‘ସୋସିଆଲ୍ ମିଡିଆ ବ୍ୟବହାରଠାରୁ ଜଜ୍ ଦୂରେଇ ରହିବା ଦରକାର’, ସୁପ୍ରିମକୋର୍ଟଙ୍କ ଟିପ୍ପଣୀ
ନୂଆଦିଲ୍ଲୀ: ନ୍ୟାୟଧୀଶମାନେ ସନ୍ନ୍ୟାସୀଙ୍କ ପରି ଜୀବନ ବଞ୍ଚିବା ଦରକାର ଏବଂ ଘୋଡ଼ା ପରି ପରିଶ୍ରମ କରିବା ଦରକାର । ସୁପ୍ରିମକୋର୍ଟ ଗୁରୁବାର ଏହି କଥା କହିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଯେ ନ୍ୟାୟଧୀଶ ସୋସିଆଲ୍ ମିଡିଆ ବ୍ୟବହାର ଠାରୁ ଦୂରେଇ ରହିବା ଦରକାର ଏବଂ ନିଷ୍ପତ୍ତି ଉପରେ କୌଣସି ମତ ବ୍ୟକ୍ତ ନକରିବା ଦରକାର ।ମଧ୍ୟପ୍ରଦେଶ ହାଇକୋର୍ଟର ଦୁଇଜଣ ମହିଳା ନ୍ୟାୟିକ ଅଧିକାରୀଙ୍କୁ ବରଖାସ୍ତ ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମନ୍ତବ୍ୟ ଦେଇଛନ୍ତି । ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଏନ.କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ କହିଛନ୍ତି ଯେ ନ୍ୟାୟିକ ଅଧିକାରୀମାନେ ଫେସବୁକକୁ ନଯିବା ଉଚିତ ଏବଂ ରାୟ ଉପରେ କୌଣସି ଟିପ୍ପଣୀ ନକରିବା ଦରକାର । କାରଣ ଆସନ୍ତାକାଲି ଯଦି କୌଣସି ରାୟ କଥା କୁହାଯିବ ତେବେ ନ୍ୟାୟାଧୀଶ ପୂର୍ବରୁ ହିଁ କୌଣସି ନା କୌଣସି ମାର୍ଗରେ ନିଜ କଥା ରଖିସାରିଥିବେ ।ଖଣ୍ଡପୀଠ କହିଛନ୍ତି ଯେ ଜଜମାନଙ୍କୁ ଅନେକ କିଛି ତ୍ୟାଗ କରିବାକୁ ପଡ଼ିଥାଏ ଏବଂ ନିଜ କାମରେ ପୂରା ମନ ଦେବାକୁ ପଡ଼ିଥାଏ । ଏହାସହ ସୁପ୍ରିମକୋର୍ଟ ସୋସିଆଲ୍ ମିଡିଆ ଉପରେ ନ୍ୟାୟିକ କାର୍ଯ୍ୟ ସହ ଜଡ଼ିତ କୌଣସି ପୋଷ୍ଟ ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ବରିଷ୍ଠ ଆଇନଜୀବୀ ଆର.ବସନ୍ତ ମଧ୍ୟ ଖଣ୍ଡପୀଠଙ୍କ ଟିପ୍ପଣୀ ଉପରେ ସହମତି ଦେଇଛନ୍ତି । ସେ କହିଛନ୍ତି ଯେ କୌଣସି ନ୍ୟାୟିକ ଅଧିକାରୀ କିମ୍ୱା ନ୍ୟାୟଧୀଶ ଫେସବୁକରେ ନ୍ୟା
ନୂଆଦିଲ୍ଲୀ: ନ୍ୟାୟଧୀଶମାନେ ସନ୍ନ୍ୟାସୀଙ୍କ ପରି ଜୀବନ ବଞ୍ଚିବା ଦରକାର ଏବଂ ଘୋଡ଼ା ପରି ପରିଶ୍ରମ କରିବା ଦରକାର । ସୁପ୍ରିମକୋର୍ଟ ଗୁରୁବାର ଏହି କଥା କହିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଯେ ନ୍ୟାୟଧୀଶ ସୋସିଆଲ୍ ମିଡିଆ ବ୍ୟବହାର ଠାରୁ ଦୂରେଇ ରହିବା ଦରକାର ଏବଂ ନିଷ୍ପତ୍ତି ଉପରେ କୌଣସି ମତ ବ୍ୟକ୍ତ ନକରିବା ଦରକାର ।
ମଧ୍ୟପ୍ରଦେଶ ହାଇକୋର୍ଟର ଦୁଇଜଣ ମହିଳା ନ୍ୟାୟିକ ଅଧିକାରୀଙ୍କୁ ବରଖାସ୍ତ ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମନ୍ତବ୍ୟ ଦେଇଛନ୍ତି । ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଏନ.କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ କହିଛନ୍ତି ଯେ ନ୍ୟାୟିକ ଅଧିକାରୀମାନେ ଫେସବୁକକୁ ନଯିବା ଉଚିତ ଏବଂ ରାୟ ଉପରେ କୌଣସି ଟିପ୍ପଣୀ ନକରିବା ଦରକାର । କାରଣ ଆସନ୍ତାକାଲି ଯଦି କୌଣସି ରାୟ କଥା କୁହାଯିବ ତେବେ ନ୍ୟାୟାଧୀଶ ପୂର୍ବରୁ ହିଁ କୌଣସି ନା କୌଣସି ମାର୍ଗରେ ନିଜ କଥା ରଖିସାରିଥିବେ ।
ଖଣ୍ଡପୀଠ କହିଛନ୍ତି ଯେ ଜଜମାନଙ୍କୁ ଅନେକ କିଛି ତ୍ୟାଗ କରିବାକୁ ପଡ଼ିଥାଏ ଏବଂ ନିଜ କାମରେ ପୂରା ମନ ଦେବାକୁ ପଡ଼ିଥାଏ । ଏହାସହ ସୁପ୍ରିମକୋର୍ଟ ସୋସିଆଲ୍ ମିଡିଆ ଉପରେ ନ୍ୟାୟିକ କାର୍ଯ୍ୟ ସହ ଜଡ଼ିତ କୌଣସି ପୋଷ୍ଟ ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ବରିଷ୍ଠ ଆଇନଜୀବୀ ଆର.ବସନ୍ତ ମଧ୍ୟ ଖଣ୍ଡପୀଠଙ୍କ ଟିପ୍ପଣୀ ଉପରେ ସହମତି ଦେଇଛନ୍ତି । ସେ କହିଛନ୍ତି ଯେ କୌଣସି ନ୍ୟାୟିକ ଅଧିକାରୀ କିମ୍ୱା ନ୍ୟାୟଧୀଶ ଫେସବୁକରେ ନ୍ୟାୟିକ କାର୍ଯ୍ୟ ଉପରେ କୌଣସି ବି ପୋଷ୍ଟ ନକରିବା ଦରକାର ।