ଜମ୍ମୁ-କାଶ୍ମୀରର ରାମବନରେ ଅଘଟଣ, ୩ ଜଣ ସୈନିକଙ୍କ ମୃତ୍ୟୁ
ରାମବନ : ଜମ୍ମୁ ଓ କାଶ୍ମୀରର ରାମବନ ଜିଲ୍ଲାରେ ଘଟିଲା ଅଘଟଣ । ଜାତୀୟ ରାଜପଥ ୪୪ର ବ୍ୟାଟେରୀ ଚଷମା ନିକଟରେ ଖସିଲା ଟ୍ରକ । ଟ୍ରକଟି ୨୦୦ ରୁ ୩୦୦ ମିଟର ଗଭୀର ଘାଟିକୁ ଖସିପଡ଼ିବାରୁ ୩ଜଣ ସେନା ସୈନିକଙ୍କ ଜୀବନ ଯାଇଛି ବୋଲି ଅଧିକାରୀମାନେ କହିଛନ୍ତି । ତେବେ ଦୁର୍ଘଟଣା ସମୟରେ ସେନା ବାହିନୀରେ କେତେ ଜଣ ଥିଲେ ତାହା ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁସାରେ ପୋଲିସ, ଏସଡିଆରଏଫ, ସେନା ଓ ସ୍ଥାନୀୟ […] The post ଜମ୍ମୁ-କାଶ୍ମୀରର ରାମବନରେ ଅଘଟଣ, ୩ ଜଣ ସୈନିକଙ୍କ ମୃତ୍ୟୁ appeared first on KNews Odisha.

ରାମବନ : ଜମ୍ମୁ ଓ କାଶ୍ମୀରର ରାମବନ ଜିଲ୍ଲାରେ ଘଟିଲା ଅଘଟଣ । ଜାତୀୟ ରାଜପଥ ୪୪ର ବ୍ୟାଟେରୀ ଚଷମା ନିକଟରେ ଖସିଲା ଟ୍ରକ । ଟ୍ରକଟି ୨୦୦ ରୁ ୩୦୦ ମିଟର ଗଭୀର ଘାଟିକୁ ଖସିପଡ଼ିବାରୁ ୩ଜଣ ସେନା ସୈନିକଙ୍କ ଜୀବନ ଯାଇଛି ବୋଲି ଅଧିକାରୀମାନେ କହିଛନ୍ତି । ତେବେ ଦୁର୍ଘଟଣା ସମୟରେ ସେନା ବାହିନୀରେ କେତେ ଜଣ ଥିଲେ ତାହା ସ୍ପଷ୍ଟ ହୋଇନାହିଁ ।
ସୂଚନା ଅନୁସାରେ ପୋଲିସ, ଏସଡିଆରଏଫ, ସେନା ଓ ସ୍ଥାନୀୟ ଲୋକେ ଉଦ୍ଧାର ଅଭିଯାନରେ ସାମିଲ ହୋଇଥିଲେ । ମୃତ ଯବାନଙ୍କ ଶବ ଉଦ୍ଧାର କରି ରାମବନ ଜିଲ୍ଲା ହସ୍ପିଟାଲ ପହଞ୍ଚା ଯାଇଛି । ଦୁର୍ଘଟଣାର ସୂଚନା ମିଳିବାମାତ୍ରେ ରାମବନ ପୋଲିସ ଓ କ୍ୟୁଆରଟି ତୁରନ୍ତ ପ୍ରତିକ୍ରିୟା ଦେଇଥିଲେ ।
କ୍ୱିକ୍ ରିଆକ୍ସନ ଟିମ୍ (QRT), ପୋଲିସ, ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF), ସେନା ଏବଂ ସ୍ଥାନୀୟ ସ୍ଵେଚ୍ଛାସେବକମାନଙ୍କୁ ସାମିଲ କରି ଏକ ଦ୍ରୁତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଦୁର୍ଘଟଣାରେ ମୃତ ଯବାନଙ୍କ ଚିହ୍ନଟ ହୋଇଛି ।
ସେମାନଙ୍କୁ ଅମିତ କୁମାର, ସୁଜିତ କୁମାର ଓ ମନ ବାହାଦୂର ଭାବେ ଚିହ୍ନଟ କରାଯାଇଛି । ଘଟଣା ସ୍ଥଳରେ ରେସକ୍ୟୁ ଅପରେସନ ଜାରି ରହିଛି । ସେନା, ପୋଲିସ ଓ ଏସଡିଆରଏଫ ସ୍ଥାନୀୟ ଲୋକଙ୍କ ସହଯୋଗରେ ରେସ୍କ୍ୟୁ ଅପରେସନ ପାରିଚାଳାନା କରିଛନ୍ତି । ତେବେ ଦୁର୍ଘଟଣାର କାରଣ ଜଣାପଡି ନାହିଁ ।
Also read: ପହଲଗାମ ଆତଙ୍କବାଦୀ ଆକ୍ରମଣ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ
The post ଜମ୍ମୁ-କାଶ୍ମୀରର ରାମବନରେ ଅଘଟଣ, ୩ ଜଣ ସୈନିକଙ୍କ ମୃତ୍ୟୁ appeared first on KNews Odisha.