ନିର୍ବାଚନୀ ବଣ୍ଡକୁ ଝଟକା
ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାର୍ଚ୍ଚ 31 ସୁଦ୍ଧା ନିର୍ବାଚନ ବଣ୍ଡ ମାଧ୍ୟମରେ ପ୍ରଦାନ କରାଯାଇଥିବା ଆର୍ଥିକ ଅନୁଦାନର ସମସ୍ତ ବିବରଣୀ ଦାଖଲ କରିବ।
ନିର୍ବାଚନୀ ବଣ୍ଡ ସ୍କିମ୍ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏହି ଯୋଜନାକୁ ଅସାମ୍ବିଧାନିକ ବୋଲି କହିବା ସହ ଏହାକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ନିର୍ବାଚନୀ ବଣ୍ଡ ସ୍କିମ୍ ଲୋକଙ୍କର ସୂଚନା ଅଧିକାରକୁ କ୍ଷୂର୍ଣ୍ଣ କରୁଛି। ରୈଜନୈତିକ ଦଳ ନିର୍ବାଚନୀ ଚାନ୍ଦା ଆକାରରେ ପାଉଥିବା ପାଣ୍ଠି ବାବଦରେ ଜାଣିବାର ଅଧିକାର ଲୋକଙ୍କର ଅଛି। କିନ୍ତୁ ନିର୍ବାଚନୀ ଫଣ୍ଡିଂ ସ୍କିମ୍ ଏହାକୁ ବିରୋଧ କରୁଛି। ତେଣୁ ଏହା ଲୋକଙ୍କ ସୂଚନା ଅଧିକାରକୁ ଉଲ୍ଲଂଙ୍ଘନ କରୁଛି। ଦେଖନ୍ତୁ ପୂରା ରିପୋର୍ଟ ।