିର୍ବାଚନ ।  କାହା ମୁଣ୍ଡରେ ସୁନା କଳସ ଢାଳିବ ଦଳ।  କିଏ ଧରିବ ଓଡ଼ିଶା ବିଜେପି ମଙ୍ଗ ।  ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।  କିଏ ହେବେ ନୂଆ ସଭାପତି ଆଜି ଚିତ୍ର ସ୍ପଷ୍ଟ ହୋଇଯିବ। ଓଡ଼ିଶା ବିଜେପି ସାଂଗଠାନିକ ନିର୍ବାଚନର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଆଜି ଓଡ଼ିଶା ଆସିବେ ।

ମନମୋହନ ସାମଲ ରାଜ୍ୟ ସଭାପତି ପଦରେ ରିପିଟ୍ ହେବେ ନା ଆଉ କିଏ ନୂଆ ମୁଖିଆ ହେବେ। ପଶ୍ଚିମବଙ୍ଗ ଫର୍ମୁଲାରେ ନୂଆ ନେତାଙ୍କୁ ଦାୟିତ୍ବ ଦିଆଯିବ ନା ଏବେକାର ସଭାପତି ପୁଣି ଥରେ ନାମାଙ୍କନ ଭରିବେ। ମନମୋହନ ଫ୍ରଣ୍ଟରନର ଥିବା ବେଳେ ରେସରେ ଗୋଲକ ମହାପାତ୍ର ଓ ବିରଞ୍ଚି ନାରାୟଣ ତ୍ରିପାଠୀ ମଧ୍ୟ ରହିଛନ୍ତି ।

ସେପଟେ ରାଜ୍ଯ ବିଜେପିକୁ ମହିଳା ନେତୃତ୍ବ ମିଳିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ।  ତେବେ ଆଜି ନାମାଙ୍କନ ଦାଖଲ ପରେ ହଟିବ ସସପେନସ ।  ଦିନ ୧୧ଟାରୁ ୨ଟା ଯାଏ ନାମାଙ୍କନପତ୍ର ଦାଖଲ କରାଯିବ ।  ଯଦି ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି, ତେବେ ସହମତି ଭିତ୍ତିରେ ନାଁ ଘୋଷଣା ହେବ ବୋଲି କୁହାଯାଇଛି ।

ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରନ୍ତି ତେବେ ୮ ତାରିଖରେ ନିର୍ବାଚନ ହେବ । ଗତକାଲି ୨୭୩ ଜଣିଆ ମତାଦାତାଙ୍କ ତାଲିକା ପ୍ରକାଶ ପାଇଥିଲା ।

Also read: ଆଜି ମହାପ୍ରଭୁଙ୍କ ଅଧରପଣା ନୀତି : ଅଶରୀମାନଙ୍କ ତୃପ୍ତି ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ହେବ ପଣା

 

The post ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା, ଦିନକ ପରେ ରାଜ୍ୟ ବିଜେପିକୁ ମିଳିବ ନୂଆ ମୁଖିଆ appeared first on KNews Odisha.