ଡାମାସ୍କସ୍ରେ ସିରିଆ ବିଦ୍ରୋହୀ
ଡାମାସ୍କସ୍୮।୧୨: ସିରିଆର ବିଦ୍ରୋହୀ ଯୋଦ୍ଧାମାନେ ଶନିବାର ରାତିରେ ରାଷ୍ଟ୍ରପତି ବଶର ଅଲ୍-ଅସାଦ ରହୁଥିବା ରାଜଧାନୀ ଡାମାସ୍କସ୍ର କେତେକ ଉପନଗରରେ ପହଞ୍ଚତ୍ ଯାଇଛନ୍ତି। ଇତିମଧ୍ୟରେ ବିଦ୍ରୋହୀମାନେ ଦାରା ସମେତ ୪ ସହରକୁ ଦଖଲ କରିସାରିଛନ୍ତି। ଡାମାସ୍କସ୍ ସେମାନଙ୍କର ଶେଷ ଟାର୍ଗେଟ ବୋଲି ବିଦ୍ରୋହୀ କମାଣ୍ଡର କହିଛନ୍ତି। ରାଷ୍ଟ୍ରପତି ଅସାଦ ଦେଶ ଛାଡ଼ି ପଳାଇଥିବା ଖବରକୁ ସରକାରୀ ଗଣମାଧ୍ୟମ ଖଣ୍ଡନ କରିଛି। ଯୋଦ୍ଧାମାନେ ଚୂଡ଼ାନ୍ତ ପର୍ଯ୍ୟାୟରେ ରାଜଧାନୀକୁ ଚାରିପଟୁ ଘେରିବା ଆରମ୍ଭ କରିଥିବା ସେମାନଙ୍କ କମାଣ୍ଡର ହାସନ ଅବଡେଲ୍ ଘନିଙ୍କ […] The post ଡାମାସ୍କସ୍ରେ ସିରିଆ ବିଦ୍ରୋହୀ appeared first on Dharitri Odia News.
ଡାମାସ୍କସ୍୮।୧୨: ସିରିଆର ବିଦ୍ରୋହୀ ଯୋଦ୍ଧାମାନେ ଶନିବାର ରାତିରେ ରାଷ୍ଟ୍ରପତି ବଶର ଅଲ୍-ଅସାଦ ରହୁଥିବା ରାଜଧାନୀ ଡାମାସ୍କସ୍ର କେତେକ ଉପନଗରରେ ପହଞ୍ଚତ୍ ଯାଇଛନ୍ତି। ଇତିମଧ୍ୟରେ ବିଦ୍ରୋହୀମାନେ ଦାରା ସମେତ ୪ ସହରକୁ ଦଖଲ କରିସାରିଛନ୍ତି। ଡାମାସ୍କସ୍ ସେମାନଙ୍କର ଶେଷ ଟାର୍ଗେଟ ବୋଲି ବିଦ୍ରୋହୀ କମାଣ୍ଡର କହିଛନ୍ତି। ରାଷ୍ଟ୍ରପତି ଅସାଦ ଦେଶ ଛାଡ଼ି ପଳାଇଥିବା ଖବରକୁ ସରକାରୀ ଗଣମାଧ୍ୟମ ଖଣ୍ଡନ କରିଛି। ଯୋଦ୍ଧାମାନେ ଚୂଡ଼ାନ୍ତ ପର୍ଯ୍ୟାୟରେ ରାଜଧାନୀକୁ ଚାରିପଟୁ ଘେରିବା ଆରମ୍ଭ କରିଥିବା ସେମାନଙ୍କ କମାଣ୍ଡର ହାସନ ଅବଡେଲ୍ ଘନିଙ୍କ କହିଛନ୍ତି।
ଆକ୍ରମଣ ଭୟରେ ଡାମାସ୍କସ୍ର ଲୋକମାନେ ଜରୁରୀ ସାମଗ୍ରୀ ସଂଗ୍ରହ ପାଇଁ ଧାଉଁଥିବା ଦେଖାଯାଇଛି। ହଜାର ହଜାର ଲୋକ ଦେଶ ଛାଡ଼ିବା ଉଦ୍ଦେଶ୍ୟରେ ଲେବାନନ୍ ସୀମାକୁ ପଳାଇଛନ୍ତି। ରାଷ୍ଟ୍ରପତିଙ୍କ ହାତମୁଠା ଦୁର୍ବଳ ହେଉଥିବାବେଳେ ସେ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ), ଇଜିପ୍ଟ ଏବଂ ଇରାକ୍ର ସହାୟତା ଲୋଡ଼ିଥିବା କୁହାଯାଉଛି।
ଅସାଦଙ୍କ ବିରୋଧରେ ୨୦୧୧ରେ ସୃଷ୍ଟି ହୋଇଥିବା ଗୃହଯୁଦ୍ଧର ଉତ୍ପତ୍ତି ସ୍ଥଳ ଥିଲା ଦାରା ସହର। ଏହି ସହରର ପତନ ବିଦ୍ରୋହୀମାନଙ୍କ ପାଇଁ ବଡ଼ ସଫଳତା। ଜୋର୍ଡାନ ସୀମାକୁ ଲାଗିଥିବା ଏହି ପ୍ରାଦେଶିକ ରାଜଧାନୀ ସହରରେ ପ୍ରାୟ ୧୦ ଲକ୍ଷ ଲୋକ ବସବାସ କରୁଛନ୍ତି। ଖବର ଅନୁଯାୟୀ ଅସାଦଙ୍କ ସରକାର ୟୁଏଇ, ଇଜିପ୍ଟ, ଜୋର୍ଡାନ ଏବଂ ଇରାକ୍ରୁ ଅସ୍ତ୍ରଶସ୍ତ୍ର ଓ ଗୋଇନ୍ଦା ସହାୟତା ଚାହୁଁଛନ୍ତି। ଦେଶର ବୃହତ୍ କେନ୍ଦ୍ରଗୁଡ଼ିକରେ ସେନା ବିଦ୍ରୋହୀଙ୍କ ନିକଟରେ ଆତ୍ମସମର୍ପଣ କରିସାରିଲାଣି। ଅସାଦଙ୍କୁ ଦେଶ ଛାଡ଼ି ପଳାଇଯିବାକୁ କେତେକ ଆରବ ଅଧିକାରୀ ପରାମର୍ଶ ଦେଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ରାଜନୈତିକ କ୍ଷମତା ହସ୍ତାନ୍ତର ସୁନିଶ୍ଚିତ କରିବା ପାଇଁ ଜେନେଭାରେ ଜରୁରୀ ଆଲୋଚନା ନିମନ୍ତେ ଜାତିସଂଘର ସିରିଆ ପାଇଁ ଥିବା ସ୍ବତନ୍ତ୍ର ପ୍ରତିନିଧି ଗେଇର ପେଡେର୍ସେନ କହିଛନ୍ତି।
ଇସ୍ଲାମୀୟ ଆତଙ୍କବାଦୀ ସଂଗଠନ ହୟାତ୍ ତହରିର୍ ଅଲ୍-ଶାମ୍ (ଏଚ୍ଟିଏସ୍) ନେତୃତ୍ୱରେ ସିରିଆ ବିଦ୍ରୋହୀମାନେ ନଭେମ୍ବର ୨୭ରୁ ଅତର୍କିତ ଆକ୍ରମଣ ଆରମ୍ଭ କରିଥିଲେ। ସେମାନେ ଉତ୍ତର ଓ କେନ୍ଦ୍ରୀୟ ସିରିଆର ଅନେକ ଅଞ୍ଚଳକୁ ଦଖଲ କରିସାରିଲେଣି। ଦେଶର ପ୍ରମୁଖ ସହର ଆଲେପ୍ପୋ, ହମା ଏବଂ ଡେଇର୍ ଇଜୋର ଏବେ ସେମାନଙ୍କ ଅକ୍ତିଆରରେ। ବିଦ୍ରୋହୀମାନେ ଦେଶର ତୃତୀୟ ବୃହତ୍ ସହର ହୋମ୍ସର ନିକଟତର ହୋଇଛନ୍ତି। ଆକ୍ରମଣ ଯୋଗୁ ୧୫ ଲକ୍ଷ ଲୋକ ଘରଦ୍ୱାର ହରାଇପାରନ୍ତି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ସିରିଆ ସ୍ଥିତିର ରାଜନୈତିକ ସମାଧାନ ପାଇଁ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ତୁର୍କୀ ପ୍ରତିପକ୍ଷ ହାକନ ଫିଦଁାଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ସିରିଆ ସହ ତୁର୍କୀର ୯୧୧ କିଲୋମିଟର ସୀମା ରହିଥିବାବେଳେ ଏହି ଦେଶ ଅସାଦଙ୍କ ବହିଷ୍କାର ପାଇଁ ୨୦୧୧ ଗୃହଯୁଦ୍ଧ ଆରମ୍ଭ ସମୟରୁ ବିଦ୍ରୋହୀ ସଂଗଠନକୁ ସମର୍ଥନ କରିଆସୁଛି।
The post ଡାମାସ୍କସ୍ରେ ସିରିଆ ବିଦ୍ରୋହୀ appeared first on Dharitri Odia News.